ପ୍ରଥମ ବଲ୍‌ରେ ବିଦା ହେଲେ ଏହି ଭାରତୀୟ: ଏହାପୂର୍ବରୁ କେବେ ଏମିତ ଆଉଟ୍‌ ହୋଇନଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ। ଅଧିନାୟକ ବିରାଟ କୋହଲିଙ୍କ ବ୍ୟତୀୟ ଅନ୍ୟ କୌଣସି ଖେଳାଳି ଅର୍ଦ୍ଧଶତକ ବି ମାରିପାରିଲେ ନାହିଁ। ଅଧା ଟିମ୍‌ ୧୮୩ ରନରେ ଆଉଟ୍‌ ହୋଇସାରିଲେଣି। ସେଞ୍ଚୁରିୟାନର ସୁପରସ୍ପୋର୍ଟ ଷ୍ଟଡିୟମରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ୍‌ ହରାଇ ୧୮୩ ରନ୍‌ କରିଛି। ପ୍ରଥମ ଟେଷ୍ଟ ପରି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତର ବ୍ୟାଟ୍ସମ୍ୟାନ ଦକ୍ଷିଣ ଆଫ୍ରିକାର ବୋଲିଂକୁ […]

tdfgsdfg

Rakesh Mallick
  • Published: Monday, 15 January 2018
  • , Updated: 15 January 2018, 12:31 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ। ଅଧିନାୟକ ବିରାଟ କୋହଲିଙ୍କ ବ୍ୟତୀୟ ଅନ୍ୟ କୌଣସି ଖେଳାଳି ଅର୍ଦ୍ଧଶତକ ବି ମାରିପାରିଲେ ନାହିଁ। ଅଧା ଟିମ୍‌ ୧୮୩ ରନରେ ଆଉଟ୍‌ ହୋଇସାରିଲେଣି। ସେଞ୍ଚୁରିୟାନର ସୁପରସ୍ପୋର୍ଟ ଷ୍ଟଡିୟମରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ୍‌ ହରାଇ ୧୮୩ ରନ୍‌ କରିଛି।

ପ୍ରଥମ ଟେଷ୍ଟ ପରି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତର ବ୍ୟାଟ୍ସମ୍ୟାନ ଦକ୍ଷିଣ ଆଫ୍ରିକାର ବୋଲିଂକୁ ସମ୍ନାକରିବାକୁ ଅସମର୍ଥ। ଓପ୍ନର ଲୋକେଶ ରାହୁଲ ଏବଂ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ମାତ୍ର ୧୦ ରନ୍‌ ଲେଖାଏଁ କରି ଆଉଟ୍‌ ହୋଇଯାଇଥିଲେ। ପାର୍ଥିବ ପଟେଲ ୧୯ ରନ୍‌ କରିଥିବା ବେଳେ ମୁରଲି ବିଜୟ ୪୬ ରନର ପାଳି ଖେଳିଥିଲେ। ଚେତେଶ୍ୱର ପୂଜାର ଖାତା ଖୋଲିବା ପୂର୍ବରୁ ପ୍ରଥମ ବଲରେ ଆଉଟ୍‌ ହୋଇଯାଇଥିଲେ। ସେ ତାଙ୍କ କ୍ୟାରିୟରର ପ୍ରଥମ ଥର ପାଇଁ ଗୋଲ୍ଡେନ ଡକ୍‌ ଆଉଟ୍‌ ହୋଇଛନ୍ତି। ୯.୪ ଓଭରରେ ସେ ଏକ ରିସ୍କ୍‌ ରନ ନେବାକୁ ଚେଷ୍ଟାକରି ରନ୍‌ ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକା ଫିଲ୍ଡର ଲୁଙ୍ଗି ନିଗ୍‌ଦିଙ୍କ ଡାରେକ୍ଟ ଥ୍ରୋରେ ଚେତେଶ୍ୱର ପୂଜାରା ଖାତା ଖୋଲି ନ ପାରି ଆଉଟ୍ ହୋଇଥିଲେ।

ଚେତେଶ୍ୱର ପୂଜାରା ପ୍ରଥମ ବଲରେ ଆଉଟ୍‌ ହେବାପରେ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଜଣେ ୟୁଜର୍ସ କହିଛନ୍ତି ସେ ବହୁ ଜଲ୍‌ଦିରେ ଥିଲେ ସେଥିପାଇଁ ସେ ଆଉଟ୍‌ ହୋଇଯାଇଥିଲେ। ଆଉ ଜଣେ ୟୁଜର୍ସ କହିଥିଲେ ପୂଜାରା ଗହମ ପେସିବାକୁ ଯିବାର ଥିଲା ସେଥିପାଇଁ ସେ ଆଉଟ୍ ହୋଇଗଲେ।

ଗତକାଲି ୨୬୯/୬ରୁ ଖେଳ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ୩୩୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀ ୪ଟି ୱିକେଟ୍‌ ନେଇଥିବା ବେଳେ ଇଶାନ୍ତ ଶର୍ମା ୩ଟି ଏବଂ ମହମ୍ମଦ ସାମି ଗୋଟିଏ ୱିକେଟ୍‌ ଅକ୍ତିଆର କରିଛନ୍ତି।

Related story