ଆହତ ଭୁବି ଦିନିକିଆ ସିରିଜରୁ ବାଦ୍ ପଡ଼ିପାରନ୍ତି

ଚେନ୍ନାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ପେସ୍ ବୋଲର ଭୁବନେଶ୍ୱର କୁମାର ପୁଣିଥରେ ଆହତ ହୋଇଛନ୍ତି ଏବଂ ଏହି କାରଣରୁ ସେ ଦିନିକିଆ ସିରିଜରୁ ବାଦ୍ ପଡ଼ିପାରନ୍ତି। ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରି କାରଣରୁ ଏହି ପେସ୍ ବୋଲର ଜଣକ ୪ମାସ ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜକୁ କମବ୍ୟାକ୍ କରିଥିଲେ। ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଟି-୨୦ ମ୍ୟାଚରେ ଭୁବି ଭଲ ପ୍ରଦର୍ଶନ କରିଥିଲେ। ଉକ୍ତ […]

bhuvi

bhuvi

Ranjit Kumar Jena
  • Published: Friday, 13 December 2019
  • Updated: 13 December 2019, 06:56 PM IST

Sports

Latest News

ଚେନ୍ନାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ପେସ୍ ବୋଲର ଭୁବନେଶ୍ୱର କୁମାର ପୁଣିଥରେ ଆହତ ହୋଇଛନ୍ତି ଏବଂ ଏହି କାରଣରୁ ସେ ଦିନିକିଆ ସିରିଜରୁ ବାଦ୍ ପଡ଼ିପାରନ୍ତି। ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରି କାରଣରୁ ଏହି ପେସ୍ ବୋଲର ଜଣକ ୪ମାସ ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜକୁ କମବ୍ୟାକ୍ କରିଥିଲେ।

ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଟି-୨୦ ମ୍ୟାଚରେ ଭୁବି ଭଲ ପ୍ରଦର୍ଶନ କରିଥିଲେ। ଉକ୍ତ ମ୍ୟାଚରେ ଭାରତ ୬୭ ରନରେ ବିଜୟୀ ହୋଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତିଥିଲା। ତେବେ ଏହି ମ୍ୟାଚରେ ହିଁ ଭୁବିଙ୍କୁ ଆଘାତ ଲାଗିଥିବା ସୂଚନା ମିଳିଛି। ଏ ନେଇ ବିସିସିଆଇ ପକ୍ଷରୁ କୌଣସି ସଠିକ୍ ସୂଚନା ମିଳି ନାହିଁ।

ଭୁବିଙ୍କ ଆହତ ହେବା କିଛି ନୂଆ କଥା ନୁହେଁ। ଗତ ୨୦ ମାସ ହେବ ଭୁବି ଏକାଧିକଥର ଆହତ କାରଣରୁ ଟିମରୁ ବାଦ୍ ପଡ଼ିଛନ୍ତି। ଗତବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତ ପରଠାରୁ ଏହି ପେସର୍ ଜଣକ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଖେଳିନାହାନ୍ତି। ଏପରିକି ୨୦୧୮ରେ ଇଂଲଣ୍ଡ ଗସ୍ତରୁ ମଧ୍ୟ ସେ ବାଦ୍ ପଡ଼ିଥିଲେ।

ଚଳିତ ବର୍ଷ ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଭୁବିଙ୍କୁ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରି ହୋଇଥିଲା। ଏହା ସତ୍ତ୍ୱେ ସେ ପୂରା ଟୁର୍ଣ୍ଣାମେଣ୍ଟ ଖେଳିଥିଲେ। ତେବେ ବିଶ୍ୱକପ୍ ପରେ ସେ ସମ୍ପୂର୍ଣ୍ଣ ବିଶ୍ୱାମ ନେଇଥିଲେ ଏବଂ ଚାରିମାସ ପରେ ଜାତୀୟ ଦଳକୁ ଫେରିଥିଲେ। ଏବେ ପୁଣିଥରେ ଆହତ ହେବା ଟିମ୍ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos