ଏହି ଲିଷ୍ଟରେ ସାମିଲ୍ ହେଲେ ରୋହିତ୍ ଶର୍ମା

ବିଶାଖାପାଟଣା: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଟେଷ୍ଟ ଓପ୍ନର ଭାବେ ନିଜର ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଛନ୍ତି। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ଟେଷ୍ଟରେ ଶତକ ମାରିଛନ୍ତି। ଓପ୍ନର ଭାବେ ଟେଷ୍ଟ କ୍ୟାରିୟରରେ ରୋହିତଙ୍କର ଏହା ପ୍ରଥମ ଶତକ। ଏହି ଶତକ ସହ ରୋହିତ୍ ଖାସ୍ ଲିଷ୍ଟରେ ସାମିଲ୍ ହୋଇଛନ୍ତି। ସେ ଓପ୍ନର ଭାବେ ନିଜର ପ୍ରଥମ ଇନିଂସରେ ଶତକ ମାରିବାରେ ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ତାଙ୍କ ପୂର୍ବରୁ […]

ROHIT1

Ranjit Kumar Jena
  • Published: Wednesday, 02 October 2019
  • , Updated: 02 October 2019, 06:51 PM IST

ବିଶାଖାପାଟଣା: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଟେଷ୍ଟ ଓପ୍ନର ଭାବେ ନିଜର ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଛନ୍ତି। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ଟେଷ୍ଟରେ ଶତକ ମାରିଛନ୍ତି। ଓପ୍ନର ଭାବେ ଟେଷ୍ଟ କ୍ୟାରିୟରରେ ରୋହିତଙ୍କର ଏହା ପ୍ରଥମ ଶତକ। ଏହି ଶତକ ସହ ରୋହିତ୍ ଖାସ୍ ଲିଷ୍ଟରେ ସାମିଲ୍ ହୋଇଛନ୍ତି। ସେ ଓପ୍ନର ଭାବେ ନିଜର ପ୍ରଥମ ଇନିଂସରେ ଶତକ ମାରିବାରେ ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ତାଙ୍କ ପୂର୍ବରୁ ଶିଖର ଧୱନ୍, ଲୋକେଶ ରାହୁଲ ଓ ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ' ଏହି ଉପଲବ୍ଧି ହାସଲ କରିସାରିଛନ୍ତି।

ବିଶାଖାପାଟଣା ଟେଷ୍ଟରେ ଚୌକା ମାରି ଇନିଂସ୍ ଶୁଭାରମ୍ଭ କରିଥିବା ରୋହିତ୍ ଚୌକା ସହ ୮୪ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ସୀମିତ ଓଭର ଫର୍ମାଟରେ ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ଓପ୍ନର ରୋହିତ୍ ଟେଷ୍ଟ କ୍ୟାରିୟରରେ ଚତୁର୍ଥ ଶତକ ମାରିଛନ୍ତି। ରୋହିତ୍ ପ୍ରାୟ ଦୁଇବର୍ଷ ପରେ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ନଭେମ୍ବର, ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ନାଗପୁର ଟେଷ୍ଟରେ ୧୦୨ ରନର ଅପରାଜିତ ଇନିଂସ୍ ଖେଳିଥିଲେ।

ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ' ଗତବର୍ଷ ଅକ୍ଟୋବରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ରାଜକୋଟ୍ ଟେଷ୍ଟରେ ଓପ୍ନର ଭାବେ ନିଜର ପ୍ରଥମ ଇନିଂସରେ ୧୩୪ ରନର ଇନିଂସ୍ ଖେଳିଥିଲେ। ଲୋକେଶ ରାହୁଲ୍ ୨୦୧୫ରେ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ୧୧୦ ରନର ଶତକୀୟ ଇନିଂସ୍ ଖେଳିଥିଲେ। ସେହିପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ମୋହାଲି ଟେଷ୍ଟରେ ୧୮୭ ରନର ଇନିଂସ୍ ଖେଳିଥିଲେ। ଧୱନ୍ ସେହି ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମଧ୍ୟ ବିବେଚିତ ହୋଇଥିଲେ।

Related story