ଏହି କ୍ରିକେଟର୍‌ ଭାଙ୍ଗିଲେ ସଚିନ୍‌ଙ୍କ ବହୁ ଦିନର ରେକର୍ଡ: ନିଜ ଟିମ୍‌ ପାଇଁ ବନିଲେ ପ୍ରଥମ ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍ ଆଲିଷ୍ଟର କୁକ୍‌ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ସବୁଠୁ କମ ବୟସର ଖେଳାଳି ଭାବେ ଟେଷ୍ଟରେ ୧୨ହଜାର ରନ ପୂରଣ କରିଛନ୍ତି। କୁକ୍‌ ୩୩ ବର୍ଷ ବୟସରେ ଟେଷ୍ଟରେ ୧୨ହଜାର ରନ ପୂରଣ କରିଛନ୍ତି। ଏହା ପୂର୍ବରୁ ସବୁଠୁ କମ୍‌ ବୟସରେ ୧୨ ହଜାର ରନ କରିବାର ରେକର୍ଡ ସଚିନଙ୍କ ନାଁରେ ଥିଲା। ୩୫ ବର୍ଷ ବୟସରେ ସଚିନ ଦୃତ ୧୨ହଜାର ରନ ପୂରଣ କରିଥିଲେ। ଏହି […]

sahinn

Ordigital Desk
  • Published: Tuesday, 09 January 2018
  • , Updated: 09 January 2018, 04:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍ ଆଲିଷ୍ଟର କୁକ୍‌ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ସବୁଠୁ କମ ବୟସର ଖେଳାଳି ଭାବେ ଟେଷ୍ଟରେ ୧୨ହଜାର ରନ ପୂରଣ କରିଛନ୍ତି। କୁକ୍‌ ୩୩ ବର୍ଷ ବୟସରେ ଟେଷ୍ଟରେ ୧୨ହଜାର ରନ ପୂରଣ କରିଛନ୍ତି। ଏହା ପୂର୍ବରୁ ସବୁଠୁ କମ୍‌ ବୟସରେ ୧୨ ହଜାର ରନ କରିବାର ରେକର୍ଡ ସଚିନଙ୍କ ନାଁରେ ଥିଲା। ୩୫ ବର୍ଷ ବୟସରେ ସଚିନ ଦୃତ ୧୨ହଜାର ରନ ପୂରଣ କରିଥିଲେ।

ଏହି ମାମଲାରେ ଯଦିଓ କୁକ୍‌ ଦୁନିଆରେ ନମ୍ବର ୱାନ୍‌ ବନିଗଲେ କିନ୍ତୁ ଏମିତି କିଛି ମାମଲାରେ କୁକ୍‌ ସବୁଠୁ ପଛରେ ପଡିଯାଇଛନ୍ତି। ଟେଷ୍ଟରେ ଏପର୍ଯ୍ୟନ୍ତ ୧୨ହଜାର ରନ୍‌ କେବଳ ବିଶ୍ୱର ୬ଜଣ ବ୍ୟାଟ୍ସମ୍ୟାନ୍‌ ହିଁ ପୂରଣ କରିଛନ୍ତି। ଯେଉଁଥିରେ ଅଛନ୍ତି ଭାରତର ସଚିନ ତେନ୍ଦୁଲକର, ଅଷ୍ଟ୍ରେଲିଆର ରିକି ପଣ୍ଟିଂ, ଦକ୍ଷିଣ ଆଫ୍ରିକାର କାଲିସ, ଭାରତର ରାହୁଲ ଦ୍ରାବିଡ, ଶ୍ରୀଲଙ୍କାର କୁମାର ସାଙ୍ଗକାରା ଓ ଇଂଲଣ୍ଡର କୁକ୍‌।  କିନ୍ତୁ ଇଂଲଣ୍ଡର ଏହି ବ୍ୟାଟ୍ସମ୍ୟାନ୍‌ ୧୨ହଜାର ରନ୍‌ କରିବା ପାଇଁ ସର୍ବାଧିକ ଇଂନିସ୍‌ ଖେଳିଛନ୍ତି। ସେ ୧୫୨ ଟେଷ୍ଟରେ ୨୭୫ ଇଂନିସ ଖେଳି ଏହି ସଫଳତା ପାଇଛନ୍ତି।

Related story