ରିଓ ଅଲିମ୍ପିକ୍‌: ବିନ୍ଦ୍ରାଙ୍କ ମେଡାଲ ଆଶା ଧୂଳିସାତ

ରିଓ ଡି ଜେନେରିଓ: ଭାରତର ଷ୍ଟାର ସୁଟର ଅଭିନବ ବିନ୍ଦ୍ରା ପୁରୁଷ ବର୍ଗ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାର ଫାଇନାଲରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ମେଡାଲ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏକ ସମୟରେ ସେ ବ୍ରୋଞ୍ଜ ମେଡାଲ ପାଇବାର ଆଶା ସୃଷ୍ଟିଥିଲେ ମଧ୍ୟ ପ୍ଲେ-ଅଫ୍‌ରେ ମାତ୍ର ୧୬୩.୮ ସ୍କୋର କରି ପାରିଥିଲେ। ବେଜିଂ ଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ବିଜେତା ବିନ୍ଦ୍ରା ଏହି ପ୍ରତିଯୋଗିତାରେ ୭ମ ସ୍ଥାନରେ ରହି ଫାଇନାଲକୁ ଯାଇଥିଲେ। ଅନ୍ୟପକ୍ଷରେ ଲଣ୍ଡନ ଅଲିମ୍ପିକ୍‌ରେ ବ୍ରୋଞ୍ଜ […]

bindra

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 10:27 PM IST

ରିଓ ଡି ଜେନେରିଓ: ଭାରତର ଷ୍ଟାର ସୁଟର ଅଭିନବ ବିନ୍ଦ୍ରା ପୁରୁଷ ବର୍ଗ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାର ଫାଇନାଲରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ମେଡାଲ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏକ ସମୟରେ ସେ ବ୍ରୋଞ୍ଜ ମେଡାଲ ପାଇବାର ଆଶା ସୃଷ୍ଟିଥିଲେ ମଧ୍ୟ ପ୍ଲେ-ଅଫ୍‌ରେ ମାତ୍ର ୧୬୩.୮ ସ୍କୋର କରି ପାରିଥିଲେ।

ବେଜିଂ ଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ବିଜେତା ବିନ୍ଦ୍ରା ଏହି ପ୍ରତିଯୋଗିତାରେ ୭ମ ସ୍ଥାନରେ ରହି ଫାଇନାଲକୁ ଯାଇଥିଲେ। ଅନ୍ୟପକ୍ଷରେ ଲଣ୍ଡନ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ହାତେଇଥିବା ଗଗନ ନାରଙ୍ଗ ୨୩ ତମ ସ୍ଥାନରେ ରହି ବିଦାୟ ନେଇଛନ୍ତି।

ଅନ୍ୟପକ୍ଷରେ ଟ୍ରାପସୁଟିଂ ସେମିଫାଇନାଲରେ ମାନବଜିତ ସିଂହ ୧୬ ତମ ସ୍ଥାନରେ ରହି ଓ ୟାନନ୍‌ ଚେନାଇ ୧୯ ତମ ସ୍ଥାନରେ ରହି ବିଦାୟ ନେଇଛନ୍ତି।

Related story