ଡ୍ରାଭିଡଙ୍କୁ ଭେଟିଲେ ଜେପି ନଡ୍ଡା

ବେଙ୍ଗାଲୁରୁ: ଭାରତର କିମ୍ବଦନ୍ତୀ କ୍ରିକେଟର ରାହୁଲ ଡ୍ରାଭିଡଙ୍କୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର ବେଙ୍ଗାଲୁରୁରେ ସାକ୍ଷାତ କରିଛନ୍ତି। ପାର୍ଟିର ରାଷ୍ଟ୍ରୀୟ ଏକତା ଅଭିଯାନ ଆଧାରରେ ଏହି ସାକ୍ଷାତ ସମୟରେ ବିଜେପିର ଜେନେରାଲ୍ ସେକ୍ରେଟାରୀ ମୁରଲୀଧର ରାଓ ମଧ୍ୟ ଉପସ୍ଥିତ ଥିଲେ। ରାଓ ନିଜର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ ମଧ୍ୟ ରହିଛନ୍ତି। ରାଓ ଲେଖିଛନ୍ତି, ଜଣେ ପ୍ରତିଭାସମ୍ପନ୍ନ, ସମ୍ମାନିତ […]

jp

Ranjit Kumar Jena
  • Published: Sunday, 22 September 2019
  • , Updated: 22 September 2019, 05:42 PM IST

ବେଙ୍ଗାଲୁରୁ: ଭାରତର କିମ୍ବଦନ୍ତୀ କ୍ରିକେଟର ରାହୁଲ ଡ୍ରାଭିଡଙ୍କୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର ବେଙ୍ଗାଲୁରୁରେ ସାକ୍ଷାତ କରିଛନ୍ତି। ପାର୍ଟିର ରାଷ୍ଟ୍ରୀୟ ଏକତା ଅଭିଯାନ ଆଧାରରେ ଏହି ସାକ୍ଷାତ ସମୟରେ ବିଜେପିର ଜେନେରାଲ୍ ସେକ୍ରେଟାରୀ ମୁରଲୀଧର ରାଓ ମଧ୍ୟ ଉପସ୍ଥିତ ଥିଲେ। ରାଓ ନିଜର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ ମଧ୍ୟ ରହିଛନ୍ତି।

ରାଓ ଲେଖିଛନ୍ତି, ଜଣେ ପ୍ରତିଭାସମ୍ପନ୍ନ, ସମ୍ମାନିତ ଏବଂ ଦି ୱାଲ୍ ଭାବେ ପରିଚିତ କ୍ରିକେଟର୍ ରାହୁଲ୍ ଡ୍ରାଭିଡଙ୍କ ସହ ବେଙ୍ଗାଲୁରୁରେ ସାକ୍ଷାତ କରି ମୁଁ ଗର୍ବିତ। ରାଓ ମଧ୍ୟ ଏହି ଅବସରରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ତଥା ୩୫-ଏ ଉଚ୍ଛେଦ ପ୍ରସଙ୍ଗରେ ସକାରାତ୍ମକ ଆଲୋଚନା କରିଥିଲେ।

ନଡ୍ଡା ଏକ ଭାରତ, ଏକ ସମ୍ବିଧାନ ପ୍ରସଙ୍ଗରେ ବେଙ୍ଗାଲୁରୁରେ ଏକ ବୈଠକକୁ ସମ୍ବୋଧିତ କରିଥିଲେ। ଫଟୋରେ ନଡ୍ଡାଙ୍କୁ ଡ୍ରାଭିଡଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳିଛି। ଏହା ସହ ମୁରଲୀଧର ରାଓ ଏବଂ ଅନ୍ୟ ନେତାମାନେ ମଧ୍ୟ ବସିଥିଲେ। ୪୬ ବର୍ଷୀୟ ଡ୍ରାଭିଡ୍ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ମୁଖ୍ୟ ଅଛନ୍ତି।

Related story