ଦର୍ଶକଙ୍କ ଗ୍ୟାଲେରୀରେ ପଡ଼ିଲା କାରପେଟ୍‌

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସାଧାରଣତଃ ଗ୍ୟାଲେରୀରେ ବସୁଥିବା ଦର୍ଶକ ତଳେ ବସି ମ୍ୟାଚ୍ ଦେଖନ୍ତି। କିନ୍ତୁ ଏଥର ଦର୍ଶକଙ୍କ ପାଇଁ ଗ୍ୟାଲେରୀରେ ସ୍ୱତନ୍ତ୍ର କାରପେଟ୍ ପଡ଼ିଛି। ପୂର୍ବରୁ ଏଠାରେ ହୋଇଥିବା ମ୍ୟାଚରେ ଦର୍ଶକ ତଳେ ପେପର ପକାଇ ବସୁଥିଲେ, ଯାହାକୁ ନେଇ ସାଧାରଣରେ ବହୁତ ଅସନ୍ତୋଷ ଦେଖା ଦେଇଥିଲା। ଏଥର ଦର୍ଶକ […]

carpet

carpet

Ranjit Kumar Jena
  • Published: Friday, 20 December 2019
  • Updated: 20 December 2019, 09:09 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସାଧାରଣତଃ ଗ୍ୟାଲେରୀରେ ବସୁଥିବା ଦର୍ଶକ ତଳେ ବସି ମ୍ୟାଚ୍ ଦେଖନ୍ତି। କିନ୍ତୁ ଏଥର ଦର୍ଶକଙ୍କ ପାଇଁ ଗ୍ୟାଲେରୀରେ ସ୍ୱତନ୍ତ୍ର କାରପେଟ୍ ପଡ଼ିଛି।

ପୂର୍ବରୁ ଏଠାରେ ହୋଇଥିବା ମ୍ୟାଚରେ ଦର୍ଶକ ତଳେ ପେପର ପକାଇ ବସୁଥିଲେ, ଯାହାକୁ ନେଇ ସାଧାରଣରେ ବହୁତ ଅସନ୍ତୋଷ ଦେଖା ଦେଇଥିଲା। ଏଥର ଦର୍ଶକ କାରପେଟ୍ ଉପରେ ବସି ମ୍ୟାଚର ଭରପୂର ମଜା ନେଇଛି।

ଏଥର ମ୍ୟାଚ୍ ପାଇଁ ୭ ନମ୍ବର ଗ୍ୟାଲେରୀକୁ ବନ୍ଦ କରିଦିଆଯାଇଛି। ତେଣୁ ବାକି ୧, ୨, ୩, ୪, ୫ ଏବଂ ୬ ନମ୍ବର ଗ୍ୟାଲେରୀରେ କାରପେଟ୍ ପଡ଼ିଛି। ଏହାଛଡ଼ା ଦର୍ଶକଙ୍କ ସୁବିଧା ପାଇଁ ଗ୍ୟାଲେରୀ ଗୁଡ଼ିକରେ ଟଏଲେଟ୍ ବ୍ୟବସ୍ଥା, ସୁଲଭ ମୂଲ୍ୟର ଖାଦ୍ୟପାନୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos