ଭାରତ ଆସିବେନି ଚାଇନା ରେସଲର୍‌

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ କାରଣରୁ ଚାଇନା ରେସଲର୍ ଆସନ୍ତାକାଲିଠାରୁ ଏଠାରେ ଆରମ୍ଭ ହେବାକୁଥିବା ଏସିଆନ୍ ରେସଲିଂ ଚାମ୍ପିୟନଶିପରେ ଭାଗ ନେବେ ନାହିଁ। କରୋନା ଭାଇରସ୍ କାରଣରୁ ଭାରତ ସରକାର ଚାଇନା ରେସଲରଙ୍କୁ ଭିସା ଦେଇପାରି ନାହାନ୍ତି। ଏ ନେଇ ଭାରତୀୟ ରେସଲିଂ ମହାସଂଘ (ଡବ୍ଲ୍ୟୁଏଫଆଇ)ର ସହସମ୍ପାଦକ ବିନୋଦ ତୋମାର କହିଛନ୍ତି, ସରକାର ଚାଇନାର ୪୦ଜଣିଆ ଦଳକୁ ଭିସା ଦେବାକୁ ମନା କରିଦେଇଛନ୍ତି। ଏହି କାରଣରୁ ଚାଇନା ଟିମ୍ ଏହି ଚାମ୍ପିୟନଶିପରେ ଭାଗ ନେଇ ପାରିବେ ନାହିଁ। […]

china

Ranjit Kumar Jena
  • Published: Monday, 17 February 2020
  • , Updated: 17 February 2020, 09:04 PM IST

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ କାରଣରୁ ଚାଇନା ରେସଲର୍ ଆସନ୍ତାକାଲିଠାରୁ ଏଠାରେ ଆରମ୍ଭ ହେବାକୁଥିବା ଏସିଆନ୍ ରେସଲିଂ ଚାମ୍ପିୟନଶିପରେ ଭାଗ ନେବେ ନାହିଁ। କରୋନା ଭାଇରସ୍ କାରଣରୁ ଭାରତ ସରକାର ଚାଇନା ରେସଲରଙ୍କୁ ଭିସା ଦେଇପାରି ନାହାନ୍ତି।

ଏ ନେଇ ଭାରତୀୟ ରେସଲିଂ ମହାସଂଘ (ଡବ୍ଲ୍ୟୁଏଫଆଇ)ର ସହସମ୍ପାଦକ ବିନୋଦ ତୋମାର କହିଛନ୍ତି, ସରକାର ଚାଇନାର ୪୦ଜଣିଆ ଦଳକୁ ଭିସା ଦେବାକୁ ମନା କରିଦେଇଛନ୍ତି। ଏହି କାରଣରୁ ଚାଇନା ଟିମ୍ ଏହି ଚାମ୍ପିୟନଶିପରେ ଭାଗ ନେଇ ପାରିବେ ନାହିଁ। ବର୍ତ୍ତମାନ ସାରା ବିଶ୍ୱ କରୋନା ଭାଇରସରେ ଆତଙ୍କିତ ଅଛି ଏବଂ ଏଥିପାଇଁ ଏବେ ଖେଳାଳିମାନଙ୍କ ସ୍ୱାସ୍ଥ୍ୟ ମୁଖ୍ୟ ଚିନ୍ତାର ବିଷୟ।

ସୂଚନାଯୋଗ୍ୟ, ଏହି ସଂକ୍ରମଣ ବ୍ୟାପିବା କାରଣରୁ ଭାରତ ସରକାର ଚାଇନା ନାଗରିକ ପାଇଁ ଇ-ଭିସା ମଧ୍ୟ ବାତିଲ୍ କରିଦେଇଥିଲେ। ଏହି ସଂକ୍ରମଣରେ ଏପର୍ଯ୍ୟନ୍ତ ୧୭୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଛନ୍ତି।

Related story