ସଚିନ୍‌ଙ୍କୁ ଶୂନରେ ଆଉଟ୍‌ କରିଥିଲେ ଆଜିର ବାର୍ଥଡେ ବୟ ଭୁବି

ମୁମ୍ବାଇ: ଭାରତୀୟ ଦ୍ରୁତ ବୋଲିଂ ବାହିନୀର ଧୂରୀଣ ବୋଲର ଭୁବନେଶ୍ୱର କୁମାର ଗତ କିଛି ବର୍ଷ ମଧ୍ୟରେ ଦଳର ଅଭିନ୍ନ ଅଙ୍ଗ ପାଲଟିଛନ୍ତି। ଇନିଂସ୍‌ ଆରମ୍ଭରୁ ଆକ୍ରମଣାତ୍ମକ ସ୍ପେଲ୍‌ ହେଉ କିମ୍ବା ସ୍ଲଗ୍‌ ଓଭର୍‌ର କଞ୍ଜୁସି ବୋଲିଂ, ସବୁଥିରେ ମାହିର ଭୁବିଙ୍କର ଆଜି ଅର୍ଥାତ ୫ ଫେବୃଆରୀ ହେଉଛି ୨୯ତମ ଜନ୍ମ ଦିନ। ସ୍ୱିଙ୍ଗ କିଙ୍ଗ୍‌ ଭୁବି ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛନ୍ତି ଏବଂ ବୁଧବାର ଆରମ୍ଭ ହେବାକୁ ଥିବା ଟି୨୦ ସିରିଜ୍‌ରେ ଭାରତୀୟ ଦ୍ରୁତ ବୋଲିଂର […]

bhuvi

Subrat Kumar Nayak
  • Published: Tuesday, 05 February 2019
  • , Updated: 05 February 2019, 11:00 AM IST

ମୁମ୍ବାଇ: ଭାରତୀୟ ଦ୍ରୁତ ବୋଲିଂ ବାହିନୀର ଧୂରୀଣ ବୋଲର ଭୁବନେଶ୍ୱର କୁମାର ଗତ କିଛି ବର୍ଷ ମଧ୍ୟରେ ଦଳର ଅଭିନ୍ନ ଅଙ୍ଗ ପାଲଟିଛନ୍ତି। ଇନିଂସ୍‌ ଆରମ୍ଭରୁ ଆକ୍ରମଣାତ୍ମକ ସ୍ପେଲ୍‌ ହେଉ କିମ୍ବା ସ୍ଲଗ୍‌ ଓଭର୍‌ର କଞ୍ଜୁସି ବୋଲିଂ, ସବୁଥିରେ ମାହିର ଭୁବିଙ୍କର ଆଜି ଅର୍ଥାତ ୫ ଫେବୃଆରୀ ହେଉଛି ୨୯ତମ ଜନ୍ମ ଦିନ।

ସ୍ୱିଙ୍ଗ କିଙ୍ଗ୍‌ ଭୁବି ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛନ୍ତି ଏବଂ ବୁଧବାର ଆରମ୍ଭ ହେବାକୁ ଥିବା ଟି୨୦ ସିରିଜ୍‌ରେ ଭାରତୀୟ ଦ୍ରୁତ ବୋଲିଂର ମୋର୍ଚ୍ଚା ସମ୍ଭାଳିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ତାଙ୍କର ଏହି ବିଶେଷ ଦିନରେ ଆମେ ଜଣାଇବୁ ତାଙ୍କ ବିଷୟରେ କିଛି ରୋଚକ କଥା।

https://twitter.com/BCCI/status/1092613485136031749
ଭୁବନେଶ୍ୱର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଦ ଥାପିବା ଆଗରୁ ହିଁ ବହୁତ ବଡ଼ ସଫଳତା ପାଇଯାଥିଲେ। ସେ ଏପରି ଜଣେ ବୋଲର ଯେକି ଘରୋଇ କ୍ରିକେଟ୍‌ରେ କ୍ରିକେଟ୍‌ ଦୁନିଆର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଶୂନ୍‌ ରନ୍‌ରେ ଆଉଟ୍‌ କରିଥିଲେ। ୨୦୦୯ ମସସିହା ଜାନୁଆରୀ ମାସ ୧୨ ତାରିଖରେ ରଣ୍‌ଜୀ ଟ୍ରଫି ଫାଇନାଲରେ ସେ ସଚିନଙ୍କୁ ଶୂନ ରନ୍‌ରେ ଆଉଟ୍‌ କରିଥିଲେ।

୨୦୧୩ ମସିହାରେ ସେ ଆରମ୍ଭ କରିଥିଲେ ଟେଷ୍ଟ କ୍ୟାରିଅର। ଆଉ ଏହି ମ୍ୟାଚ୍‌ ଚେନ୍ନାଇରେ ଖେଳାଯାଉଥିବାବେଳେ ବିପକ୍ଷରେ ଥିଲା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳ ଅଷ୍ଟ୍ରେଲିଆ। ତେବେ ଦଳ ପାଇଁ ଭାଗ୍ୟବାନ ସାବ୍ୟସ୍ତ ହୋଇଥିବା ଭୁବିଙ୍କ ପ୍ରଦାର୍ପଣ ପରେ ଭାରତ ଲଗାତାର ୬ ଟେଷ୍ଟ ମ୍ୟାଚ୍‌ରେ ବିଜୟୀ ହୋଇଥିଲା।

ଅଷ୍ଟ୍ରେଲିଆ ବିପକ୍ଷରେ ସମସ୍ତ ୪ଟି ମ୍ୟାଚ୍‌ ଏବଂ ୱେଷ୍ଟଇଣ୍ଡିଜ୍‌ ବିରୋଧରେ ୨ଟି ମ୍ୟାଚ୍‌ ଜିତିଥିଲା ଭାରତ। ସେହିଭଳି ଇଂଲଣ୍ଡ ବିରୋଧରେ ଖେଳାଯାଇଥିବା ସିରିଜ୍‌ରେ ସେ ୧୯ ୱିକେଟ୍‌ ନେବା ସହିତ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ।

Related story