ବିଶ୍ୱକପ ପରାଜୟର ସମୀକ୍ଷା କରିବନି ସିଓଏ

ନୂଆଦିଲ୍ଲୀ: ୨୦୧୯ ବିଶ୍ୱକପ ସେମିଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲା। ଏହାପରେ ବିସିସିଆଇର ସିଓଏ କମିଟି ପରାଜୟର ସମୀକ୍ଷା କରିବ ବୋଲି ଜଣାପଡ଼ି ଥିଲା। ହେଲେ ଏବେ ସମୟ ଅଭାବରୁ ‘ସିଓଏ’ ଦଳର ଅଧିନାୟକ କିମ୍ବା କୋଚଙ୍କ ସହ ପରାଜୟ ନେଇ କୌଣସି ସମୀକ୍ଷା କରିବ ନାହିଁ ବୋଲି ଜଣାପଡ଼ିଛି। ସିଓଏ ମୁଖ୍ୟ ବିନୋଦ ରାଏ କହିଛନ୍ତି, “ଆମ ପାଖରେ ସମୀକ୍ଷା କରିବାକୁ ସମୟ କେଉଁଠି ଅଛି? ଏଯାଏ କୋଚିଂ ଷ୍ଟାଫ୍‌ଙ୍କ ଠାରୁ କୌଣସି […]

rtt

Hemant Lenka
  • Published: Saturday, 27 July 2019
  • , Updated: 27 July 2019, 06:41 PM IST

ନୂଆଦିଲ୍ଲୀ: ୨୦୧୯ ବିଶ୍ୱକପ ସେମିଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲା। ଏହାପରେ ବିସିସିଆଇର ସିଓଏ କମିଟି ପରାଜୟର ସମୀକ୍ଷା କରିବ ବୋଲି ଜଣାପଡ଼ି ଥିଲା। ହେଲେ ଏବେ ସମୟ ଅଭାବରୁ 'ସିଓଏ' ଦଳର ଅଧିନାୟକ କିମ୍ବା କୋଚଙ୍କ ସହ ପରାଜୟ ନେଇ କୌଣସି ସମୀକ୍ଷା କରିବ ନାହିଁ ବୋଲି ଜଣାପଡ଼ିଛି।

ସିଓଏ ମୁଖ୍ୟ ବିନୋଦ ରାଏ କହିଛନ୍ତି, “ଆମ ପାଖରେ ସମୀକ୍ଷା କରିବାକୁ ସମୟ କେଉଁଠି ଅଛି? ଏଯାଏ କୋଚିଂ ଷ୍ଟାଫ୍‌ଙ୍କ ଠାରୁ କୌଣସି ଫିଡ୍‌ବ୍ୟାକ୍‌ ମିଳିନାହିଁ। ଆମେ ସେଇ ରିପୋର୍ଟକୁ ଅପେକ୍ଷା କରିଛୁ। କିନ୍ତୁ ଏବେ ଆଉ ପରାଜୟର ସମୀକ୍ଷା କରାଯିବ ନାହିଁ।”

Related story