ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌: ନେପାଳକୁ ୧୫୨ ରନ୍‌ରେ ହରାଇଲା ଭାରତ

ଗୁଣ୍ଟୁର: ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌ରେ ଭାରତ ଆଜି ନେପାଳକୁ ୧୫୨ ରନ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ନିର୍ଦ୍ଧାରିତ ଓଭରରେ ଗୋଟିଏ ୱିକେଟ୍‌ ହରାଇ ୨୮୯ ରନ୍‌ କରିଥିଲା। ଭାରତ ପକ୍ଷରୁ ଅଜୟ କୁମାର ରେଡ୍ଡି ୧୦୯ କରି ଆଉଟ୍‌ ହୋଇଥିଲେ। ଡି. ଭେଙ୍କଟେଶ୍ୱର ରାଓ ଅପରାଜିତ ୮୨ ଏବଂ ଦୁର୍ଗା ରାଓ ଅପରାଜିତ ୫୩ ରନ୍‌ କରିଥିଲେ। ୨୯୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ନେପାଳ ନିର୍ଦ୍ଧାରିତ […]

india-blind-t20-world-cup

Rakesh Mallick
  • Published: Wednesday, 08 February 2017
  • , Updated: 08 February 2017, 10:30 PM IST

ଗୁଣ୍ଟୁର: ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌ରେ ଭାରତ ଆଜି ନେପାଳକୁ ୧୫୨ ରନ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ନିର୍ଦ୍ଧାରିତ ଓଭରରେ ଗୋଟିଏ ୱିକେଟ୍‌ ହରାଇ ୨୮୯ ରନ୍‌ କରିଥିଲା।

ଭାରତ ପକ୍ଷରୁ ଅଜୟ କୁମାର ରେଡ୍ଡି ୧୦୯ କରି ଆଉଟ୍‌ ହୋଇଥିଲେ। ଡି. ଭେଙ୍କଟେଶ୍ୱର ରାଓ ଅପରାଜିତ ୮୨ ଏବଂ ଦୁର୍ଗା ରାଓ ଅପରାଜିତ ୫୩ ରନ୍‌ କରିଥିଲେ।

୨୯୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ନେପାଳ ନିର୍ଦ୍ଧାରିତ ଓଭରର ୫ ୱିକେଟ୍‌ ହରାଇ ୧୩୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Related story