ଟେଷ୍ଟ ରାଙ୍କିଙ୍ଗ: ପୂଜାରା ଓ ରାହଣେଙ୍କୁ ମିଳିଲା ବଡ଼ ସଫଳତା

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦମଦାର ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆକୁ ଐତିହାସିକ ବିଜୟ ଦେଇଥିବା ଦୁଇ ଷ୍ଟାର ଖେଳାଳି ଚେତେଶ୍ୱର ପୂଜାରା ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହଣେଙ୍କୁ ରାଙ୍କିଙ୍ଗରେ ବଡ଼ ସଫଳତା ମିଳିଛି। ଆଇସିସିର ସଦସ୍ୟତମ ଜାରି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ରାହଣେ ଓ ପୂଜାରାଙ୍କ ପଦୋନ୍ନତି ହୋଇଛି। ପୂଜାରା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ବର୍ତ୍ତମାନ ସେ ରାଙ୍କିଙ୍ଗର ୬ ନଂ ସ୍ଥାନରେ […]

c

Hemant Lenka
  • Published: Saturday, 30 January 2021
  • , Updated: 30 January 2021, 05:10 PM IST

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦମଦାର ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆକୁ ଐତିହାସିକ ବିଜୟ ଦେଇଥିବା ଦୁଇ ଷ୍ଟାର ଖେଳାଳି ଚେତେଶ୍ୱର ପୂଜାରା ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହଣେଙ୍କୁ ରାଙ୍କିଙ୍ଗରେ ବଡ଼ ସଫଳତା ମିଳିଛି। ଆଇସିସିର ସଦସ୍ୟତମ ଜାରି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ରାହଣେ ଓ ପୂଜାରାଙ୍କ ପଦୋନ୍ନତି ହୋଇଛି।

ପୂଜାରା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ବର୍ତ୍ତମାନ ସେ ରାଙ୍କିଙ୍ଗର ୬ ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେହିପରି ରାହଣେ ଗୋଟିଏ ସ୍ଥାନ ଉପରକୁ ଉଠି ୮ନଂ ସ୍ଥାନରେ ରହିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌କୁ ଭାରତ ୨-୧ରେ ଜିତିବା ପଛର ଅନ୍ୟତମ ନାୟକ ହେଉଛନ୍ତି ପୂଜାରା। ସେ ସିରିଜ୍‌ରେ ୩ଟି ଅର୍ଦ୍ଧଶତକ ସହ ୨୭୧ ରନ୍‌ ହାସଲ କରିଥିଲେ। ତେବେ ରନ୍‌ ଅପେକ୍ଷା ସେ କେତେ ବଲ ଖେଳିଥିଲେ, ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପୂରା ସିରିଜ୍‌ରେ ସେ ଏକାକୀ ୯୨୮ଟି ବଲ୍‌ ଖେଳି ଅଷ୍ଟ୍ରେଲିଆ ବୋଲରଙ୍କୁ ନୟାନ୍ତ କରିଥିଲେ।

ଅନ୍ୟପକ୍ଷରେ ପୂର୍ବଭଳି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି। ତାଙ୍କ ପାଖରେ ୯୧୯ ପଏଣ୍ଟ ରହିଛି। ଦ୍ୱିତୀୟ ସ୍ଥାନରେ ଷ୍ଟିଭ ସ୍ମିଥ, ୩ୟ ସ୍ଥାନରେ ମାର୍ନସ ଲାବୁଶେନ, ୪ର୍ଥରେ ବିରାଟ କୋହଲି ଓ ୫ମରେ ଜୋ ରୁଟ ରହିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ବିଶ୍ରାମ ପାଇଥିବା ଇଂଲିଶ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦୁଇଟି ସ୍ଥାନ ତଳକୁ ଖସି ୧୦ନଂରେ ସ୍ଥିର ରହିଛନ୍ତି।

ଅନ୍ୟପକ୍ଷରେ ବୋଲିଂ ରାଙ୍କିଙ୍ଗ କଥା ଦେଖିଲେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୮ନଂ ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ୯ନଂ ସ୍ଥାନରେ ରହିଛନ୍ତି। ପୂର୍ବଭଳି ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ୧ନଂରେ ଥିବା ବେଳେ ଷ୍ଟୁଆର୍ଟ ବ୍ରଡ ୨ନଂ ଓ ନ୍ୟୁଜିଲ୍ୟାଣ୍ଡର ନେଲ ୱାଙ୍ଗନର ୩ୟ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଜେମ୍ସ ଆଣ୍ଡରସନ ଗୋଟିଏ ସ୍ଥାନ ଉପରକୁ ଉଠି ୬ନଂରେ ପହଞ୍ଚି ଯାଇଛନ୍ତି।

Related story