ପୋର୍ଟ ଏଲିଜାବେଥ୍‌ରେ ଇତିହାସ ରଚିପାରିବ କି ବିରାଟ ବାହିନୀ?

ପୋର୍ଟ ଏଲିଜାବେଥ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ୬ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପଞ୍ଚମ ମ୍ୟାଚ୍ ଆଜି ଖେଳାଯିବ। ଦକ୍ଷିଣ ଆଫ୍ରିକାର ପୋର୍ଟ ଏଲିଜାବେଥ୍‌ରେ ଏହି ମ୍ୟାଚ୍ ଖେଳା ଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଖେଳା ଯାଇଥିବା ଚାରୋଟି ମ୍ୟାଚ୍‌ରୁ ତିନୋଟିରେ ଭାରତ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ଜିତିଛି। ଆଜି ଭାରତୀୟ ଦଳ ମ୍ୟାଚ୍‌ ଜିତି ସିରିଜ୍ ଉପରେ କବ୍‌ଜା କରିବାକୁ ଉଦ୍ୟମ କରିବ। ଦକ୍ଷିଣ ଆଫ୍ରିକା ମଧ୍ୟ […]

virat

Rakesh Mallick
  • Published: Tuesday, 13 February 2018
  • , Updated: 13 February 2018, 08:21 AM IST

ପୋର୍ଟ ଏଲିଜାବେଥ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ୬ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପଞ୍ଚମ ମ୍ୟାଚ୍ ଆଜି ଖେଳାଯିବ। ଦକ୍ଷିଣ ଆଫ୍ରିକାର ପୋର୍ଟ ଏଲିଜାବେଥ୍‌ରେ ଏହି ମ୍ୟାଚ୍ ଖେଳା ଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଖେଳା ଯାଇଥିବା ଚାରୋଟି ମ୍ୟାଚ୍‌ରୁ ତିନୋଟିରେ ଭାରତ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ଜିତିଛି। ଆଜି ଭାରତୀୟ ଦଳ ମ୍ୟାଚ୍‌ ଜିତି ସିରିଜ୍ ଉପରେ କବ୍‌ଜା କରିବାକୁ ଉଦ୍ୟମ କରିବ। ଦକ୍ଷିଣ ଆଫ୍ରିକା ମଧ୍ୟ ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ।

ଆଜି ଯଦି ଭାରତୀୟ ଟିମ୍ ଏଠାରେ ମ୍ୟାଚ୍ ଜିତି ଯାଏ, ତା’ହେଲେ ଇତିହାସ ରଚିବ। କାରଣ ଆଜି ପର୍ଯ୍ୟନ୍ତ ଭାରତୀୟ ଦଳ ପୋର୍ଟ ଏଲିଜାବେଥ୍‌ରେ କୌଣସି ଫର୍ମାଟ୍‌ରେ ଜିତି ନାହିଁ। ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଚାରୋଟି ମ୍ୟାଚ୍ ଖେଳିଛି ଓ ସବୁଥର ପରାଜୟର ସମ୍ମୁଖୀନ ହୋଇଛି। କେବଳ ଏତିକି ନୁହେଁ, ୨୦୦୧ର କେନିଆ ବିପକ୍ଷରେ ଦଳ ଏଠାରେ ଏକ ମ୍ୟାଚ୍ ଖେଳିଥିଲା ଓ ହାରି ଯାଇଥିଲା। ଏଥର ବି ଏଠାରେ ମୁକାବିଲା ଭାରତୀୟ ଦଳ ପାଇଁ ସହଜ ହୋଇନପାରେ। କାରଣ ଚତୁର୍ଥ ମ୍ୟାଚ୍‌ରେ ବିଜୟୀ ହେବା ପରେ ଘରୋଇ ଦଳର ମନୋବଳ ଦୃଢ଼ ରହିଛି। ପୋର୍ଟ ଏଲିଜାବେଥ୍‌ରେ ଇତିହାସକୁ ବଦଳାଇବାର ଦକ୍ଷତା ଟିମ୍ ଇଣ୍ଡିଆ ପାଖରେ ଅଛି। ତେବେ ଏଥିପାଇଁ ବିରାଟ ବାହିନୀକୁ ସତର୍କତାର ସହିତ ମ୍ୟାଚ୍ ଖେଳିବାକୁ ହେବ।

Related story