ଆଜି ଡାକ୍ତରଖାନାରୁ ମୁକ୍ତ ହେବେ ସୁଟର ଚୈନ୍‌ ସିଂ

ନୂଆଦିଲ୍ଲୀ: ଭୂତାଣୁ ଜ୍ୱରରେ ପୀଡିତ ହୋଇ ସ୍ୱିଜରଲାଣ୍ଡର ଲୁସାନେଠାରେ ଥିବା ଏକ ହସ୍ପିଟାଲରୁ ଚିକିତ୍ସିତ ହୋଇ ଅଭ୍ୟାସକୁ ଫେରିବେ ଭାରତର ଟପ୍‌ ସୁଟର ଚୈନ ସିଂହ। ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ସହ ଶିରାରେ ରକ୍ତ ଜମାଟ ବାନ୍ଧିବାରୁ ଗତକାଲି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ୨୭ ବର୍ଷୀୟ ଏହି ଭାରତୀୟ ସୁଟର। ଜାତୀୟ ରାଇଫଲ ଆସୋସିଏସନ୍‌ର ସଚିବ ରାଜୀବ ଭାଟିଆ କହିଛନ୍ତି,“ଗତକାଲି ଚୈନ ଭୂତାଣୁ ଜ୍ୱରରେ ପୀଡିତ ଥିଲେ। ତେଣୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି […]

Chain_Singh

Rakesh Mallick
  • Published: Sunday, 24 July 2016
  • , Updated: 24 July 2016, 05:38 PM IST

ନୂଆଦିଲ୍ଲୀ: ଭୂତାଣୁ ଜ୍ୱରରେ ପୀଡିତ ହୋଇ ସ୍ୱିଜରଲାଣ୍ଡର ଲୁସାନେଠାରେ ଥିବା ଏକ ହସ୍ପିଟାଲରୁ ଚିକିତ୍ସିତ ହୋଇ ଅଭ୍ୟାସକୁ ଫେରିବେ ଭାରତର ଟପ୍‌ ସୁଟର ଚୈନ ସିଂହ।

ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ସହ ଶିରାରେ ରକ୍ତ ଜମାଟ ବାନ୍ଧିବାରୁ ଗତକାଲି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ୨୭ ବର୍ଷୀୟ ଏହି ଭାରତୀୟ ସୁଟର।

ଜାତୀୟ ରାଇଫଲ ଆସୋସିଏସନ୍‌ର ସଚିବ ରାଜୀବ ଭାଟିଆ କହିଛନ୍ତି,“ଗତକାଲି ଚୈନ ଭୂତାଣୁ ଜ୍ୱରରେ ପୀଡିତ ଥିଲେ। ତେଣୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତ ଉନ୍ନତି ଘଟିଥିଲା। ସେ ଏବେ ଠିକ୍‌ ଅଛନ୍ତି। ଆଜି ତାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଡିସ୍‌ଚାର୍ଜ କରିଦେବେ। ଏହାପରେ ସେ ଅଭ୍ୟାସକୁ ଫେରିବେ।”

ଅଗଷ୍ଟ ପ୍ରାରମ୍ଭରୁ ବ୍ରାଜିଲର ରିଓ ଡି ଜେନେରିଓରେ ଆରମ୍ଭ ହେବାକୁ ଥିବାବେଳେ ଚୈନଙ୍କ ସମେତ ଗଗନ ନାରଙ୍ଗ ଓ ଅପୂବୀ ଚାଣ୍ଡେଲା ଲୁସାନେରେ ଅଭ୍ୟାସ କରୁଥିଲେ। ଏହି ସମୟରେ ସେ ଭୂତାଣୁ ଜନିତ ଜ୍ୱରରେ ପୀଡିତ ହୋଇଥିଲେ।

ରିଓ ଅଲମ୍ପିକ୍‌ରେ ଚୈନ ୫୦ମିଟର ରାଇଫଲ ଓ ୫୦ମିଟର ରାଇଫଲ ୩ ପୋଜିସନରେ ଭାଗ ନେବେ। ସେ ଅଗଷ୍ଟ ୧ରୁ ରିଓକୁ ସ୍ୱିଜରଲାଣ୍ଡକୁ ଯିବେ।

୨୦୧୧ ଏସିଆନ୍‌ ଗେମ୍ସରେ ଚୈନ ସିଂହ ୫୦ମିଟର ରାଇଫଲ ୩ ପୋଜିସନ୍‌ରେ ବ୍ରୋଞ୍ଚ ପଦକ ଜିତିଥିଲେ।

Related story