ରସେଲଙ୍କ ମୁଣ୍ଡରେ ବାଜିଲା ବଲ୍, ଷ୍ଟ୍ରେଚରରେ ଗଲେ ହସ୍ପିଟାଲ୍

ଦୁବାଇ: ଦୁନିଆର ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲ୍ ବଡ଼ ବଡ଼ ଶଟ୍ ମାରି ବେଶ୍ ପରିଚିତ। କିନ୍ତୁ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ)ର ଏକ ମୁକାବିଲାରେ ପାକିସ୍ତାନ ବୋଲରଙ୍କ ବାଉନ୍ସରରେ ସେ ଆଘାତ ହୋଇଛନ୍ତି। କେବଳ ଏତିକି ନୁହେଁ ତାଙ୍କୁ ଷ୍ଟ୍ରେଚର୍ ମଇଦାନରୁ ବାହାରକୁ ନେବାକୁ ପଡ଼ିଛି। ପାକିସ୍ତାନ ସୁପର୍ ଲିଗର ଶୁକ୍ରବାର ଖେଳାଯାଇଥିବା କ୍ବେଟା ଗ୍ଲାଡିଏଟର୍ସ ଓ ଇସଲାମାବାଦ ୟୁନାଇଟେଡ୍ ମୁକାବିଲାରେ ରସେଲଙ୍କୁ ଏହି ଆଘାତ ଲାଗିଛି। ଏହି ଘଟଣା ଗ୍ଲାଡିଏଟର୍ସ ଇନିଂସର ୧୪ତମ […]

andre-russel

andre-russel

Ranjit Kumar Jena
  • Published: Saturday, 12 June 2021
  • Updated: 12 June 2021, 11:43 PM IST

ଦୁବାଇ: ଦୁନିଆର ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲ୍ ବଡ଼ ବଡ଼ ଶଟ୍ ମାରି ବେଶ୍ ପରିଚିତ। କିନ୍ତୁ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ)ର ଏକ ମୁକାବିଲାରେ ପାକିସ୍ତାନ ବୋଲରଙ୍କ ବାଉନ୍ସରରେ ସେ ଆଘାତ ହୋଇଛନ୍ତି। କେବଳ ଏତିକି ନୁହେଁ ତାଙ୍କୁ ଷ୍ଟ୍ରେଚର୍ ମଇଦାନରୁ ବାହାରକୁ ନେବାକୁ ପଡ଼ିଛି।

ପାକିସ୍ତାନ ସୁପର୍ ଲିଗର ଶୁକ୍ରବାର ଖେଳାଯାଇଥିବା କ୍ବେଟା ଗ୍ଲାଡିଏଟର୍ସ ଓ ଇସଲାମାବାଦ ୟୁନାଇଟେଡ୍ ମୁକାବିଲାରେ ରସେଲଙ୍କୁ ଏହି ଆଘାତ ଲାଗିଛି। ଏହି ଘଟଣା ଗ୍ଲାଡିଏଟର୍ସ ଇନିଂସର ୧୪ତମ ଓଭରରେ ଘଟିଥିଲା। ଏହି ସମୟରେ ବ୍ୟାଟିଂ କରୁଥିବା ରସେଲଙ୍କୁ ଇସଲାମାବାଦ ୟୁନାଇଟେଡର ବୋଲର ମୁସାଙ୍କର ବାଉନ୍ସର ହେଲମେଟରେ ବାଜିଥିଲା। ରସେଲ୍ ଏହାର ପୂର୍ବ ଦୁଇଟି ବଲରେ ମୁସାଙ୍କୁ ଦୁଇଟି ଛକା ମାରିଥିଲେ। ହେଲେ ପରବର୍ତ୍ତୀ ବଲରେ ବାଉନ୍ସର ରସେଲଙ୍କୁ ଚକିତ କରିଥିଲା।

https://twitter.com/thePSLt20/status/1403408185415831552?s=20

ଆଘାତ ଲାଗିବା ପରେ ରସେଲ ବ୍ୟାଟିଂ ଆରମ୍ଭ କରିବା ପୂର୍ବରୁ ମେଡିକାଲ୍ ଟିମ୍ ଦ୍ୱାରା ଚେକଅପ୍ କରାଇଥିଲେ। ଦୁର୍ଭାଗ୍ୟ ବଶତ ରସେଲ୍ ବେଶୀ ସମୟ ବ୍ୟାଟିଂ କରିପାରିନଥିଲେ ଏବଂ ପରବର୍ତ୍ତୀ ବଲରେ ଆଉଟ୍ ହୋଇଯାଇଥିଲେ। ଇସଲାମାବାଦ ଇନିଂସର ପ୍ରଥମ ଓଭରରେ ରସେଲଙ୍କୁ ଷ୍ଟ୍ରେଚରରେ ହସ୍ପିଟାଲ୍ ନିଆଯାଇଥିଲା । ତାଙ୍କ ନସିମ ଶାହଙ୍କୁ ସାମିଲ୍ କରାଯାଇଛି। ହେଲେ ଏହି କନକସନ ସବଷ୍ଟିଚ୍ୟୁଟକୁ ବିରୋଧ କରିଥିଲେ ଇସଲାମାବାଦର କ୍ୟାପଟେନ୍ ଶଦାବ ଖାନ୍।

ଏହି ମ୍ୟାଚରେ ରସେଲଙ୍କ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତାଙ୍କ ଟିମ୍ ମାତ୍ର ୧୩୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଇସଲାମାବାଦ ଟିମ୍ ମାତ୍ର ୧୦ ଓଭରରେ ବିନା କୌଣସି କ୍ଷତିରେ ଏହି ଲକ୍ଷ୍ୟକୁ ହାସଲ କରିନେଇ ଥିଲା। ଦଳ ପକ୍ଷରୁ କଲିନ୍ ମୁନରୋ ମାତ୍ର ୩୬ ବଲରେ ୯୦ ରନ୍ କରିଥିଲେ, ଯେଉଁଥିରେ ୧୨ ଚୌକା ଓ ୫ ଛକା ସାମିଲ୍ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos