ଶ୍ରେଷ୍ଠ ୧୦ରେ ସିନ୍ଧୁ, ସାଇନା ୧୧

ନୂଆଦିଲ୍ଲୀ: ଚାଇନା ଓପନ୍ ଜିତି କ୍ୟାରିୟରର ପ୍ରଥମ ସୁପର ସିରିଜ୍ ଟାଇଟଲ୍ ହାତେଇ ଥିବା ବ୍ୟାଡ୍‌ମିଣ୍ଟନ୍ ତାରକା ପି.ଭି ସିନ୍ଧୁଙ୍କ ପାଇଁ ଆଉ ଏକ ଖୁସି ଖବର। ସଦ୍ୟ ବିଡବ୍ଲ୍ୟୁଏଫ୍‌ ୱାର୍ଲ୍ଡ ରାଙ୍କିଙ୍ଗର ମହିଳା ବର୍ଗରେ ସେ ଶ୍ରେଷ୍ଠ ୧୦ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେ ତାଲିକାର ନବମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ନମ୍ବର ଏକ ଖେଳାଳି ସାଇନା ନେହୱାଲ ଶ୍ରେଷ୍ଠ ୧୦ଟି ସ୍ଥାନରୁ ବାଦ୍‌ ପଡ଼ିଛନ୍ତି। ସଦ୍ୟ ତାଲିକାରେ ସେ ୫ଟି ସ୍ଥାନ […]

saina

Rakesh Mallick
  • Published: Friday, 25 November 2016
  • , Updated: 25 November 2016, 06:49 PM IST

ନୂଆଦିଲ୍ଲୀ: ଚାଇନା ଓପନ୍ ଜିତି କ୍ୟାରିୟରର ପ୍ରଥମ ସୁପର ସିରିଜ୍ ଟାଇଟଲ୍ ହାତେଇ ଥିବା ବ୍ୟାଡ୍‌ମିଣ୍ଟନ୍ ତାରକା ପି.ଭି ସିନ୍ଧୁଙ୍କ ପାଇଁ ଆଉ ଏକ ଖୁସି ଖବର। ସଦ୍ୟ ବିଡବ୍ଲ୍ୟୁଏଫ୍‌ ୱାର୍ଲ୍ଡ ରାଙ୍କିଙ୍ଗର ମହିଳା ବର୍ଗରେ ସେ ଶ୍ରେଷ୍ଠ ୧୦ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେ ତାଲିକାର ନବମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ନମ୍ବର ଏକ ଖେଳାଳି ସାଇନା ନେହୱାଲ ଶ୍ରେଷ୍ଠ ୧୦ଟି ସ୍ଥାନରୁ ବାଦ୍‌ ପଡ଼ିଛନ୍ତି। ସଦ୍ୟ ତାଲିକାରେ ସେ ୫ଟି ସ୍ଥାନ ତଳକୁ ଖସି ୧୧ ନମ୍ବର ସ୍ଥାନରେ ରହିଛନ୍ତି। ଚାଇନା ଓପନ୍‌ରେ ସେ ପ୍ରଥମ ରାଉଣ୍ଡରୁ ବିଦା ହୋଇଯାଇଥିଲେ।

Related story