ଶ୍ରେୟସଙ୍କ ଶତକ, ଇଶାନଙ୍କ ଛକା ବୃଷ୍ଟି; ଦକ୍ଷିଣ ଆଫ୍ରିକା ୭ ୱିକେଟରେ ପରାସ୍ତ

ରାଞ୍ଚି: ଶ୍ରେୟସ ଆୟରଙ୍କ ଅପରାଜିତ ଶତକ ଓ ଇଶାନ କିଶାନଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ୭ ୱିକେଟରେ ହାରିଛି ଦକ୍ଷିଣ ଆଫ୍ରିକା। ଏଥିସହ ଦ୍ୱିତୀୟ ଦିନିକିଆରେ ୨୫ଟି ବଲ୍ ଥାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ଭାରତୀୟ ଟିମ୍। ୪୫.୫ ଓଭରେ ଭାରତୀୟ ଟିମ୍ ୩ ୱିକେଟ ହରାଇ ୨୮୨ ରନ୍ କରିଛି। ଚୌକା ମାରି ଶ୍ରେୟସ ଆୟର ବିଜୟ ଲକ୍ଷ୍ୟ ଅତିକ୍ରମ କରିଥିଲେ। ତେବେ ଇଶାନଙ୍କ ଆକର୍ଷଣୀୟ ୭ଟି ଛକା ବୃଷ୍ଟି ମ୍ୟାଚ୍‌ର ମୁଖ୍ୟ […]

aiyar

  • Published: Sunday, 09 October 2022
  • , Updated: 09 October 2022, 09:38 PM IST

ରାଞ୍ଚି: ଶ୍ରେୟସ ଆୟରଙ୍କ ଅପରାଜିତ ଶତକ ଓ ଇଶାନ କିଶାନଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ୭ ୱିକେଟରେ ହାରିଛି ଦକ୍ଷିଣ ଆଫ୍ରିକା। ଏଥିସହ ଦ୍ୱିତୀୟ ଦିନିକିଆରେ ୨୫ଟି ବଲ୍ ଥାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ଭାରତୀୟ ଟିମ୍। ୪୫.୫ ଓଭରେ ଭାରତୀୟ ଟିମ୍ ୩ ୱିକେଟ ହରାଇ ୨୮୨ ରନ୍ କରିଛି। ଚୌକା ମାରି ଶ୍ରେୟସ ଆୟର ବିଜୟ ଲକ୍ଷ୍ୟ ଅତିକ୍ରମ କରିଥିଲେ। ତେବେ ଇଶାନଙ୍କ ଆକର୍ଷଣୀୟ ୭ଟି ଛକା ବୃଷ୍ଟି ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ହୋଇଥିଲା।

ଭାରତୀୟ ଟିମ୍ ପକ୍ଷରୁ ଓପନର ଅଧିନାୟକ ଶିଖର ଧାୱନ ୧୩ ରନ୍ ଓ ଶୁବମନ ଗିଲ୍ ୨୮ ରନ୍ କରିଥିଲେ। ତାଙ୍କ ପରେ ଆସିଥିବା ଇଶାନ କିଶନ ୯୩ ରନ୍(୮୪ ବଲ୍, ୪ ଚୌକା, ୭ ଛକା) କରି ଆଉଟ ହୋଇଥିଲେ। ସେ ଅଳ୍ପକେ ଶତକ କରିବାରୁ ବଞ୍ଚିତ ହୋଇଥିଲେ। ତେବେ ଶ୍ରେୟସ ଆୟରଙ୍କ ଅପରାଜିତ ୧୧୩ ରନ୍(୧୧୧ ବଲ୍, ୧୫ ଚୌକା) ଓ ୱିକେଟ କିପର ସଞ୍ଜୁ ସାମସନଙ୍କ ଅପରାଜିତ ୨୯ ରନ୍ ଭାରତୀୟ ଟିମ୍‌କୁ ବିଜୟ ଲକ୍ଷ୍ୟ ହାସଲର କରିବାରେ ସହାୟକ ହୋଇଥିଲା।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଏହି ମ୍ୟାଚ୍ ରାଞ୍ଚିର ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ କମ୍ଲେକ୍ସରେ ଖେଳାଯାଇଥିଲା। ଟସ୍‌ ଜିଣି ଭ୍ରମଣକାରୀ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୭୮ ରନ୍‌ ସଂଗ୍ରହ କରିପାରିଥିଲା ଓ ଭାରତକୁ ୨୭୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା।

ଦକ୍ଷିଣ ଆଫ୍ରିକା ଟିମ୍ ପକ୍ଷରୁ କ୍ୱିଣ୍ଟନ ଡି’ କକ୍ ୫ ରନ୍, ଜାନେମନ ମଲାନ ୨୫ ରନ୍, ରିଜା ହେଣ୍ଡରିକ୍ସ  ୭୪ ରନ୍, ଏଦେନ୍‌ ମର୍କରାମ ୭୯, ହେନ୍‌ରିକ୍‌ କ୍ଲାସେଁ ୩୦ ରନ୍, ଡେଭିଡ୍ ମିଲର ଅପରାଜିତ ୩୫ ରନ୍, ୱେନ୍ ପାର୍ନେଲ ୧୬ ରନ୍ ଓ ଅଧିନାକୟ କେଶବ ମହାରାଜ ୫ ରନ୍ କରିଥିଲେ।

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ସର୍ବାଧିକ ୩ଟି ୱିକେଟ୍‌ ମିଳିଥିଲା। ୱାସିଂଟନ ସୁନ୍ଦର, ସହବାଜ ଅହମଦ, କୁଲଦୀପ ଯାଦବ ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଏହି ମ୍ୟାଚ୍ ଜିତିବା ପରେ ସିରିଜ୍ ୧-୧ରେ ବରାବର ସ୍ଥିତିକୁ ଆସିଛି। ତେଣୁ ଆସନ୍ତା ମ୍ୟାଚ୍ ଉଭୟ ଦଳର ସିରିଜ ବିଜୟରେ ନିର୍ଣ୍ଣାୟକ ଭୂମିକା ନେବ।

Related story