ପୁଣି ଉଠିଲା ବଲ୍ ଟ୍ୟାମ୍ପରିଂ ମାମଲା, ସାଂଘାତିକ କଥା କହିଲେ ବାନକ୍ରଫ୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର କେପଟାଉନରେ ୨୦୧୮ରେ ହୋଇଥିବା ବଲ୍ ଟ୍ୟାମ୍ପରିଂ ଘଟଣା ଅଷ୍ଟ୍ରେଲିଆ କ୍ରିକେଟ୍ ଜଗତକୁ ଦୋହଲାଇ ଦେଇଥିଲା। ଏହି ଅଷ୍ଟ୍ରେଲିଆ କ୍ରିକେଟ୍ ପାଇଁ ସବୁଠାରୁ ଖରାପ ଗସ୍ତ ବୋଲି କୁହାଯାଉଛି । ଏହି ମାମଲା ପରେ ତତ୍କାଳୀନ ଅଷ୍ଟ୍ରେଲିଆ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥଙ୍କୁ କ୍ୟାପଟେନ୍ ପଦରୁ ହଟାଇ ଦିଆଯାଇଥିଲା ଏବଂ ତାଙ୍କ ଉପରେ ୧୨ ମାସର ବାସନ୍ଦାଦେଶ ଲଗାଯାଇଥିଲା । ସେହିପରି ଭାଇସ୍ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣରଙ୍କୁ ମଧ୍ୟ ବର୍ଷକ ପାଇଁ ବାସନ୍ଦ କରାଯାଇଥିଲା । […]

ball-tampering

Ranjit Kumar Jena
  • Published: Sunday, 16 May 2021
  • , Updated: 16 May 2021, 07:58 PM IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର କେପଟାଉନରେ ୨୦୧୮ରେ ହୋଇଥିବା ବଲ୍ ଟ୍ୟାମ୍ପରିଂ ଘଟଣା ଅଷ୍ଟ୍ରେଲିଆ କ୍ରିକେଟ୍ ଜଗତକୁ ଦୋହଲାଇ ଦେଇଥିଲା। ଏହି ଅଷ୍ଟ୍ରେଲିଆ କ୍ରିକେଟ୍ ପାଇଁ ସବୁଠାରୁ ଖରାପ ଗସ୍ତ ବୋଲି କୁହାଯାଉଛି । ଏହି ମାମଲା ପରେ ତତ୍କାଳୀନ ଅଷ୍ଟ୍ରେଲିଆ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥଙ୍କୁ କ୍ୟାପଟେନ୍ ପଦରୁ ହଟାଇ ଦିଆଯାଇଥିଲା ଏବଂ ତାଙ୍କ ଉପରେ ୧୨ ମାସର ବାସନ୍ଦାଦେଶ ଲଗାଯାଇଥିଲା ।

ସେହିପରି ଭାଇସ୍ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣରଙ୍କୁ ମଧ୍ୟ ବର୍ଷକ ପାଇଁ ବାସନ୍ଦ କରାଯାଇଥିଲା । ତେବେ ଏହି ମାମଲା ଏବେ ଶାନ୍ତ ପଡ଼ିଯାଇଥିଲା ଏବଂ ଅଷ୍ଟ୍ରେଲିଆ କ୍ରିକେଟ୍ ପୁଣିଥରେ ଟ୍ରାକକୁ ଫେରିଆସିଥିଲା । କିନ୍ତୁ ଏହି ମାମଲାରେ ସ୍ମିଥ୍ ଓ ୱାର୍ଣ୍ଣରଙ୍କ ସହ ଫସିଥିବା ଓପନିଂ ବ୍ୟାଟ୍ସମ୍ୟାନ୍ କାମେରନ୍ ବାନକ୍ରଫ୍ଟ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ବଡ଼ ଖୁଲାସା କରିଛନ୍ତି । ଯାହା ପରେ ଏହି ବିବାଦ ପୁଣିଥରେ ଉଜାଗର ହୋଇଛି । ଏହି ବ୍ୟାଟ୍ସମ୍ୟାନଙ୍କ ମନ୍ତବ୍ୟ ପରେ କ୍ରିକେଟ୍ ଅଷ୍ଟ୍ରେଲିଆ କହିଛି ଯେ ଯଦି କାହା ପାଖରେ ଏହି (ବଲ୍ ଟ୍ୟାମ୍ପରିଂ) ମାମଲାକୁ ନେଇ କାହା ପାଖରେ କୌଣସି ନୂଆ ସୂଚନା ଅଛି, ତାହେଲେ ବୋର୍ଡ ତାହା ଶୁଣିବାକୁ ପ୍ରସ୍ତୁତ ।

ସ୍ମିଥ୍ ଓ ୱାର୍ଣ୍ଣରଙ୍କ ଅପେକ୍ଷା ବାନକ୍ରଫ୍ଟଙ୍କ ଉପରେ କମ୍ ବ୍ୟାନ୍ ଥିଲା । ତାଙ୍କୁ ମାତ୍ର ୯ ମାସ ପାଇଁ ସସପେଣ୍ଡ କରାଯାଇଥିଲା । ସେତେବେଳେ କ୍ରିକେଟ୍ ଅଷ୍ଟ୍ରେଲିଆ ରିଭ୍ୟୁ ବୈଠକରେ କହିଥିଲା ଯେ ଏହି ତିନି ଖେଳାଳିଙ୍କ ବ୍ୟତୀତ ଟିମ୍ କିମ୍ବା ସପୋର୍ଟ ଷ୍ଟାଫରେ ଆଉ କୌଣସି ଖେଳାଳି ଏହି ଘଟଣା ସମ୍ବନ୍ଧରେ ଅବଗତ ନଥିଲେ । କିନ୍ତୁ ବାନକ୍ରଫ୍ଟ ‘ଦି ଗାର୍ଡିଆନ୍‌’କୁ ଦେଇଥିବା ସାକ୍ଷାତକାରରେ ଏହି ଘଟଣାକୁ ପୁଣିଥରେ ତାଜା କରିଦେଇଛନ୍ତି ।

ବାନକ୍ରଫ୍ଟ କହିଥିଲେ, ମୁଁ ଯାହା କରିଥିଲି, ସେଥିପାଇଁ ମୁଁ ହିଁ ଉତ୍ତରଦାୟୀ । ମୁଁ ଯାହା କଲି, ସେଥିରେ ବୋଲରଙ୍କୁ ଫାଇଦା ହେଲା ଏବଂ ଏ ସମ୍ବନ୍ଧରେ ହୁଏତ ବୋଲରଙ୍କୁ ମଧ୍ୟ ଜଣାଥିଲା ।

Related story