ଶୁବମନ ଓ ବିରାଟଙ୍କ ଧୂଆଁଧାର ଶତକ, ଶ୍ରୀଲଙ୍କାକୁ ୩୯୧ରନ୍‌ର ଟାର୍ଗେଟ

ଥିରୁଅନନ୍ତପୁରମ: ଶୁବମନ ଗିଲି ଓ ବିରାଟ କୋହଲିଙ୍କ ଧୂଆଁଧାର ଶତକ ଯୋଗୁ ତୃତୀୟ ଦିନିକିଆରେ ଶ୍ରୀଲଙ୍କା ଆଗରେ ୩୯୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୯୦ ରନ୍‌ କରିଥିଲା। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ୪୨ ରନ୍(୪୯ ବଲ୍, ୩ ଛକା, ୨ ଚୌକା), ଶୁବମନ ଗିଲ୍‌ ୧୧୬(୯୭ ବଲ୍‌, ୨ ଛକା ୧୪ ଚୌକା), ବିରାଟ କୋହଲି ଅପରାଜିତ ୧୬୬(୧୧୦ ବଲ୍, ୮ […]

gill

  • Published: Sunday, 15 January 2023
  • , Updated: 15 January 2023, 06:31 PM IST

ଥିରୁଅନନ୍ତପୁରମ: ଶୁବମନ ଗିଲି ଓ ବିରାଟ କୋହଲିଙ୍କ ଧୂଆଁଧାର ଶତକ ଯୋଗୁ ତୃତୀୟ ଦିନିକିଆରେ ଶ୍ରୀଲଙ୍କା ଆଗରେ ୩୯୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୯୦ ରନ୍‌ କରିଥିଲା।

ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ୪୨ ରନ୍(୪୯ ବଲ୍, ୩ ଛକା, ୨ ଚୌକା), ଶୁବମନ ଗିଲ୍‌ ୧୧୬(୯୭ ବଲ୍‌, ୨ ଛକା ୧୪ ଚୌକା), ବିରାଟ କୋହଲି ଅପରାଜିତ ୧୬୬(୧୧୦ ବଲ୍, ୮ ଛକା, ୧୩ ଚୌକା), ଶ୍ରେୟସ ଆୟର ୩୮ ରନ୍(୩୨ ବଲ୍, ଗୋଟିଏ ଛକା, ୨ ଚୌକା), କେଏଲ୍‌ ରାହୁଲ ୭ ରନ୍, ସୂର୍ଯ୍ୟକୁମାର ଯାଦବ ୪ ରନ୍‌, ଅକ୍ଷର ପଟେଲ ଅପରାଜିତ ୨ ରନ୍ କରିଥିଲେ। ଏହି ମ୍ୟାଚ୍‌ରେ ବିରାଟ କୋହଲି ତାଙ୍କ କ୍ୟାରିଅରର ୪୬ ତମ ଦିନିକିଆ ଶତକ ହାସଲ କରିଛନ୍ତି।

ଶ୍ରୀଲଙ୍କା ପକ୍ଷରୁ କାସୁନ ରଜିଥା ଓ ଲହିରୁ କୁମାର ୨ ଲେଖାଏଁ ୱିକେଟ ନେଇଥିବା ବେଳେ ଚାମିକା କରୁଣାରତ୍ନେ ଗୋଟିଏ ୱିକେଟ ନେଇଥିଲେ।

ସୂଚନା ଥାଉକି, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଥିରୁଅନନ୍ତପୁରମରେ ଖେଳାଯାଉଛି। ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ଜିତି ସାରିଛି। ତେବେ ଆଜିର ମ୍ୟାଚ୍‌କୁ ଜିତି ଦଳ ସିରିଜ୍‌କୁ ୩-୦ରେ ହାତେଇବାକୁ ପ୍ରୟାସ କରିବ।

Related story