୮୫ ବର୍ଷ ବୟସରେ ଅବସର ନେଲେ ଏହି କ୍ରିକେଟର, ନେଇଛନ୍ତି ୭ ହଜାର ୱିକେଟ୍‌

ଦୁବାଇ: ଦୀର୍ଘ ୬୦ ବର୍ଷ ଧରି କ୍ରିକେଟ ଖେଳିବା ପରେ ଶେଷରେ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଦ୍ରୁତ ବୋଲର ସେସିଲ ରାଇଟ୍‌। ତେବେ ସେପ୍ଟେମ୍ବର ୭ରେ ସେ ତାଙ୍କ କ୍ରିକେଟର କ୍ୟାରିୟରର ଅନ୍ତିମ ମ୍ୟାଚ୍ ଖେଳିବେ। ସେସିଲ ରାଇଟ୍‌ ଜାମାଇକା ପକ୍ଷରୁ ଗ୍ୟାରି ସୋବର୍ସ ଓ ୱେସଲି ହଲଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ବିରୋଧରେ ପ୍ରଥମ ଶ୍ରେଶୀ ମ୍ୟାଚ୍‌ ଖେଳିବା ଆରମ୍ଭ କରିଥିଲେ। ଏହା ପରେ ସେ ୧୯୫୯ରେ ଇଂଲଣ୍ଡ ଚାଲିଯାଇଥିଲେ। ଏହାର ୩ ବର୍ଷ […]

r

Hemant Lenka
  • Published: Wednesday, 28 August 2019
  • , Updated: 28 August 2019, 05:43 PM IST

ଦୁବାଇ: ଦୀର୍ଘ ୬୦ ବର୍ଷ ଧରି କ୍ରିକେଟ ଖେଳିବା ପରେ ଶେଷରେ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଦ୍ରୁତ ବୋଲର ସେସିଲ ରାଇଟ୍‌। ତେବେ ସେପ୍ଟେମ୍ବର ୭ରେ ସେ ତାଙ୍କ କ୍ରିକେଟର କ୍ୟାରିୟରର ଅନ୍ତିମ ମ୍ୟାଚ୍ ଖେଳିବେ।

ସେସିଲ ରାଇଟ୍‌ ଜାମାଇକା ପକ୍ଷରୁ ଗ୍ୟାରି ସୋବର୍ସ ଓ ୱେସଲି ହଲଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ବିରୋଧରେ ପ୍ରଥମ ଶ୍ରେଶୀ ମ୍ୟାଚ୍‌ ଖେଳିବା ଆରମ୍ଭ କରିଥିଲେ। ଏହା ପରେ ସେ ୧୯୫୯ରେ ଇଂଲଣ୍ଡ ଚାଲିଯାଇଥିଲେ। ଏହାର ୩ ବର୍ଷ ପରେ ସେ ଲାଙ୍କାଶାୟାର କ୍ରିକେଟ୍‌ ଲିଗ୍‌ରେ କ୍ରମ୍ପଟୋନ ପକ୍ଷରୁ ପ୍ରଫେସନାଲ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଏଥିପାଇଁ ସେ ଇଂଲଣ୍ଡରେ ହିଁ ରହିଯାଇଥିଲେ।

୬୦ ବର୍ଷ ଧରି କ୍ରିକେଟ ଖେଳିଥିବା ରାଇଟ୍‌ ୭ ହଜାର ୱିକେଟ ନେଇଛନ୍ତି। ସମୟ ଏପରି ସୃଷ୍ଟି ହୋଇଥିଲା ଯେ ସେ ଲାଙ୍କାଶାୟାର କ୍ରିକେଟ୍‌ ଲିଗ୍‌ର ୫ଟି ସେସନରେ ୫୩୮ଟି ୱିକେଟ୍‌ ଦଖଲ କରିଥିଲେ। ପ୍ରତି ୨୭ଟି ବଲ୍‌ରେ ସେ ଗୋଟିଏ ୱିକେଟ୍‌ ନେବାର କ୍ଷମତା ରଖିଛନ୍ତି।

ରାଇଟ କହିଛନ୍ତି, “ମୁଁ ଜାଣନାହିଁ ମୋ କ୍ରିକେଟ କ୍ୟାରିୟର ଏତେ ଲମ୍ବା ସମୟ ଧରି କେମିତି ଚାଲିଲା? ମୁଁ ଏ ବିଷୟରେ କିଛି ବି କହିପାରିବି ନାହିଁ। ମୁଁ ଏତିକି କହିପାରିବି ଯେ ମୋତେ ଯାହା ମିଳୁଥିଲା ମୁଁ ଖାଉଥିଲି। କିନ୍ତୁ ଅଧିକ ମଦ ପିଉ ନଥିଲି। ହଁ, ବେଳେବେଳେ ମୁଁ ବିୟର ପିଏଦିଏ।”

“ମୋତେ ଳାଙ୍କାଶାୟାର ଖାଇବା ବହୁତ ପସନ୍ଦ। ଏ ବୟସରେ ମୁଁ ଫିଟ୍ ରହିଛି। କାରଣ ମୁଁ ପ୍ରତିଦିନ ବ୍ୟାୟାମ କରେ। ମୁଁ ପ୍ରାୟ ଟିଭି ଦେଖେନାହିଁ। ମୁଁ ଚାଲିବାକୁ ବହୁତ ଭଲ ପାଏ।”

Related story