ଧୋନିଙ୍କ ଅବସରକୁ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି

ମୁମ୍ବାଇ: ବିସିସିଆଇର ନୂଆ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବୁଧବାର ନିଜ ପଦ ସମ୍ଭାଳିବା ପରେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। ଏହି ସମୟରେ ତାଙ୍କୁ ମହେନ୍ଦ୍ର ସିଂହ ଧୋନି ସନ୍ନ୍ୟାସ ସମ୍ବନ୍ଧରେ ପ୍ରଶ୍ନ କରାଯାଇଥିଲା। ଗାଙ୍ଗୁଲି ମଧ୍ୟ ନିଜ ଶୈଳୀରେ ଏହାର ଜବାବ ଦେଇଥିଲେ। ଧୋନିଙ୍କୁ ଚାମ୍ପିୟନ୍ କହି ଗାଙ୍ଗୁଲି କହିଥିଲେ, ଚାମ୍ପିୟନ୍ ଖେଳାଳି କେବେବି ନିଜ ଖେଳ ଜଲଦି ଛାଡ଼ନ୍ତି ନାହିଁ। ଧୋନିଙ୍କ କଥା କହି ଗାଙ୍ଗୁଲି ନିଜର ଉଦାହରଣ ଦେଇଥିଲେ। ଗାଙ୍ଗୁଲି କହିଥିଲେ, ପ୍ରାୟ ଦେଢ଼ […]

msd

Ranjit Kumar Jena
  • Published: Wednesday, 23 October 2019
  • , Updated: 23 October 2019, 07:22 PM IST

ମୁମ୍ବାଇ: ବିସିସିଆଇର ନୂଆ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବୁଧବାର ନିଜ ପଦ ସମ୍ଭାଳିବା ପରେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। ଏହି ସମୟରେ ତାଙ୍କୁ ମହେନ୍ଦ୍ର ସିଂହ ଧୋନି ସନ୍ନ୍ୟାସ ସମ୍ବନ୍ଧରେ ପ୍ରଶ୍ନ କରାଯାଇଥିଲା। ଗାଙ୍ଗୁଲି ମଧ୍ୟ ନିଜ ଶୈଳୀରେ ଏହାର ଜବାବ ଦେଇଥିଲେ।

ଧୋନିଙ୍କୁ ଚାମ୍ପିୟନ୍ କହି ଗାଙ୍ଗୁଲି କହିଥିଲେ, ଚାମ୍ପିୟନ୍ ଖେଳାଳି କେବେବି ନିଜ ଖେଳ ଜଲଦି ଛାଡ଼ନ୍ତି ନାହିଁ। ଧୋନିଙ୍କ କଥା କହି ଗାଙ୍ଗୁଲି ନିଜର ଉଦାହରଣ ଦେଇଥିଲେ। ଗାଙ୍ଗୁଲି କହିଥିଲେ, ପ୍ରାୟ ଦେଢ଼ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ବାହାରେ ରହିବା ପରେ ମୁଁ କ୍ରିକେଟକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲି ଏବଂ ପରବର୍ତ୍ତୀ ଦୁଇବର୍ଷ ପର୍ଯ୍ୟନ୍ତ ଲଗାତାର ଖେଳିଥିଲି। ବର୍ତ୍ତମାନ ଧୋନିଙ୍କ ସହ ମୋର କଥା ହୋଇନାହିଁ। ଭବିଷ୍ୟତରେ ମୁଁ ନିଶ୍ଚିତ ତାଙ୍କ ସହ କଥା ହେବନ । ଧୋନି ଜଣେ ଚାମ୍ପିୟନ୍ ଖେଳାଳି ଏବଂ ଚାମ୍ପିୟନ୍ କେବେବି ନିଜ ଖେଳ ଜଲଦି ଶେଷ କରନ୍ତି ନାହିଁ।

ସୂଚନାଯୋଗ୍ୟ, ୨୦୧୯ ବିଶ୍ୱକପ୍ ପରଠାରୁ ଧୋନି ଭାରତୀୟ କ୍ରିକେଟରୁ ବାହାରେ ଅଛନ୍ତି। ମଙ୍ଗଳବାର ରାଞ୍ଚିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ହୋଇଥିବା ଟେଷ୍ଟ ସିରିଜରେ ତାଙ୍କୁ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମରେ ଦେଖିବାକୁ ମିଳିଥିଲା।

Related story