କେତେ ଟଙ୍କା ନିଅନ୍ତି ଆଇପିଏଲ୍‌ର ଚିୟର ଗାର୍ଲ?

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଫଟାଫଟ୍‌ କ୍ରିକେଟ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍(ଆଇପିଏଲ୍‌)। ଭାରତର ବିଭିନ୍ନ ଷ୍ଟାଡିୟମରେ ୫୧ ଦିନ ଧରି ଖେଳାଯିବ ଆଇପିଏଲ୍‌।  ଏଥିପାଇଁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିରେ ଦେଶୀ ଓ ବିଦେଶୀ ଖେଳାଳିଙ୍କ ପରି ଚିୟର ଗାର୍ଲ ମଧ୍ୟ ମାଲାମାଲ ହେଉଛନ୍ତି। ଖେଳାଳିମାନେ ପଡ଼ିଆରେ ଛକା ଓ ଚୌକା ମାରୁଥିବା ବେଳେ ଚିୟର ଗାର୍ଲମାନେ ସ୍ମିତ ହାସ୍ୟ ଦେଇ ନାଚୁଛନ୍ତି ଓ ପ୍ରଶଂସକଙ୍କ ମନ କିଣୁଛନ୍ତି। ଖେଳାଳିଙ୍କ ପରି ଚିୟର ଗାର୍ଲମାନେ […]

banglapur

Rakesh Mallick
  • Published: Sunday, 08 April 2018
  • , Updated: 08 April 2018, 10:19 AM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଫଟାଫଟ୍‌ କ୍ରିକେଟ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍(ଆଇପିଏଲ୍‌)। ଭାରତର ବିଭିନ୍ନ ଷ୍ଟାଡିୟମରେ ୫୧ ଦିନ ଧରି ଖେଳାଯିବ ଆଇପିଏଲ୍‌।  ଏଥିପାଇଁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିରେ ଦେଶୀ ଓ ବିଦେଶୀ ଖେଳାଳିଙ୍କ ପରି ଚିୟର ଗାର୍ଲ ମଧ୍ୟ ମାଲାମାଲ ହେଉଛନ୍ତି। ଖେଳାଳିମାନେ ପଡ଼ିଆରେ ଛକା ଓ ଚୌକା ମାରୁଥିବା ବେଳେ ଚିୟର ଗାର୍ଲମାନେ ସ୍ମିତ ହାସ୍ୟ ଦେଇ ନାଚୁଛନ୍ତି ଓ ପ୍ରଶଂସକଙ୍କ ମନ କିଣୁଛନ୍ତି। ଖେଳାଳିଙ୍କ ପରି ଚିୟର ଗାର୍ଲମାନେ ଫ୍ରାଞ୍ଚାଇଜ୍‌ଙ୍କଠାରୁ ପାରିଶ୍ରମିକ ନେଇଥାଆନ୍ତି। ପାରିଶ୍ରମିକ ଛଡ଼ା ଅନ୍ୟାନ୍ୟ ଚାର୍ଜ ମଧ୍ୟ ନିଅନ୍ତି। ଚିୟର ଗାର୍ଲମାନଙ୍କୁ ସବୁଠାରୁ ଅଧିକ ପଇସା କୋଲକାତା ନାଇଟ୍‌ ରାଇଡର୍ସ ଦେଇଥାଏ।

ମିଳିଥିବା ସୂଚନା ମୁତାବକ, ଜଣେ ଚିୟର ଗାର୍ଲ ମ୍ୟାଚ୍‌ ପିଛା ୬୦୦୦ରୁ ୧୨,୦୦୦ ଟଙ୍କା ନେଇ ଥାଆନ୍ତି। ମ୍ୟାଚ୍‌ ଜିତୁଥିବା ଟିମ୍‌ର ଚିୟର ଗାର୍ଲଙ୍କୁ ବୋନସ୍ ବି ମିଳିଥାଏ। ବୋନସ୍ ଆକାରରେ ଅଧିକ ୩୦୦୦ ଟଙ୍କା ମିଳିଥାଏ। ସେମାନଙ୍କ ସହ ସ୍ପେଶାଲ ଫଟୋ ଉଠାଇବା ପାଇଁ ୫୦୦୦ ଟଙ୍କା ଦେବାକୁ ପଡ଼ିଥାଏ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସେମାନଙ୍କୁ ୭୦୦୦ ଟଙ୍କାରୁ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ।

କେଉଁ ଟିମ୍ କେତେ ଦିଅନ୍ତି?

କୋଲକାତା ନାଇଟ୍‌ ରାଇଡର୍ସ ଚିୟର ଗାର୍ଲମାନଙ୍କୁ ଅଧିକ ଟଙ୍କା ଦେଇଥାଏ। ଏହି ଟିମ୍‌ର ଚିୟର ଗାର୍ଲମାନଙ୍କୁ ମ୍ୟାଚ୍‌ ପିଛା ୧୨,୦୦୦ ଟଙ୍କା ଦେଇଥାଏ। ଏହାଛଡ଼ା ଟିମ୍‌ ଭଲ ପ୍ରଦର୍ଶନ କଲେ ମ୍ୟାଚ୍‌ ଫି’ର ୧୦ରୁ ୧୨ ପ୍ରତିଶତ ପ୍ରଦାନ କରାଯାଇଥାଏ। ସେହିପରି ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ ପିଛା ଚିୟର ଗାର୍ଲଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରିଥାଏ। ଟିମ୍‌ ଜିତିଲେ ବୋନସ ଆକାରରେ ୩୦୦୦ ଟଙ୍କା ଦେଇଥାଏ। ସନ୍‌ରାଇଜର୍ସ ହାଇଦ୍ରାବାଦ, ଦିଲ୍ଲୀ ଡେୟାର ଡେଭିଲ୍‌ସ, ମୁମ୍ୱାଇ ଇଣ୍ଡିଆନ୍‌ସ ଓ କିଙ୍ଗସ ଏକ୍ସଆଇ ପଞ୍ଜାବ  ମ୍ୟାଚ୍‌ ପିଛା ସେମାନଙ୍କୁ ୬,୪୦୦ ଟଙ୍କା ଦେଇଥାଏ।

Related story