ଭୁବନେଶ୍ୱରରେ ହୋଇପାରେ ଏସିଆନ୍‌ ଆଥଲେଟିକ ଚାମ୍ପିଅନସିପ୍‌

ଭୁବନେଶ୍ୱର: ଓଡ଼ିଶା କ୍ରିଡ଼ା ପ୍ରେମୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରରେ ଏସିଆନ୍‌ ଆଥ୍‌ଲେଟିକ ଚାମ୍ପିଅନସିପ୍‌ ହେବାର ସମ୍ଭାବନା ରହିଛି। ଏହି ଇଣ୍ଟରନ୍ୟାସନାଲ ଇଭେଣ୍ଟ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ଆଥଲେଟିକ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ସି.କେ. ୱିଲସନ୍‌। ସେ ଆଜି  କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ଚାମ୍ପିଅନସିପ ଆୟୋଜନ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିବା ୱିଲସନ୍‌ କହିଛନ୍ତି। ଜୁନ୍‌ ୧ରୁ ୪ […]

kalinga-stadium

Rakesh Mallick
  • Published: Thursday, 02 March 2017
  • , Updated: 02 March 2017, 09:41 PM IST

ଭୁବନେଶ୍ୱର: ଓଡ଼ିଶା କ୍ରିଡ଼ା ପ୍ରେମୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରରେ ଏସିଆନ୍‌ ଆଥ୍‌ଲେଟିକ ଚାମ୍ପିଅନସିପ୍‌ ହେବାର ସମ୍ଭାବନା ରହିଛି। ଏହି ଇଣ୍ଟରନ୍ୟାସନାଲ ଇଭେଣ୍ଟ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ଆଥଲେଟିକ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ସି.କେ. ୱିଲସନ୍‌। ସେ ଆଜି  କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ଚାମ୍ପିଅନସିପ ଆୟୋଜନ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିବା ୱିଲସନ୍‌ କହିଛନ୍ତି।

ଜୁନ୍‌ ୧ରୁ ୪ ତାରିଖ ପର୍ଯ୍ୟନ୍ତ ଏସିଆନ୍‌ ଆଥଲେଟିକ ଚାମ୍ପିଅନସିପ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୪୫ଟି ଦେଶର ୬୦୦୦ ଆଥଲେଟ୍‌ ଭାଗ ନେବେ। ସେମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗର ୨୦ ବିଶ୍ୱ ଚାମ୍ପିଅନ ଅଛନ୍ତି।

Related story