ଟେଷ୍ଟ ଓ ସୀମିତ ଓଭର ପାଇଁ ଭିନ୍ନଭିନ୍ନ ଟିମ ସପକ୍ଷରେ କୁମ୍ବଲେ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଟିମ ଇଣ୍ଡିଆ ହାରିବା ପରେ ନାନା ପ୍ରକାରର ଆଲୋଚନା ଆରମ୍ଭ ହୋଇଛି। ବରିଷ୍ଠ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ ଉଠାଉଥିବା ବେଳେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସପକ୍ଷରେ କ୍ରିକେଟ ପ୍ରେମୀ ମତ ରଖୁଛନ୍ତି। କ୍ରିକେଟ ପଣ୍ଡିତମାନେ ଟେଷ୍ଟ ଓ ସୀମିତ ଓଭର(ଟି-୨୦ ଓ ଦିନିକିଆ) ଫର୍ମାଟ ପାଇଁ ଅଲଗା ଅଲଗା ଖେଳାଳିଙ୍କୁ ଚୟନ କରିବାକୁ ମଧ୍ୟ ମତ ରଖୁଛନ୍ତି। ଏହାଦ୍ୱାରା ଭାରତର ଭାଗ୍ୟ ବଦଳି ପାରିବ ଓ […]

anil-kumble

  • Published: Monday, 14 November 2022
  • , Updated: 14 November 2022, 04:02 PM IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଟିମ ଇଣ୍ଡିଆ ହାରିବା ପରେ ନାନା ପ୍ରକାରର ଆଲୋଚନା ଆରମ୍ଭ ହୋଇଛି। ବରିଷ୍ଠ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ ଉଠାଉଥିବା ବେଳେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସପକ୍ଷରେ କ୍ରିକେଟ ପ୍ରେମୀ ମତ ରଖୁଛନ୍ତି। କ୍ରିକେଟ ପଣ୍ଡିତମାନେ ଟେଷ୍ଟ ଓ ସୀମିତ ଓଭର(ଟି-୨୦ ଓ ଦିନିକିଆ) ଫର୍ମାଟ ପାଇଁ ଅଲଗା ଅଲଗା ଖେଳାଳିଙ୍କୁ ଚୟନ କରିବାକୁ ମଧ୍ୟ ମତ ରଖୁଛନ୍ତି। ଏହାଦ୍ୱାରା ଭାରତର ଭାଗ୍ୟ ବଦଳି ପାରିବ ଓ ୨୦୨୩ ଦିନିକିଆ ବିଶ୍ୱକପରେ ଭାରତକୁ ଏହା ଫାଇଦା ଦେବ ବୋଲି ଆଶା କରାଯାଉଛି। ଏବେ ଦୁଇଟି ଭିନ୍ନ ଟିମ୍‌ ଯୋଜନାକୁ ସମର୍ଥନ କରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା କୋଚ୍‌ ଅନୀଲ କୁମ୍ବଲେ।

କୁମ୍ବଲେ କହିଛନ୍ତି, “ଭାରତ ଭିନ୍ନ ଆଭିମୁଖ୍ୟ ଦେଖାଇବା ଉଚିତ। ବର୍ତ୍ତମାନ ଆମକୁ ଟେଷ୍ଟ ଓ ସୀମିତ ଓଭର ମ୍ୟାଚ୍‌ ପାଇଁ ଭିନ୍ନ ଭିନ୍ନ ସ୍କ୍ୱାଡ ଦରକାର। ଆମକୁ ଟି-୨୦ ସ୍ପେଶାଲିଷ୍ଟ ସହ ଅଭିଜ୍ଞ ଖେଳାଳିଙ୍କର ଆବଶ୍ୟକ ରହିଛି। ଇଂଲିଶ ଟିମ ଏବେ ଯାହା ଦେଖାଇଲା ଓ ଗତ ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ଗ୍ରହଣ କରିଥିବା ଆଭିମୁଖ୍ୟରୁ ଆମକୁ ଅନେକ କିଛି ଶିଖିବାର ଅଛି।

ଅଲରାଉଣ୍ଡରମାନଙ୍କ ଉପରେ ଆମକୁ ଅଧିକ ଫୋକସ କରିବାକୁ ପଡ଼ିବ। ସେମାନଙ୍କ ବ୍ୟାଟିଂ ଅର୍ଡରକୁ ଥରେ ଦେଖନ୍ତୁ। ଲିଆମ ଲିଭିଙ୍ଗଷ୍ଟୋନଙ୍କ ଭଳି ଖେଳାଳି ୭ନଂରେ ବ୍ୟାଟିଂ କରୁଛନ୍ତି। ଲିଭିଙ୍ଗଷ୍ଟୋନଙ୍କ ଭଳି ଦକ୍ଷତା ୭ନଂରେ ବିଶ୍ୱର ଅନ୍ୟ କୌଣସି ଦଳ ପାଖରେ ନାହିଁ। ଅଷ୍ଟ୍ରେଲିଆ ପାଇଁ ମାର୍କସ ଷ୍ଟୋଇନିସ ୬ନଂରେ ବ୍ୟାଟିଂ କରିବାକୁ ଆସୁଛନ୍ତି। ତେଣୁ ଆମକୁ ସେଧରଣର ଟିମ ଗଠନ କରିବାକୁ ପଡ଼ିବ। ଏହା ଉପରେ ଆମକୁ ଅଧିକ ଫୋକସ କରିବାକୁ ହେବ।”

କିମ୍ବଦନ୍ତୀ ସ୍ପିନର କୁମ୍ବଲେ ଭିନ୍ନ ଅଧିନାୟକ ଓ ଭିନ୍ନ କୋଚ୍‌ ବର୍ତ୍ତମାନ ସମୟରେ ଆବଶ୍ୟକ ନଥିବା କହିଛନ୍ତି। ହେଲେ ଟିମ୍‌ ଚୟନ ସର୍ବୋପରି ରହିବା ଦରକାର ବୋଲି କୁମ୍ବଲେ ମତ ରଖିଛନ୍ତି। ସେ କହିଛନ୍ତି, “ଭିନ୍ନ କ୍ୟାପ୍ଟେନ ଓ ଭିନ୍ନ କୋଚ୍‌ର ଆବଶ୍ୟକତା ଏବେ ରହିଛି ବୋଲି ମୁଁ ଭାବୁନି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପଣ କେମିତି ଟିମ ଚୟନ କରୁଛନ୍ତି ଓ ସେମାନଙ୍କୁ ସମର୍ଥନ ଯୋଗାଇ ଦେବାକୁ କ’ଣ ସବୁ କରୁଛନ୍ତି।”

Related story