ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ -୧୧ ଫାଇନାଲ୍ରେ ହେବ ଚେନ୍ନାଇ-ହାଇଦ୍ରାବାଦ ଟକ୍କର୍। ଗତକାଲି ଦ୍ୱିତୀୟ କ୍ୱାଲିଫାୟର୍ରେ କୋଲକାତା ନାଇଟ୍ ରାଇଡର୍ସକୁ ୧୩ ରନ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ। ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା। ଏହାପରେ ୧୭୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ଓ୍ୱିକେଟ୍ ବିନିମୟରେ ମାତ୍ର ୧୬୧ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା କୋଲକାତା। ଆସନ୍ତାକାଲି ମୁମ୍ବାଇ ଓ୍ୱାଙ୍ଖଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ରେ ଚେନ୍ନାଇ ସୁପର କିଙ୍ଗସ - ହାଇଦ୍ରାବାଦ ମୁକାବିଲା ହେବ।