ଧୋନି-ଯୁବିଙ୍କୁ ଖୁବ୍ ମିସ୍ କଲେ ପ୍ରଶଂସକ

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀରେ ଦୁଇ ବର୍ଷ ପରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ହେଉଛି। ଏଥର ଟିମ୍ ଇଣ୍ଡିଆ ସାମ୍ନାରେ ପ୍ରତିଦ୍ୱନ୍ଦ୍ୱୀ ସାଜିଛି ୱେଷ୍ଟଇଣ୍ଡିଜ୍। ତେବେ ଏହି ମ୍ୟାଚରେ ବିରାଟ୍ କୋହଲି, ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ଭଳି ଷ୍ଟାର୍ ଖେଳାଳିଙ୍କୁ ଦର୍ଶକ ଦେଖିବାକୁ ପାଇଲେ, କିନ୍ତୁ ଦୁଇ କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଓ ଯୁବରାଜ ସିଂହଙ୍କୁ ପ୍ରଶଂସକ ବହୁତ ମିସ୍ କଲେ। ଏକ ସମୟରେ ଧୋନି ଓ ଯୁବରାଜ ଭାରତର […]

fans

fans

Ranjit Kumar Jena
  • Published: Sunday, 22 December 2019
  • Updated: 22 December 2019, 08:36 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀରେ ଦୁଇ ବର୍ଷ ପରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ହେଉଛି। ଏଥର ଟିମ୍ ଇଣ୍ଡିଆ ସାମ୍ନାରେ ପ୍ରତିଦ୍ୱନ୍ଦ୍ୱୀ ସାଜିଛି ୱେଷ୍ଟଇଣ୍ଡିଜ୍। ତେବେ ଏହି ମ୍ୟାଚରେ ବିରାଟ୍ କୋହଲି, ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ଭଳି ଷ୍ଟାର୍ ଖେଳାଳିଙ୍କୁ ଦର୍ଶକ ଦେଖିବାକୁ ପାଇଲେ, କିନ୍ତୁ ଦୁଇ କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଓ ଯୁବରାଜ ସିଂହଙ୍କୁ ପ୍ରଶଂସକ ବହୁତ ମିସ୍ କଲେ।

ଏକ ସମୟରେ ଧୋନି ଓ ଯୁବରାଜ ଭାରତର ମିଡିଲ୍ ଅର୍ଡରର ମେରୁଦଣ୍ଡ ଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଏଥର ଧୋନି ଓ ଯୁବିଙ୍କୁ ବାରବାଟୀରେ ଦେଖିବାକୁ ମିଳିନାହିଁ, ଯାହାକୁ ନେଇ ଦର୍ଶକଙ୍କ ମନରେ କ୍ଷୋଭ ଦେଖିବାକୁ ମିଳିଛି । ଷ୍ଟାଡିୟମ ବାହାରେ ଏବଂ ଭିତରେ ପ୍ରଶଂସକ ଧୋନି ଓ ଯୁବରାଜଙ୍କ ଫଟୋ ଧରି ବୁଲୁଥିଲେ, ଯେଉଁଥିରେ 'ମିସ୍ ୟୁ ଧୋନି-ଯୁବି' ଲେଖା ହୋଇଥିଲା।

ଯୁବରାଜ ତ ଅନ୍ତର୍ଜାତୀୟ କ୍ରିକେଟରୁ ଅଲବିଦା କହି ସାରିଛନ୍ତି, କିନ୍ତୁ ଧୋନି ଏବେବି କ୍ରିକେଟ୍ ଜାରି ରଖିଛନ୍ତି। ତେବେ ଧୋନି ବିଶ୍ୱକପ୍ ପରଠାରୁ କ୍ରିକେଟ୍ ମଇଦାନରୁ ଦୂରରେ ଅଛନ୍ତି। ଧୋନି ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି କି ନାହିଁ, ତାହା ଭବିଷ୍ୟତରେ ଜଣାପଡ଼ିବ।

ସୂଚନାଯୋଗ୍ୟ, ବାରବାଟୀରେ ଶେଷଥର ପାଇଁ ଖେଳାଯାଇଥିବା ଦିନିକିଆରେ ଉଭୟ ଧୋନି ଓ ଯୁବରାଜ ଶତକ ମାରିଥିଲେ। ୨୦୧୭ରେ ଖେଳାଯାଇଥିବା ଏହି ମ୍ୟାଚରେ ଯୁବରାଜଙ୍କ ୧୫୦ ଓ ଧୋନିଙ୍କ ୧୩୪ ରନ୍ ବଳରେ ଭାରତ ୩୮୧ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଇଂଲଣ୍ଡ ୧୫ ରନରେ ମ୍ୟାଚ୍ ହାରିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos