ଟ୍ୱିଟ୍ କରି ଅବସର ଘୋଷଣା କଲେ, ତା’ପରେ ଡିଲିଟ୍ କରିଦେଲେ

ନୂଆଦିଲ୍ଲୀ: କ୍ରିକେଟର ଅମ୍ବାତି ରାୟୁଡୁ ଆଜି ଏକ ଟ୍ୱିଟ୍ କରି କହିଥିଲେ ଯେ ଚଳିତ ସିଜିନ୍ ପରେ ସେ ଆଇପିଏଲ୍‌ରୁ ଅବସର ନେଇଯିବେ। କିନ୍ତୁ ସୋଶାଲ୍ ମିଡିଆରେ ଏହା ବ୍ୟାପକ ଭାବେ ଶେଆର ହେବା ପରେ ସେ ଏହି ଟ୍ୱିଟ୍‌କୁ ଡିଲିଟ୍ କରି ଦେଇଥିଲେ। ଆଉ ତା’ପରେ ଚେନ୍ନାଇ ସୁପର କିଙ୍ଗସର ସିଇଓ କାଶୀ ବିଶ୍ୱନାଥ କହିଥିଲେ ଯେ ଦଳର ବରିଷ୍ଠ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ୨୦୨୨ ଆଇପିଏଲ୍‌ ପରେ ଅବସର ନେବେ ନାହିଁ। ସେ କହିଛନ୍ତି, […]

rayudu

rayudu

Jitendra Garnayak
  • Published: Saturday, 14 May 2022
  • Updated: 14 May 2022, 03:56 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟର ଅମ୍ବାତି ରାୟୁଡୁ ଆଜି ଏକ ଟ୍ୱିଟ୍ କରି କହିଥିଲେ ଯେ ଚଳିତ ସିଜିନ୍ ପରେ ସେ ଆଇପିଏଲ୍‌ରୁ ଅବସର ନେଇଯିବେ। କିନ୍ତୁ ସୋଶାଲ୍ ମିଡିଆରେ ଏହା ବ୍ୟାପକ ଭାବେ ଶେଆର ହେବା ପରେ ସେ ଏହି ଟ୍ୱିଟ୍‌କୁ ଡିଲିଟ୍ କରି ଦେଇଥିଲେ। ଆଉ ତା’ପରେ ଚେନ୍ନାଇ ସୁପର କିଙ୍ଗସର ସିଇଓ କାଶୀ ବିଶ୍ୱନାଥ କହିଥିଲେ ଯେ ଦଳର ବରିଷ୍ଠ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ୨୦୨୨ ଆଇପିଏଲ୍‌ ପରେ ଅବସର ନେବେ ନାହିଁ।

ସେ କହିଛନ୍ତି, ସେ ଅବସର ନେବା ଖବର ମିଛ। ସେ ଅବସର ନେଉ ନାହାନ୍ତି। ଆମେ ବ୍ୟସ୍ତ ନାହୁଁ। ସେ ୨୦୨୩ ଆଇପିଏଲ୍‌ ମଧ୍ୟ ଖେଳିବେ।

ଅନ୍ୟପକ୍ଷରେ ରାୟୁଡୁ ଟ୍ୱିଟ୍ କରି କହିଥିଲେ, ‘ମୁଁ ଖୁସିର ସହିତ ଘୋଷଣା କରୁଛି ଯେ ଏହା ମୋର ଶେଷ ଆଇପିଏଲ୍‌। ୧୩ ବର୍ଷ ଧରି ମୁଁ ଦୁଇଟି ବଢ଼ିଆ ଟିମ୍ ପାଇଁ ଖେଳିଲି ଓ ବହୁତ ଭଲ ଅନୁଭୂତି ସାଉଁଟିଛି। ଏହି ସୁଖଦ ଯାତ୍ରା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସକୁ ଧନ୍ୟବାଦ।’

ଚଳିତ ଆଇପିଏଲ୍‌ରେ ୧୨ଟି ମ୍ୟାଚ୍‌ରୁ ସେ ଚେନ୍ନାଇ ସୁପର କିଙ୍ଗସ ପାଇଁ ୨୭୧ ରନ୍ ସଂଗ୍ରହ କରିଛନ୍ତି। ୨୦୨୧ ଆଇପିଏଲ୍‌ରେ ସେ ୧୬ଟି ମ୍ୟାଚ୍‌ରୁ ୨୫୭ ରନ୍ କରିଥିଲେ। ତେବେ ୨୦୧୮ ଆଇପିଏଲ୍‌ରେ ସେ ଦଳ ପାଇଁ ୬୦୨ ରନ୍ କରିଥିଲେ।

୨୦୧୮ରେ ଚେନ୍ନାଇ ସୁପର କିଙ୍ଗସ ଅମ୍ବାତି ରାୟୁଡୁଙ୍କୁ ୨.୨ କୋଟିରେ କିଣିଥିଲା। ଚଳିତ ବର୍ଷ ଦଳ ପୁଣି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା ଓ ୬.୭୫ କୋଟିରେ କିଣିଥିଲା।

ସୂଚନାଯୋଗ୍ୟ, ରାୟୁଡୁ ଆଜି ଯେମିତି ୟୁ-ଟର୍ଣ୍ଣ ନେଇଛନ୍ତି, ୨୦୧୯ରେ ମଧ୍ୟ ସେମିତି କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବା ପରେ ପୁଣି ଫେରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ୨୦୧୯ ବିଶ୍ୱକପ୍ ଟିମ୍‌ରେ ସାମିଲ ନକରାଯିବା ଯୋଗୁ ସେ ଅବସର ଘୋଷଣା କରିଥିଲେ ବୋଲି ଆଲୋଚନା ହୋଇଥିଲା।

ରାୟୁଡୁ ଭାରତ ପକ୍ଷରୁ ୫୫ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୬ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି। ୫୫ଟି ଦିନିକିଆରୁ ସେ ୧୬୯୪ ରନ୍ କରିଛନ୍ତି। ତା’ ଭିତରେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ଆଇପିଏଲ୍‌ରେ ସେ ୧୮୭ଟି ମ୍ୟାଚ୍‌ରୁ ୪,୧୮୭ ରନ୍ ସଂଗ୍ରହ କରିଛନ୍ତି। ତା’ ମଧ୍ୟରେ ଗୋଟିଏ ଶତକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story