କ୍ରିସ୍ ସିଲଭରଉଡ୍ ଇଂଲଣ୍ଡ କ୍ରିକେଟ୍ ଟିମର ନୂଆ କୋଚ୍‌

ଲଣ୍ଡନ: ଇଂଲଣ୍ଡ କ୍ରିକେଟ୍ ଟିମର ବୋଲିଂ କୋଚ୍ କ୍ରିସ୍ ସିଲଭରଉଡ୍ ଜାତୀୟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ସିଲଭରଉଡ୍ ପୂର୍ବତନ କୋଚ୍ ଟ୍ରେଭର୍ ବେଲିସଙ୍କ ସ୍ଥାନ ନେବେ। ବେଲିସଙ୍କ ଚୁକ୍ତି ଗତମାସରେ ଆଶେସ୍ ସିରିଜ୍ ସହ ଶେଷ ହୋଇଥିଲା। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଗ୍ୟାରୀ କିର୍ଷ୍ଟେନ୍ ଇଂଲଣ୍ଡ ଟିମର ମୁଖ୍ୟ କୋଚ୍ ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସାକ୍ଷାତକାରରେ ସେ ଆଶାମୁତାବକ ପ୍ରସ୍ତାବ ରଖିପାରିନଥିଲେ। କିର୍ଷ୍ଟେନଙ୍କ ବ୍ୟତୀତ ସରେ କ୍ରିକେଟ୍ ନିର୍ଦ୍ଦେଶକ […]

chris

Ranjit Kumar Jena
  • Published: Monday, 07 October 2019
  • , Updated: 07 October 2019, 05:14 PM IST

ଲଣ୍ଡନ: ଇଂଲଣ୍ଡ କ୍ରିକେଟ୍ ଟିମର ବୋଲିଂ କୋଚ୍ କ୍ରିସ୍ ସିଲଭରଉଡ୍ ଜାତୀୟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ସିଲଭରଉଡ୍ ପୂର୍ବତନ କୋଚ୍ ଟ୍ରେଭର୍ ବେଲିସଙ୍କ ସ୍ଥାନ ନେବେ। ବେଲିସଙ୍କ ଚୁକ୍ତି ଗତମାସରେ ଆଶେସ୍ ସିରିଜ୍ ସହ ଶେଷ ହୋଇଥିଲା।

ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଗ୍ୟାରୀ କିର୍ଷ୍ଟେନ୍ ଇଂଲଣ୍ଡ ଟିମର ମୁଖ୍ୟ କୋଚ୍ ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସାକ୍ଷାତକାରରେ ସେ ଆଶାମୁତାବକ ପ୍ରସ୍ତାବ ରଖିପାରିନଥିଲେ। କିର୍ଷ୍ଟେନଙ୍କ ବ୍ୟତୀତ ସରେ କ୍ରିକେଟ୍ ନିର୍ଦ୍ଦେଶକ ଆଲେକ୍ସ ଷ୍ଟିୱାର୍ଟଙ୍କୁ ମଧ୍ୟ ଏହି ପଦ ପାଇଁ ପ୍ରବଳ ଦାବିଦାର କୁହାଯାଉଥିଲା। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ତିନିଜଣିଆ ସଦସ୍ୟ ପ୍ୟାନେଲ୍ ସିଲଭରଉଡଙ୍କୁ ଚୟନ କରିଛି।

ବୋର୍ଡର ଚୟନ କମିଟିର କହିବା ଅନୁଯାୟୀ, ଇଣ୍ଟରଭ୍ୟୁରେ ସିଲଭରଉଡ୍ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ତେବେ ଏହି ଦୌଡ଼ରେ କିର୍ଷ୍ଟେନ ସବୁଠାରୁ ଆଗରେ ଥିଲେ, କିନ୍ତୁ ଖରାପ ଇଣ୍ଟରଭ୍ୟୁ ପରେ ସିଲଭରଉଡଙ୍କଠାରୁ ସେ ପଛରେ ପଡ଼ିଯାଇଥିଲେ। ନୂଆ କୋଚଙ୍କ ନେତୃତ୍ୱରେ ଇଂଲଣ୍ଡ ଟିମ୍ ତା'ର ପ୍ରଥମ ଗସ୍ତ ନ୍ୟୁଜିଲ୍ୟାଣ୍ଡରୁ ଆରମ୍ଭ କରିବ।

ନଭେମ୍ବରରେ ହେବାକୁଥିବା ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଇଂଲଣ୍ଡ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଓ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଇଂଲଣ୍ଡ ପୁରୁଷ କ୍ରିକେଟ୍ ଟିମର ନିର୍ଦ୍ଦେଶକ ଆଶଲେ ଜାଇଲ୍ସ କହିଛନ୍ତି, ସିଲଭରଉଡ୍ ଏଭଳି ଜଣେ ବ୍ୟକ୍ତି, ଯାହାଙ୍କ ପାଖରେ ଇଂଲଣ୍ଡକୁ ଆଗକୁ ନେବାର ଦକ୍ଷତା ରହିଛି। ସୂଚନାଯୋଗ୍ୟ, ସିଲଭରଉଡ୍ ଇଂଲଣ୍ଡ ପକ୍ଷରୁ ୧୯୯୬ରୁ ୨୦୦୨ ପର୍ଯ୍ୟନ୍ତ ୬ଟି ଟେଷ୍ଟ ଏବଂ ୭ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି।

Related story