ବକ୍ସିଂ ଫାଇନାଲରେ ମୁହାଁମୁହିଁ ହେଲେ ଦୁଇ ଭାଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ବକ୍ସିଂ ଇଭେଣ୍ଟରେ ଦୁଇ ଭାଇ ହୁଅନ୍ତି କିମ୍ବା ଦୁଇ ଭଉଣୀଙ୍କ ମଧ୍ୟରେ ଲଢ଼େଇ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଛି। ରବିବାର କ୍ରୀଡ଼ାର ଅନ୍ତିମ ଅନ୍ତିମ ଦିବସର ବକ୍ସିଂ ରିଙ୍ଗରେ ଟାଇଟଲ୍ ପାଇଁ ସାମ୍ନାସାମ୍ନି ହୋଇଥିଲେ ଦୁଇ ଭାଇ। ଗୋଟିଏ ପଟେ ପଟିଆଲା ପଞ୍ଜାବୀ ପଞ୍ଜାବୀ ୟୁନିଭର୍ସିଟିର ଗୁରବିନ୍ଦର ସିଂହ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଛିଡ଼ା ହୋଇଥିଲେ ସାନ ଭାଇ ହରବିନ୍ଦର ସିଂହ (ଚଣ୍ଡୀଗଡ଼ ୟୁନିଭର୍ସିଟି)। ଦୁହିଁଙ୍କ ମଧ୍ୟରେ […]

boxiknbg

Ranjit Kumar Jena
  • Published: Sunday, 01 March 2020
  • , Updated: 01 March 2020, 09:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ବକ୍ସିଂ ଇଭେଣ୍ଟରେ ଦୁଇ ଭାଇ ହୁଅନ୍ତି କିମ୍ବା ଦୁଇ ଭଉଣୀଙ୍କ ମଧ୍ୟରେ ଲଢ଼େଇ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଛି। ରବିବାର କ୍ରୀଡ଼ାର ଅନ୍ତିମ ଅନ୍ତିମ ଦିବସର ବକ୍ସିଂ ରିଙ୍ଗରେ ଟାଇଟଲ୍ ପାଇଁ ସାମ୍ନାସାମ୍ନି ହୋଇଥିଲେ ଦୁଇ ଭାଇ। ଗୋଟିଏ ପଟେ ପଟିଆଲା ପଞ୍ଜାବୀ ପଞ୍ଜାବୀ ୟୁନିଭର୍ସିଟିର ଗୁରବିନ୍ଦର ସିଂହ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଛିଡ଼ା ହୋଇଥିଲେ ସାନ ଭାଇ ହରବିନ୍ଦର ସିଂହ (ଚଣ୍ଡୀଗଡ଼ ୟୁନିଭର୍ସିଟି)।

ଦୁହିଁଙ୍କ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା, କିନ୍ତୁ ଏଥିରେ ସାନ ଭାଇଙ୍କ ଉପରେ ଭାରୀ ପଡ଼ିଲେ ବଡ଼ ଭାଇ। ଗୁରବିନ୍ଦର ଫାଇନାଲରେ ୨-୧ ପଏଣ୍ଟରେ ହରବିନ୍ଦରଙ୍କୁ ହରାଇ ସ୍ୱର୍ଣ୍ଣ ପଦକ କବଜା କରିଛନ୍ତି। ଦୁହେଁ ରକ୍ତର ଭାଇ ହେବା ସତ୍ତ୍ୱେ ମୁକାବିଲାରେ କେହି କାହାରିକୁ ଛାଡ଼ିନଥିଲେ। ମୁକାବିଲା ପରେ ଗୁରବିନ୍ଦର କହିଥିଲେ, ଯେତେବେଳେ ରିଙ୍ଗକୁ ଓହ୍ଲାଉ, ଆମେ ଭାଇ ବୋଲି ପରସ୍ପରକୁ ଭୁଲିଯାଉ। ଆମେ ଦୁହେଁ କୌଣସି ପରିସ୍ଥିତିରେ ମୁକାବିଲା ଜିତିବାକୁ ପ୍ରୟାସ କରୁ ଏବଂ କେହି କାହା ଉପରେ ଦୟା ଦେଖାଉନୁ।

ସୌଭାଗ୍ୟବଶତଃ, ଏହି ଦୁଇଭାଇଙ୍କର କୋଚ୍ ମଧ୍ୟ ସମାନ ବ୍ୟକ୍ତି। କୋଚ୍ ଜଣକ ହେଉଛନ୍ତି କ୍ୟୁବାର ବିଏଲ୍ ବର୍ଣ୍ଣାଣ୍ଡିଜ୍। ବର୍ଣ୍ଣାଣ୍ଡିଜ୍ ମଧ୍ୟ ପ୍ରଥମ ଅଣ-ଭାରତୀୟ ଭାବେ ୨୦୧୨ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଜିତିଥିଲେ। ଦୁଇ ଭାଇଙ୍କ ସମ୍ବନ୍ଧରେ ବର୍ଣ୍ଣାଣ୍ଡିଜ୍ କହିଛନ୍ତି, ଦୁହେଁ ଭଲ ବକ୍ସର ଏବଂ ସେମାନେ କଠିନ ପରିଶ୍ରମ ମଧ୍ୟ କରନ୍ତି। ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ତେବେ ଦୁହିଁଙ୍କୁ ନିଜ ନିଜର ଟେକନିକରେ ସୁଧାର ଆଣିବା ପାଇଁ ଉଚିତ୍ ପ୍ରୋତ୍ସାହନର ଆବଶ୍ୟକତା ରହିଛି।

ମୁଁ ଖୁସି ସେ ଦୁହେଁ ଏଠାରେ ପଦକ ଜିତିବାରେ ସଫଳ ହୋଇଛନ୍ତି। ଗତବର୍ଷ ଜାତୀୟ ୟୁନିଭର୍ସିଟି କ୍ରୀଡ଼ାରେ ହରବିନ୍ଦର ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେଣୁ ଦୁହେଁ କେହି କାହାରିଠୁ କମ୍ ନୁହଁନ୍ତି ବୋଲି ଫର୍ଣ୍ଣାଣ୍ଡିଜ୍ କହିଛନ୍ତି। ସୂଚନାଯୋଗ୍ୟ, ଗୁରବିନ୍ଦର ୧୩ ବର୍ଷର ଥିଲା ବେଳେ ବକ୍ସିଂ ଆରମ୍ଭ କରିଥିଲେ। ଏହାର ବର୍ଷକ ପରେ ସାନଭାଇ ମଧ୍ୟ ଏହାର ଅନୁସରଣ କରି ରିଙ୍ଗକୁ ଓହ୍ଲାଇଥିଲେ।

Related story