ବିଶ୍ୱ ସ୍ନୁକର: ସେମି ଫାଇନାଲରେ ଭାରତ

ବେଜିଂ: ଚୀନରେ ଚାଲିଥିବା ସ୍ନୁକର ବିଶ୍ୱକପର ସେମି ଫାଇନାଲରେ ପହଞ୍ଚିଯାଇଛନ୍ତି ଭାରତ। ଶନିବାର ଭାରତୀୟ ଯୋଡ଼ି ପଙ୍କଜ ଆଡ଼ଭାନୀ ଓ ଆଦିତ୍ୟ ମେହତା ବେଲଜିୟମ୍ ଟିମକୁ ୪-୧ରେ ହରାଇ ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି। ଆସନ୍ତକାଲି ଏହି ଯୋଡ଼ି ସ୍କଟଲାଣ୍ଡର ଜନ୍ ହିଗିନ୍ସ ଓ ଷ୍ଟିଫେନ୍ ମାଗୁଇରେଙ୍କ ବିପକ୍ଷରେ ଖେଳିବେ। ଜନ୍ ହିଗିନ୍ସ ୪ ଥର ବିଶ୍ୱ ଚାମ୍ପିଅନ୍ ହୋଇଥିବା ବେଳେ ଷ୍ଟିଫେନ୍ ଜଣେ ଟପ୍ ଖେଳାଳି। ଅନ୍ୟପକ୍ଷରେ ଭାରତ ଦଳ ବି କିଛି କମ୍ ନୁହେଁ। […]

pankajaditya

Rakesh Mallick
  • Published: Saturday, 20 June 2015
  • , Updated: 20 June 2015, 03:04 PM IST

ବେଜିଂ: ଚୀନରେ ଚାଲିଥିବା ସ୍ନୁକର ବିଶ୍ୱକପର ସେମି ଫାଇନାଲରେ ପହଞ୍ଚିଯାଇଛନ୍ତି ଭାରତ। ଶନିବାର ଭାରତୀୟ ଯୋଡ଼ି ପଙ୍କଜ ଆଡ଼ଭାନୀ ଓ ଆଦିତ୍ୟ ମେହତା ବେଲଜିୟମ୍ ଟିମକୁ ୪-୧ରେ ହରାଇ ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି।

ଆସନ୍ତକାଲି ଏହି ଯୋଡ଼ି ସ୍କଟଲାଣ୍ଡର ଜନ୍ ହିଗିନ୍ସ ଓ ଷ୍ଟିଫେନ୍ ମାଗୁଇରେଙ୍କ ବିପକ୍ଷରେ ଖେଳିବେ। ଜନ୍ ହିଗିନ୍ସ ୪ ଥର ବିଶ୍ୱ ଚାମ୍ପିଅନ୍ ହୋଇଥିବା ବେଳେ ଷ୍ଟିଫେନ୍ ଜଣେ ଟପ୍ ଖେଳାଳି।

ଅନ୍ୟପକ୍ଷରେ ଭାରତ ଦଳ ବି କିଛି କମ୍ ନୁହେଁ। ରେକର୍ଡକୁ ଦେଖିଲେ ଭାରତ ଦଳ ଆଗରେ ରହିବ। ପଙ୍କଜ ଆଡ଼ଭାନୀ ୧୨ ଥର ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି।

ଆଜି ସ୍କଟଲାଣ୍ଡ ଚୀନ ‘ଏ’କୁ ୪-୧ରେ ପରାସ୍ତ କରିଥିଲା।

Related story