ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ର କୌଣସି ଖେଳାଳି ବଞ୍ଚିନଥାନ୍ତେ: ଜାଣନ୍ତୁ କ’ଣ ଥିଲା କାରଣ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୩ ମାର୍ଚ୍ଚ ୨୦୦୯ରେ ପାକିସ୍ତାନ ଗସ୍ତରେ ଥିବା ଶ୍ରୀଲଙ୍କା ଟିମ୍‌ ଉପରକୁ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଏହି ସମୟରେ ବସ୍ ଚଲାଉଥିବା ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ସମସ୍ତଙ୍କର ଜୀବନ ବଞ୍ଚିଯାଇଥିଲା। ଶ୍ରୀଲଙ୍କା ଟିମ୍‌ ୩ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବା ପାଇଁ ପାକିସ୍ତାନ ଗସ୍ତରେ ଯାଇଥିଲା। ପ୍ରଥମ ଟେଷ୍ଟ ମ୍ୟାଚ୍‌ ସରିବା ପରେ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ମାର୍ଚ୍ଚ ୧ ତାରିଖ ଠାରୁ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୩ […]

front-pic_1520061747

Ordigital Desk
  • Published: Sunday, 04 March 2018
  • , Updated: 04 March 2018, 11:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୩ ମାର୍ଚ୍ଚ ୨୦୦୯ରେ ପାକିସ୍ତାନ ଗସ୍ତରେ ଥିବା ଶ୍ରୀଲଙ୍କା ଟିମ୍‌ ଉପରକୁ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଏହି ସମୟରେ ବସ୍ ଚଲାଉଥିବା ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ସମସ୍ତଙ୍କର ଜୀବନ ବଞ୍ଚିଯାଇଥିଲା। ଶ୍ରୀଲଙ୍କା ଟିମ୍‌ ୩ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବା ପାଇଁ ପାକିସ୍ତାନ ଗସ୍ତରେ ଯାଇଥିଲା। ପ୍ରଥମ ଟେଷ୍ଟ ମ୍ୟାଚ୍‌ ସରିବା ପରେ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ମାର୍ଚ୍ଚ ୧ ତାରିଖ ଠାରୁ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୩ ତାରିଖ ଦିନ ହୋଟେଲରୁ ଷ୍ଟାଡ଼ିୟମକୁ ଯାଉଥିବା ବେଳେ ଶ୍ରୀଲଙ୍କା ଖେଳାଳିଙ୍କ ଉପରକୁ ରାସ୍ତାରେ ଆତଙ୍କବାଦୀ ଆଖିବୁଜା ଗୁଳି ଚଲାଇଥିଲେ। ଏହି ସମୟରେ ବସ ଚଲାଉଥିବା ଡ୍ରାଇଭର୍‌ ମେହର ମହମ୍ମଦ ଖଲିଲ୍‌ ଉପସ୍ଥିତ ବୁଦ୍ଧି ଖଟାଇ ବସ୍‌କୁ ଅଟକାଇ ନଥିଲେ। ଏବଂ ବସକୁ ନ ରୋକି ଖେଳାଳିଙ୍କୁ ନେଇ ଷ୍ଟାଡ଼ିୟମ ନିକଟରେ ପହଞ୍ଚାଇଦେଇଥିଲେ। ଏହି ଆକ୍ରମଣରେ ୮ଜଣ ଲୋକ ପ୍ରାଣ ହରାଇଥିଲେ। ଏହାସହ ଶ୍ରୀଲଙ୍କାର ସେତେବେଳର ଅଧିନାୟକ ମହିଲା ଜୟବର୍ଦ୍ଧନ, କୁମାର ସାଙ୍ଗାକାରା ସମେତ ୬ ଜଣ ଖେଳାଳି ଆହତ ମଧ୍ୟ ହୋଇଥିଲେ।

Related story