ଆଜି ସଚିନ୍‌ଙ୍କ ଏହି ରେକର୍ଡ ଭାଙ୍ଗିପାରିବେ କି ବିରାଟ?

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ଆଜି ଭାରତ ତା’ର ତୃତୀୟ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ। ନଟିଂହ୍ୟାମ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଯଦି ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ଭଲ ରନ୍ ବାହାରିବ, ତା’ହେଲେ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ଏକ ରେକର୍ଡ ଭାଙ୍ଗି ପାରିବେ। ବିରାଟ ଯଦି ଆଜି ୫୭ ରନ୍ କରି ଦେବେ ତା’ହେଲେ ସେ ଦିନିକିଆରେ ୧୧ ହଜାର ରନ୍ ପୂରଣ କରିବାରେ ବିଶ୍ୱର ସବୁଠାରୁ ଦ୍ରୁତ ବ୍ୟାଟ୍ସମ୍ୟାନ ହୋଇଯିବେ। ଏହି […]

KOHLI

KOHLI

Jitendra Garnayak
  • Published: Thursday, 13 June 2019
  • Updated: 13 June 2019, 02:31 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ଆଜି ଭାରତ ତା’ର ତୃତୀୟ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ। ନଟିଂହ୍ୟାମ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଯଦି ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ଭଲ ରନ୍ ବାହାରିବ, ତା’ହେଲେ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ଏକ ରେକର୍ଡ ଭାଙ୍ଗି ପାରିବେ।

ବିରାଟ ଯଦି ଆଜି ୫୭ ରନ୍ କରି ଦେବେ ତା’ହେଲେ ସେ ଦିନିକିଆରେ ୧୧ ହଜାର ରନ୍ ପୂରଣ କରିବାରେ ବିଶ୍ୱର ସବୁଠାରୁ ଦ୍ରୁତ ବ୍ୟାଟ୍ସମ୍ୟାନ ହୋଇଯିବେ। ଏହି ରେକର୍ଡ ଏବେ ସଚିନ୍‌ଙ୍କ ନାଁରେ ରହିଛି।
ସଚିନ୍ ୨୭୬ ତମ ଇନିଂସ୍‌ରେ ଦିନିକିଆରେ ୧୧ ହଜାର ରନ୍ ପୂରଣ କରିଥିଲେ। ଅନ୍ୟପକ୍ଷରେ ମାତ୍ର ୨୨୨ ତମ ଇନିଂସରେ ୧୧ ହଜାର ପୂରଣ କରିବା ପାଇଁ ଆଜି ବିରାଟଙ୍କ ପାଖରେ ସୁଯୋଗ ରହିଛି।
ଯଦି ଆଜି ବିରାଟ ୧୧ ହଜାର ରନ୍ ପୂରଣ କରି ଦିଅନ୍ତି, ତା’ହେଲେ ଏହି ମାଇଲ୍‌ଖୁଣ୍ଟ ଛୁଇଁବାରେ ସେ ହୋଇଯିବେ ତୃତୀୟ ଭାରତୀୟ। ତା’ସହିତ ଏହି କ୍ଲବ୍‌ରେ ସାମିଲ ହେବାରେ ସେ ହୋଇଯିବେ ବିଶ୍ୱର ୯ମ କ୍ରିକେଟର।

ଭାରତ ପକ୍ଷରୁ କେବଳ ସଚିନ୍‌ ଓ ସୌରଭ ଗାଙ୍ଗୁଲି ଦିନିକିଆରେ ୧୧ ହଜାର ରନ୍ ବା ତା’ଠାରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି।

ସଚିନ୍‌ ୨୭୬ ଇନିଂସ୍‌ରେ ୧୧ ହଜାର ରନ୍ ପୂରଣ କରିଥିବା ବେଳେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୨୮୬, ସୌରଭ ଗାଙ୍ଗୁଲି ୨୮୮, ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କ୍ୟାଲିସ୍‌ ୨୯୩, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୩୧୮, ପାକିସ୍ତାନର ଇଞ୍ଜମାମ୍ ଉଲ୍ ହକ୍‌ ୩୨୪, ଶ୍ରୀଲଙ୍କାର ଜୟସୁରିଆ ୩୫୪ ଓ ମହେଲା ଜୟବର୍ଦ୍ଧନେ ୩୬୮ ଇନିଂସ୍‌ରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos