ପୁଣିଥରେ IPLରେ ଓପ୍‌ନିଂ କରିବେ ସେହୱାଗ ? ଟ୍ୱିଟ୍‌ କରି ସୂଚନା ଦେଲା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗ ପୁଣି ଥରେ ଆଇପଏଲରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇପାରନ୍ତି। ଖବର ଅନୁସାରେ ଏପ୍ରିଲ ୮ ତାରିଖ ଦିନ  ପଞ୍ଜାବ ତାର ପ୍ରଥମ ମ୍ୟାଚ୍‌ ଦିଲ୍ଲୀ ଡେୟାର ଡେଭିଲ୍ସ ସହ ଖେଳିବ, ଏବଂ ଏହି ମ୍ୟାଚ୍‌ରେ ପଞ୍ଜାବ ପକ୍ଷରୁ ଓପନିଂ କରିବେ ସେହୱାଗ।  କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପକ୍ଷରୁ ଟ୍ୱିଟ୍‌ ମାଧ୍ୟମରେ କୁହାଯାଇଥିଲା ଯେ ବିରେନ୍ଦ୍ର ସେହୱାଗ […]

NBT-image

Rakesh Mallick
  • Published: Sunday, 01 April 2018
  • , Updated: 01 April 2018, 09:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗ ପୁଣି ଥରେ ଆଇପଏଲରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇପାରନ୍ତି। ଖବର ଅନୁସାରେ ଏପ୍ରିଲ ୮ ତାରିଖ ଦିନ  ପଞ୍ଜାବ ତାର ପ୍ରଥମ ମ୍ୟାଚ୍‌ ଦିଲ୍ଲୀ ଡେୟାର ଡେଭିଲ୍ସ ସହ ଖେଳିବ, ଏବଂ ଏହି ମ୍ୟାଚ୍‌ରେ ପଞ୍ଜାବ ପକ୍ଷରୁ ଓପନିଂ କରିବେ ସେହୱାଗ।  କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପକ୍ଷରୁ ଟ୍ୱିଟ୍‌ ମାଧ୍ୟମରେ କୁହାଯାଇଥିଲା ଯେ ବିରେନ୍ଦ୍ର ସେହୱାଗ ପୁଣିଥରେ ଆଇପିଏଲ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରଥମ ମ୍ୟାଚ୍‌ରେ ପଞ୍ଜାବର ଓପନର୍‌ ଫିଞ୍ଚ୍‌ ଖେଳିପାରୁନଥିବାରୁ ତାଙ୍କ ସ୍ଥାନରେ ସେହୱାଗ ଓପନିଂ କରିବେ। ଏହାସହ ଟିମର ବରିଷ୍ଠ ଖେଳାଳି ଯୁବରାଜ ସିଂ ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି। ଯୁବି କହିଛନ୍ତି ସେହୱାଗ ନିକଟରେ ଜୋରଦାର ଅଭ୍ୟାସ କରୁଛନ୍ତି, ଯେପରି ଲାଗୁଛି ସେ ଆଇପିଏଲରେ ଓପନିଂ କରିବାକୁ ଯାଉଛନ୍ତି। ଅନ୍ୟପଟେ ଏହି ଖବର୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡ଼ିଆରେ ଅନେକ ଏହି ଖବରକୁ ଏପ୍ରିଲ ଫୁଲ୍‌ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Related story