୧୪୪ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମ, ପୁରୁଷ ମ୍ୟାଚ୍‌ରେ ମହିଳା ଅମ୍ପାୟାର

ସିଡନୀ: ଗୁରୁବାର ଟେଷ୍ଟ କ୍ରିକେଟରେ ବଡ଼ ପରିବର୍ତ୍ତନ ସହ ନୂଆ ଆରମ୍ଭ ହୋଇଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଟେଷ୍ଟରେ ମହିଳା ଅମ୍ପାୟାର ମ୍ୟାଚ୍ ପରିଚାଳନା କରିଛନ୍ତି। ପୁରୁଷ ଟେଷ୍ଟ ମ୍ୟାଚରେ ପ୍ରଥମଥର ମହିଳା ମ୍ୟାଚ୍ ଅଫିସିଆଲ୍ସ ଭାବେ ଅଷ୍ଟ୍ରେଲିଆର କ୍ଲେୟାର୍ ପୋଲୋସାକ୍ ପଦାର୍ପଣ କରିଛନ୍ତି। ୩୨ ବର୍ଷୀୟା ପୋଲୋସାକ୍ ମ୍ୟାଚରେ ଚତୁର୍ଥ ଅମ୍ପାୟାର ଭୂମିକା ବହନ କରିଛନ୍ତି। ଏହା ପୂର୍ବରୁ ପୋଲୋସାକ୍ ପୁରୁଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଂ କରି ଇତିହାସ ରଚିସାରିଛନ୍ତି। ପୋଲୋସାକ୍ […]

polosak

Ranjit Kumar Jena
  • Published: Thursday, 07 January 2021
  • , Updated: 07 January 2021, 02:32 PM IST

ସିଡନୀ: ଗୁରୁବାର ଟେଷ୍ଟ କ୍ରିକେଟରେ ବଡ଼ ପରିବର୍ତ୍ତନ ସହ ନୂଆ ଆରମ୍ଭ ହୋଇଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଟେଷ୍ଟରେ ମହିଳା ଅମ୍ପାୟାର ମ୍ୟାଚ୍ ପରିଚାଳନା କରିଛନ୍ତି। ପୁରୁଷ ଟେଷ୍ଟ ମ୍ୟାଚରେ ପ୍ରଥମଥର ମହିଳା ମ୍ୟାଚ୍ ଅଫିସିଆଲ୍ସ ଭାବେ ଅଷ୍ଟ୍ରେଲିଆର କ୍ଲେୟାର୍ ପୋଲୋସାକ୍ ପଦାର୍ପଣ କରିଛନ୍ତି। ୩୨ ବର୍ଷୀୟା ପୋଲୋସାକ୍ ମ୍ୟାଚରେ ଚତୁର୍ଥ ଅମ୍ପାୟାର ଭୂମିକା ବହନ କରିଛନ୍ତି। ଏହା ପୂର୍ବରୁ ପୋଲୋସାକ୍ ପୁରୁଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଂ କରି ଇତିହାସ ରଚିସାରିଛନ୍ତି। ପୋଲୋସାକ୍ ୨୦୧୯ରେ ନାମିବିଆ ଓ ଓମାନ୍ ମଧ୍ୟରେ ବିଶ୍ୱ କ୍ରିକେଟ୍ ଲିଗ୍ ଡିଭିଜନ-୨ର ମ୍ୟାଚରେ ଅମ୍ପାୟାରିଂ କରିଥିଲେ।

https://twitter.com/CricketAus/status/1346979923945082881?s=20

ହେଲେ ଆଜି କ୍ଲେୟାର ପୋଲୋସାକଙ୍କ ଏହି ଐତିହାସିକ ମୁହୂର୍ତ୍ତ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛି କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ)। ସିଏ ଟ୍ୱିଟ୍ କରି କହିଛି, ପୁରୁଷ ଦିନିକିଆ ମ୍ୟାଚ୍ ଏବଂ ଏବେ ଟେଷ୍ଟ ମ୍ୟାଚର ପ୍ରଥମ ମହିଳା ଅମ୍ପାୟାର ହେବା ଗର୍ବର କଥା। କ୍ଲେୟାରଙ୍କୁ ଅଭିନନ୍ଦନ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଧ୍ୟ ଟ୍ୱିଟ୍ କରି ପୋଲୋସାକଙ୍କୁ ବଧେଇ ଜଣାଇଛି।\

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚରେ ଦୁଇ ପୂର୍ବତନ ପେସ୍ ବୋଲର୍ ପଲ୍ ରିଫେଲ୍ ଓ ପଲ୍ ୱିଲସନ୍ ଫିଲ୍ଡ ଅମ୍ପାୟାର ଭୂମିକା ବହନ କରିଛନ୍ତି। ସେହିପରି ବ୍ରୁସ୍ ଅକ୍ସେନଫୋର୍ଡ ତୃତୀୟ (ଟେଲିଭିଜନ) ଅମ୍ପାୟାର ଦାୟିତ୍ୱ ତୁଲାଉଛନ୍ତି। ଡେଭିଡ୍ ବୁନ୍ ମ୍ୟାଚ୍ ରେଫରୀ ଅଛନ୍ତି।

https://twitter.com/ICC/status/1347048418858815488?s=20

ଆଇସିସି ଟେଷ୍ଟ ନିୟମ ମୁତାବକ, ଚତୁର୍ଥ ଅମ୍ପାୟାରଙ୍କୁ ଘରୋଇ କ୍ରିକେଟ୍ ବୋର୍ଡ ଦ୍ୱାରା ଆଇସିସି ଅନ୍ତର୍ଜାତୀୟ ଅମ୍ପାୟାର ପ୍ୟାନେଲରେ ନିଯୁକ୍ତ କରାଯାଇଛି। ୨୦୧୭ରେ ପୋଲୋସାକ୍ ଅଷ୍ଟ୍ରେଲିଆରେ ପୁରୁଷଙ୍କ ଘରୋଇ ଲିଷ୍ଟ-ଏ ମ୍ୟାଚରେ ଅମ୍ପାୟାରିଂ କରିବାରେ ପ୍ରଥମ ମହିଳା ହୋଇଥିଲେ। ମଇଦାନ ଭିତରକୁ ନୂଆ ନାଲି ବଲ୍ ଆଣିବା, ଅମ୍ପାୟାରଙ୍କ ପାଇଁ ଡ୍ରିଙ୍କସ୍ ଆଣିବା, ଲଞ୍ଚ ଓ ଚା‘ପାନ ବିରତି ସମୟରେ ପିଚକୁ ଦେଖିବା ଏବଂ ଲାଇଟମିଟରରୁ ଆଲୋକର ଯାଞ୍ଚ କରିବା ଆଦି ଚତୁର୍ଥ ଅମ୍ପାୟାରଙ୍କ କାମ। କୌଣସି ପରିସ୍ଥିତିରେ ଫିଲ୍ଡ ଅମ୍ପାୟାର ହଟିବା ପରେ ତୃତୀୟ ଅମ୍ପାୟାର ହିଁ ମଇଦାନରେ ଦାୟିତ୍ୱ ବହନ କରିଥାନ୍ତି। ଯାହା ପରେ ଚତୁର୍ଥ ଅମ୍ପାୟାର ଟେଲିଭିଜନ୍ ଦାୟିତ୍ୱ ତୁଲାନ୍ତି।

Related story