ନେଟ୍ସରେ କୋହଲି ଓ ରୋହିତଙ୍କୁ ବୋଲିଂ କରିବେ ବୁମ୍ରା

ନୂଆଦିଲ୍ଲୀ: ବ୍ୟାକ୍ ଇଞ୍ଜୁରି ପରେ ରିହ୍ୟାବିଲିଟେସନରେ ଥିବା ପେସ୍ ବୋଲର ଯଶପ୍ରୀତ ବୁମ୍ରା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ ନେଟ୍ସରେ ଭାରତୀୟ ଟିମ୍ ସହ ଅଭ୍ୟାସ କରିବେ। ବୁମ୍ରା ଷ୍ଟ୍ରେସ୍ ଫ୍ରାକଚର୍ କ୍ୟାରଣର ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍ ଆରମ୍ଭରୁ ହିଁ ଟିମରେ ବାହାରେ ଅଛନ୍ତି। ବର୍ତ୍ତମାନ ସେ ପ୍ରାୟତଃ ଫିଟ୍ ହୋଇସାରିଛନ୍ତି। ଆସନ୍ତାବର୍ଷ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପୂର୍ବରୁ ସେ ଫିଟ୍ ହୋଇଯାଇଥିବେ ବୋଲି ଟିମ୍ ମ୍ୟାନେଜମେଣ୍ଟ ଆଶାବାଦୀ ଅଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ […]

bumrah

bumrah

Ranjit Kumar Jena
  • Published: Friday, 13 December 2019
  • Updated: 13 December 2019, 05:07 PM IST

Sports

Latest News

ନୂଆଦିଲ୍ଲୀ: ବ୍ୟାକ୍ ଇଞ୍ଜୁରି ପରେ ରିହ୍ୟାବିଲିଟେସନରେ ଥିବା ପେସ୍ ବୋଲର ଯଶପ୍ରୀତ ବୁମ୍ରା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ ନେଟ୍ସରେ ଭାରତୀୟ ଟିମ୍ ସହ ଅଭ୍ୟାସ କରିବେ। ବୁମ୍ରା ଷ୍ଟ୍ରେସ୍ ଫ୍ରାକଚର୍ କ୍ୟାରଣର ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍ ଆରମ୍ଭରୁ ହିଁ ଟିମରେ ବାହାରେ ଅଛନ୍ତି। ବର୍ତ୍ତମାନ ସେ ପ୍ରାୟତଃ ଫିଟ୍ ହୋଇସାରିଛନ୍ତି।

ଆସନ୍ତାବର୍ଷ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପୂର୍ବରୁ ସେ ଫିଟ୍ ହୋଇଯାଇଥିବେ ବୋଲି ଟିମ୍ ମ୍ୟାନେଜମେଣ୍ଟ ଆଶାବାଦୀ ଅଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଡିସେମ୍ବର ୧୮ ତାରିଖରେ ବିଶାଖାପଟ୍ଟନମରେ ଖେଳାଯିବ। ବିସିସିଆଇ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ବୁମ୍ରା ଭାରତୀୟ ଟିମ୍ ସହ ଅଭ୍ୟାସ କରିବେ। ବର୍ତ୍ତମାନ ଏହା ଏକ ପରମ୍ପରା ହୋଇସାରିଲାଣି।

ଟିମ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱର କୁମାରଙ୍କ ଫିଟନେସ୍ ମଧ୍ୟ ଇନ୍ଦୋରରେ ବାଂଲାଦେଶ ବିପକ୍ଷ ଟେଷ୍ଟ ପୂର୍ବରୁ ପରଖି ଥିଲା, ତେବେ ସେତେବେଳେ ସେ ଟିମର ସଦସ୍ୟ ଥିଲେ। ଏହିପରି ଭାବେ ବୁମ୍ରାଙ୍କ ଫିଟନେସ୍ ମଧ୍ୟ ପରୀକ୍ଷଣ କରାଯିବ।

ବିସିସିଆଇ ସୂତ୍ରରୁ ଆହୁରି କୁହାଯାଇଛି ଯେ, ଯେତେବେଳେ କୌଣସି ଖେଳାଳି ଫିଟ୍ ଲାଗନ୍ତି, ସେତେବେଳେ ଫିଜିଓ, ଟିମ୍ ମ୍ୟାନେଜମେଣ୍ଟ ଓ ଟ୍ରେନର ତାଙ୍କୁ ପରଖିଥାନ୍ତି।" ବୁମ୍ରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳନ୍ତି ଏବଂ ଦୁହିଁଙ୍କର ମୁମ୍ବାଇର ବିକେସି ଗ୍ରାଉଣ୍ଡରେ ରିହାବିଲିଟେସନ୍ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos