ଚେନ୍ନାଇ ଟେଷ୍ଟ: ଭାରତ ୭୫୯/୭ରେ ପାଳି ଘୋଷଣା

ଚେନ୍ନାଇ: ଚେନ୍ନାଇ ଏମ୍‌.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଚାଲିଥିବା ୫ମ ଟେଷ୍ଟର ଚତୁର୍ଥ ଦିନ ଶେଷ ସୁଦ୍ଧା କରଣ ନାୟାରଙ୍କ ଅପରାଜିତ ୩୦୩ ରନ୍‌ ବଳରେ ଭାରତ ୭ ୱିକେଟ୍‌ ହରାଇ ୭୫୯ ରନ୍‌ରେ ପାଳି ଘୋଷଣା କରିଛି। ଇଂଲଣ୍ଡ ଦ୍ୱିତୀୟ ପାଳିରେ ବ୍ୟାଟିଂ ଆରମ୍ଭ କରି କୌଣସି ୱିକେଟ୍‌ ନହରାଇ ୧୨ ରନ୍‌ କରିଛି। ଭାରତ ପକ୍ଷରୁ ଲୋକେଶ ରାହୁଲ ୧୯୯ ରନ୍‌, ପାର୍ଥିବ ପଟେଲ୍‌ ୭୧, ଚେତେଶ୍ୱର ପୂଜାରା ୧୬, ଅଧିନାୟକ ବିରାଟ କୋହଲି ୧୫, […]

cricket-india-v-england-5th-test

Rakesh Mallick
  • Published: Monday, 19 December 2016
  • , Updated: 19 December 2016, 06:21 PM IST

ଚେନ୍ନାଇ: ଚେନ୍ନାଇ ଏମ୍‌.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଚାଲିଥିବା ୫ମ ଟେଷ୍ଟର ଚତୁର୍ଥ ଦିନ ଶେଷ ସୁଦ୍ଧା କରଣ ନାୟାରଙ୍କ ଅପରାଜିତ ୩୦୩ ରନ୍‌ ବଳରେ ଭାରତ ୭ ୱିକେଟ୍‌ ହରାଇ ୭୫୯ ରନ୍‌ରେ ପାଳି ଘୋଷଣା କରିଛି। ଇଂଲଣ୍ଡ ଦ୍ୱିତୀୟ ପାଳିରେ ବ୍ୟାଟିଂ ଆରମ୍ଭ କରି କୌଣସି ୱିକେଟ୍‌ ନହରାଇ ୧୨ ରନ୍‌ କରିଛି।

ଭାରତ ପକ୍ଷରୁ ଲୋକେଶ ରାହୁଲ ୧୯୯ ରନ୍‌, ପାର୍ଥିବ ପଟେଲ୍‌ ୭୧, ଚେତେଶ୍ୱର ପୂଜାରା ୧୬, ଅଧିନାୟକ ବିରାଟ କୋହଲି ୧୫, ମୂରଲୀ ବିଜୟ ୨୯, ରବିଚନ୍ଦ୍ରନ ଅଶ୍ୱିନ ୬୭ ଓ ରବିନ୍ଦ୍ର ଜାଡ଼େଜା ୫୧ ରନ୍‌ କରି ଆଉଟ୍‌ ହୋଇଥିଲେ।

ଇଂଲଣ୍ଡ ତାର ପ୍ରଥମ ଇନିଂସ୍‌ରେ ସମସ୍ତ ୱିକେଟ୍‌ ହରାଇ ୪୭୭ ରନ୍‌ କରିଛି।

ତେବେ ଆସନ୍ତାକାଲି ଅନ୍ତିମ ଦିନ ଦିବସ ଥିବାରୁ ଏହି ଟେଷ୍ଟ ମ୍ୟାଚ୍‌ଟି ଅମିମାଂଶିତ ଭାବେ ଶେଷ ହେବ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Related story