ବ୍ରାଏନ୍ ଲାରାଙ୍କୁ ଟପିଲେ କ୍ରିସ୍ ଗେଲ୍

ପୋର୍ଟ ଅଫ୍ ସ୍ପେନ୍: ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳିବାକୁ ଓହ୍ଲାଇବା ମାତ୍ରକେ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୱେଷ୍ଟଇଣ୍ଡିଜର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୩୦୦ ଦିନିକିଆ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ କରିଛନ୍ତି। ଏହି ମାମଲାରେ ସେ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରାଙ୍କୁ ପଛରେ ପକାଇଛନ୍ତି। ଲାରା ୨୯୯ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏହାଛଡ଼ା ଗେଲ୍ ବିଶ୍ୱର ୨୧ତମ ଖେଳାଳି ଭାବେ ୩୦୦ତମ ଦିନିକିଆ ମାଇଲଖୁଣ୍ଟ […]

gayle

gayle

Ranjit Kumar Jena
  • Published: Sunday, 11 August 2019
  • Updated: 11 August 2019, 09:06 PM IST

Sports

Latest News

ପୋର୍ଟ ଅଫ୍ ସ୍ପେନ୍: ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳିବାକୁ ଓହ୍ଲାଇବା ମାତ୍ରକେ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୱେଷ୍ଟଇଣ୍ଡିଜର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୩୦୦ ଦିନିକିଆ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ କରିଛନ୍ତି। ଏହି ମାମଲାରେ ସେ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରାଙ୍କୁ ପଛରେ ପକାଇଛନ୍ତି। ଲାରା ୨୯୯ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏହାଛଡ଼ା ଗେଲ୍ ବିଶ୍ୱର ୨୧ତମ ଖେଳାଳି ଭାବେ ୩୦୦ତମ ଦିନିକିଆ ମାଇଲଖୁଣ୍ଟ ଛୁଇଁଛନ୍ତି।

ଏହି ରେକର୍ଡ କରିବା ନେଇ ଗେଲ୍ କହିଛନ୍ତି, "ମୋ ପାଇଁ ଏହା ଏକ ବହୁତ ବଡ଼ ଉପଲବ୍ଧି। ଏହି ସ୍ଥାନରେ ପହଞ୍ଚିବା ନେଇ ମୁଁ କେବେବି କଳ୍ପନା କରିନଥିଲି। ମୁଁ ନିଜର ୩୦୦ତମ ମ୍ୟାଚ୍ ଖେଳୁଥିବାରୁ ଭଗବାନଙ୍କ ନିକଟରେ କୃତଜ୍ଞ। ମୁଁ ଏହି ଫର୍ମାଟରେ ଖେଳିବାର ଭରପୂର ମଜା ମଧ୍ୟ ଉଠାଉଛି।"

ସୂଚନାଯୋଗ୍ୟ, ଭାରତର ସଚିନ ତେନ୍ଦୁଲକର ସର୍ବାଧିକ ୪୬୩ ଦିନିକିଆ ମ୍ୟାଚ୍ ଖେଳି ଶୀର୍ଷରେ ଅଛନ୍ତି। ଭାରତର ମହମ୍ମଦ ଆଝାରୁଦ୍ଦିନ ୩୦୦ତମ ଦିନିକିଆ ମ୍ୟାଚ୍ ଖେଳିବାରେ ବିଶ୍ୱର ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ଭାରତର ୬ଥର ଖେଳାଳି ଏବଂ ଶ୍ରୀଲଙ୍କାର ସର୍ବାଧିକ ୭ଜଣ ଖେଳାଳି ୩୦୦ରୁ ଅଧିକ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ପାକିସ୍ତାନର ତିନିଜଣ ଏବଂ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ଦୁଇଜଣ ଲେଖାଏ ଖେଳାଳି ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି। ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡର କୌଣସି ଖେଳାଳି ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ମ୍ୟାଚ୍ ଖେଳିପାରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story