ଫଳ ଦେଲାନି ମିଲ୍‌ରଙ୍କ ଧୂଆଁଧାର ଶତକ, ଦକ୍ଷିଣ ଆଫ୍ରିକା ପରାସ୍ତ

ଗୌହାଟୀ: ଫଳ ଦେଲାନି ମିଲ୍‌ରଙ୍କ ଧୂଆଁଧାର ବ୍ୟାଟିଂ। ବିଫଳ ହେଲା ଡାଭିଡ ମିଲରଙ୍କ ଶତକ ଓ କ୍ୱିଣ୍ଟନ ଡି’କକଙ୍କ ଅର୍ଦ୍ଧଶତକ। ବହୁ ଚେଷ୍ଟା ସତ୍ତ୍ୱେ ଭାରତୀୟ ଦଳ ଦେଇଥିବା ଟାର୍ଗେଟକୁ ହାସଲ କରିବାରେ ବିଫଳ ହୋଇଛି ଦକ୍ଷିଣ ଆଫ୍ରିକା ଟିମ୍। ଭାରତ ପକ୍ଷରୁ ଦିଆଯାଇଥିବା ୨୩୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଟିମ୍ ୨୦ ଓଭରରେ ୩ ୱିକେଟ ହରାଇ ମାତ୍ର ୨୨୧ ରନ୍ କରିପାରିଥିଲା। ଫଳରେ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ […]

T-20-sa

T-20-sa

Niranjan Mishra
  • Published: Sunday, 02 October 2022
  • Updated: 02 October 2022, 11:20 PM IST

Sports

Latest News

ଗୌହାଟୀ: ଫଳ ଦେଲାନି ମିଲ୍‌ରଙ୍କ ଧୂଆଁଧାର ବ୍ୟାଟିଂ। ବିଫଳ ହେଲା ଡାଭିଡ ମିଲରଙ୍କ ଶତକ ଓ କ୍ୱିଣ୍ଟନ ଡି’କକଙ୍କ ଅର୍ଦ୍ଧଶତକ। ବହୁ ଚେଷ୍ଟା ସତ୍ତ୍ୱେ ଭାରତୀୟ ଦଳ ଦେଇଥିବା ଟାର୍ଗେଟକୁ ହାସଲ କରିବାରେ ବିଫଳ ହୋଇଛି ଦକ୍ଷିଣ ଆଫ୍ରିକା ଟିମ୍। ଭାରତ ପକ୍ଷରୁ ଦିଆଯାଇଥିବା ୨୩୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଟିମ୍ ୨୦ ଓଭରରେ ୩ ୱିକେଟ ହରାଇ ମାତ୍ର ୨୨୧ ରନ୍ କରିପାରିଥିଲା। ଫଳରେ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ହରାଇଛି ଭାରତ। ଗୋଟିଏ ଟି-୨୦ ମ୍ୟାଚ୍ ବାକି ଥାଇ ଭାରତ ୨-୦ରେ ସିରିଜ୍ କବ୍‌ଜା କରିଛି।

ଉଭୟ ଓପନିଂ କରିବାକୁ ଆସିଥିବା କ୍ୟାପଟେନ ତେମ୍ବା ବଭୂମା ୭ଟି ବଲ୍ ଓ ତାଙ୍କ ପରେ ଆସିଥିବା ରିଲେ ରୋସୁ ୨ଟି ବଲ୍ ଖେଳି ଖେଳି ଶୂନ୍ୟରେ ଆଉଟ ହୋଇଯାଇଥିଲେ। ଅର୍ଶଦୀପ ସିଂହ ଦୁଇଟି ଯାକ ୱିକେଟ ନେଇଥିଲେ। ତାଙ୍କ ପରେ ଆସିଥିବା ଏଡେନ ମାର୍କମ ଦୃତଗତିରେ ରନ୍ କରିବାକୁ ଚେଷ୍ଟା କରି ୩୩ ରନ୍(୧୯ ବଲ, ୧ ଛକା, ୪ ଚୌକା) କରି ଅକ୍ଷର ପଟେଲଙ୍କ ବଲ୍‌ରେ ଆଉଟ ହୋଇଥିଲେ। ତେବେ ଓପନର କ୍ୱିଣ୍ଟନ ଡି’କକ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଅପରାଜିତ ୬୯ ରନ୍(୪୮ବଲ, ୪ଛକା, ୩ଚୌକା), ମଧ୍ୟମ କ୍ରମରେ ଆସିଥିବା ଡାଭିଡ ମିଲର ଧୂଆଁଧାର ବ୍ୟାଟିଂ କରି ଅପରାଜିତ ୧୦୬ରନ୍(୪୭ବଲ, ୭ଛକା, ୮ ଚୌକା) କରିଥିଲେ।

ଭାରତୀୟ ବୋଲରମାନେ ପ୍ରଥମରୁ ୱିକେଟ ନେବାରେ ସଫଳ ହୋଇଥିଲେ ହେଁ ପରେ ପ୍ରଭାବହୀନ ନଜର ଆସିଥିଲେ।

ସୂଚନା ଥାଉକି, ଆଜି ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିରୋଧରେ ୨୩୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ। ଟସ୍ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ ନିଷ୍ପତ୍ତି ନେଇଥିଲା। ତେଣୁ ଭାରତୀୟ ଟିମ୍ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ଭାରତୀୟ ଟିମ୍ ୨୦ ଓଭରରେ ୩ ୱିକେଟ ହରାଇ ୨୩୭ ରନ୍ କରିଥିଲା। ଏଥିରେ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ତେବେ କୋହଲି ଅଳ୍ପକେ ଅର୍ଦ୍ଧଶତକ କରିବାରୁ ବଞ୍ଚିତ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ବୋଲିଂ ଭାରତୀୟ ବ୍ୟାଟ୍‌ସ ମ୍ୟାନଙ୍କ ଆଗରେ ସମ୍ପୂର୍ଣ୍ଣ ଫିକା ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos