ଧୋନି ଓ ବିରାଟଙ୍କ ସମ୍ପର୍କରେ ଏମିତି କହିଲେ ଟିମ୍‌ ଇଣ୍ଡିଆ କୋଚ୍‌

ଲଣ୍ଡନ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଓ ପୂର୍ବତନ ଅଧିନାୟକ ତଥା ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କରେ ଆଜି ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ବଡ଼ ବୟାନ ଦେଇଛନ୍ତି। ଉଭୟ ବିରାଟ୍‌ ଓ ଧୋନି ଟିମ୍‌ ଇଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ଏମାନଙ୍କ ସହ କୋଚ ରବି ଶାସ୍ତ୍ରୀ ଅନେକ ସମୟ ବିତାଇଛନ୍ତି। ତେଣୁ ଉଭୟ କେଉଁ ଭଳି ଖେଳନ୍ତି, ସେକଥା ମଧ୍ୟ ଶାସ୍ତ୍ରୀ ଭଲ ଭାବେ ଜାଣନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ […]

s

Hemant Lenka
  • Published: Saturday, 29 June 2019
  • , Updated: 29 June 2019, 04:09 PM IST

ଲଣ୍ଡନ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଓ ପୂର୍ବତନ ଅଧିନାୟକ ତଥା ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କରେ ଆଜି ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ବଡ଼ ବୟାନ ଦେଇଛନ୍ତି। ଉଭୟ ବିରାଟ୍‌ ଓ ଧୋନି ଟିମ୍‌ ଇଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ଏମାନଙ୍କ ସହ କୋଚ ରବି ଶାସ୍ତ୍ରୀ ଅନେକ ସମୟ ବିତାଇଛନ୍ତି। ତେଣୁ ଉଭୟ କେଉଁ ଭଳି ଖେଳନ୍ତି, ସେକଥା ମଧ୍ୟ ଶାସ୍ତ୍ରୀ ଭଲ ଭାବେ ଜାଣନ୍ତି।

ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ପରେ ଶାସ୍ତ୍ରୀ ଟ୍ୱିଟର୍‌ରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ, ବିରାଟ ଓ ଧୋନି ରହିଛନ୍ତି। ଏହି ଫଟୋର ତଳେ ଶାସ୍ତ୍ରୀ ଲେଖିଛନ୍ତି, “ଧୋନି ଓ ବିରାଟ୍‌ ଦୁଇ ଜଣ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱର ମଣିଷ। ଉଭୟ ଚାମ୍ପିୟନ ଓ ଉଭୟ ଇଫେକଟିଭ୍‌।”

ଧୋନିଙ୍କ ବ୍ୟାଟିଂ ଷ୍ଟ୍ରାଇକ୍‌ ରେଟ୍‌କୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଶାସ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଅବଶ୍ୟ ଧୋନି ରନ୍‌ ନ କଲେ ମଧ୍ୟ ବିଶ୍ୱକପ୍‌ ଭଳି ଏକ ବଡ଼ ଇଭେଣ୍ଟରେ ସେ ବିରାଟ୍‌ଙ୍କ ମାର୍ଗଦର୍ଶକ ସାଜିଛନ୍ତି। ପଡ଼ିଆରେ ସେ ଦଳର ଗାଇଡ ଭାବେ ରହିଛନ୍ତି।

Related story