ଖାଲି ଷ୍ଟାଡିୟମରେ ହେବ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜ୍ ମ୍ୟାଚ୍‌

ମୁମ୍ବାଇ: କରୋନା ଭାଇରସକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଚାଲିଥିବା ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜର ପରବର୍ତ୍ତୀ ମ୍ୟାଚଗୁଡ଼ିକ ଖାଲି ଷ୍ଟାଡିୟମ ଆୟୋଜିତ ହେବ। ବିଶ୍ୱର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କ ଉପସ୍ଥିତି କାରଣରୁ ଏହି ଟୁର୍ଣ୍ଣାମେଣ୍ଟରେ ନାହିଁ ନଥିବା ଲୋକପ୍ରିୟତା ଦେଖିବାକୁ ମିଳୁଛି। ଏପରିକି ଏଭଳି ମହାନ କ୍ରିକେଟରଙ୍କୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ଦର୍ଶକ ଷ୍ଟାଡିୟମକୁ ମଧ୍ୟ ଆସୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆୟୋଜକ ଗହୁଞ୍ଜେର ଏମସିଏ […]

road-safety

Ranjit Kumar Jena
  • Published: Thursday, 12 March 2020
  • , Updated: 12 March 2020, 06:53 PM IST

ମୁମ୍ବାଇ: କରୋନା ଭାଇରସକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଚାଲିଥିବା ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜର ପରବର୍ତ୍ତୀ ମ୍ୟାଚଗୁଡ଼ିକ ଖାଲି ଷ୍ଟାଡିୟମ ଆୟୋଜିତ ହେବ। ବିଶ୍ୱର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କ ଉପସ୍ଥିତି କାରଣରୁ ଏହି ଟୁର୍ଣ୍ଣାମେଣ୍ଟରେ ନାହିଁ ନଥିବା ଲୋକପ୍ରିୟତା ଦେଖିବାକୁ ମିଳୁଛି। ଏପରିକି ଏଭଳି ମହାନ କ୍ରିକେଟରଙ୍କୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ଦର୍ଶକ ଷ୍ଟାଡିୟମକୁ ମଧ୍ୟ ଆସୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆୟୋଜକ ଗହୁଞ୍ଜେର ଏମସିଏ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚଗୁଡ଼ିକୁ ବାତିଲ୍ କରିଛି ଏବଂ ଏହାକୁ ମୁମ୍ବାଇର ଡିଆୱାଇ ପାଟିଲ୍ ଷ୍ଟାଡିୟମକୁ ସ୍ଥାନାନ୍ତର କରିଛି।

ଆୟୋଜକଙ୍କ ଦ୍ୱାରା ବୁଧବାର ବିଳମ୍ବିତ ରାତିରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଦେଶରେ ବର୍ତ୍ତମାନ ଜରୁରୀକାଳୀନ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବିଶ୍ୱ ସିରିଜର ସମସ୍ତ ଷ୍ଟେକହୋଲ୍ଡର ନିଷ୍ପତ୍ତି ନେଇଛନ୍ତି ଯେ ରୋଡ୍ ସେଫ୍ଟୀର ବାକି ମ୍ୟାଚଗୁଡ଼ିକୁ ମାର୍ଚ୍ଚ ୧୩ ତାରିଖରୁ ଡିୱାଇ ପାଟିଲ୍ ଷ୍ଟାଡିୟମରେ ବନ୍ଦ କବାଟ ଭିତରେ ଅର୍ଥାତ୍ ଷ୍ଟାଡିୟମରେ ବିନା ଦର୍ଶକଙ୍କ ଉପସ୍ଥିତିରେ ଆୟୋଜନ କରାଯିବ।

୧୩ ତାରିଖରେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ୍ ଓ ଶ୍ରୀଲଙ୍କା ଲିଜେଣ୍ଡସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୧୦ ମାମଲା ସାମ୍ନାକୁ ଆସିଛି। କୋଭିଡ୍‌-୧୯ ସଂକ୍ରମଣ ଏବଂ ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବ୍ୟାପୁଥିବା ଏହି ଭାଇରସ୍ କାରଣରୁ ଆୟୋଜକ କମିଟି ସର୍ବସମ୍ମତିକ୍ରମେ ଟୁର୍ଣ୍ଣାମେଣ୍ଟର ତୃତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁନେ ବଦଳରେ ଡିୱାଇ ପାଟିଲ୍ ଷ୍ଟାଡିୟମରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ସମେତ ବାକି ମ୍ୟାଚଗୁଡ଼ିକ ମଧ୍ୟ ଏହି ଭେନ୍ୟୁରେ ଖେଳାଯିବ।

Related story