ତାଲିବାନ ପାଇଁ ଆଫଗାନ ସହ ଦିନିକିଆ ସିରିଜ ବାତିଲ କଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ତାଲିବାନର ମହିଳା ବିରୋଧୀ ଆଭିମୁଖ୍ୟ ପାଇଁ ବଡ଼ ନିଷ୍ପତ୍ତି ନେଇଛି କ୍ରିକେଟ ଅଷ୍ଟ୍ରେଲିଆ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ୩ଟିକିଆ ଦିନିକିଆ ସିରିଜ୍‌କୁ ଅଷ୍ଟ୍ରେଲିଆ ବାତିଲ କରି ଦେଇଛି। ଦୁଇ ଦେଶ ମଧ୍ୟରେ ୟୁଏଇରେ ଏହି ସିରିଜ୍‌ ଖେଳାଯିବାର ଥିଲା। କିନ୍ତୁ ତାଲିବାନ ସରକାର ମହିଳା ଓ ଝିଅମାନଙ୍କ ଶିକ୍ଷା ଏବଂ ଚାକିରି ଉପରେ କଟକଣା ଲଗାଉଥିବାରୁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଆଫଗାନ ସହ କ୍ରିକେଟ ସିରିଜ୍‌କୁ ବାତିଲ କରାଯାଇଛି। […]

AUS

  • Published: Thursday, 12 January 2023
  • , Updated: 12 January 2023, 12:44 PM IST

ମେଲବର୍ଣ୍ଣ: ତାଲିବାନର ମହିଳା ବିରୋଧୀ ଆଭିମୁଖ୍ୟ ପାଇଁ ବଡ଼ ନିଷ୍ପତ୍ତି ନେଇଛି କ୍ରିକେଟ ଅଷ୍ଟ୍ରେଲିଆ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ୩ଟିକିଆ ଦିନିକିଆ ସିରିଜ୍‌କୁ ଅଷ୍ଟ୍ରେଲିଆ ବାତିଲ କରି ଦେଇଛି। ଦୁଇ ଦେଶ ମଧ୍ୟରେ ୟୁଏଇରେ ଏହି ସିରିଜ୍‌ ଖେଳାଯିବାର ଥିଲା।

କିନ୍ତୁ ତାଲିବାନ ସରକାର ମହିଳା ଓ ଝିଅମାନଙ୍କ ଶିକ୍ଷା ଏବଂ ଚାକିରି ଉପରେ କଟକଣା ଲଗାଉଥିବାରୁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଆଫଗାନ ସହ କ୍ରିକେଟ ସିରିଜ୍‌କୁ ବାତିଲ କରାଯାଇଛି।

ଆଇସିସି ଦିନିକିଆ ସୁପର ଲିଗ୍‌ ପଏଣ୍ଟ ଦୃଷ୍ଟିରୁ ଏହି ସିରିଜ ଉଭୟ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ଖେଳିବାକୁ ମନା କରିବାରୁ ଆଫଗାନିସ୍ତାନକୁ ସମସ୍ତ ୩୦ ପଏଣ୍ଟ ମିଳିବ।

କ୍ରିକେଟ ଅଷ୍ଟ୍ରେଲିଆ ଗୋଟିଏ ବିବୃତି ଜାରି କରି କାହିଁକି ଏପରି ନିଷ୍ପତ୍ତି ନିଆଗଲା ତା’ର ବିସ୍ତୃତ ସୂଚନା ଦେଇଛି। ଏଥିସହ ଆଫଗାନ ସମେତ ସାରା ବିଶ୍ୱରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ରୀଡ଼ାର ବିକାଶ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ପ୍ରତିଶ୍ରୁତିବଦ୍ଧ ବୋଲି କହିଛି। ଏହାବାଦ କ୍ରିକେଟ ଅଷ୍ଟ୍ରେଲିଆ ଆଫଗାନିସ୍ତାନରେ ମହିଳା ଓ ଝିଅମାନଙ୍କ ସ୍ଥିତିରେ ସୁଧାର ଆଣିବା ଦିଗରେ ଆଫଗାନ କ୍ରିକେଟ ବୋର୍ଡ ସହ ନିୟମିତ ଭାବେ କଥା ହୋଇଛି। ଏ କ୍ଷେତ୍ରରେ ସମର୍ଥନ ପାଇଁ କ୍ରିକେଟ ‌ଅଷ୍ଟ୍ରେଲିଆ ନିଜ ଦେଶର ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛି।

ଆଇସିସି ସିଇଓ ଜେଫ ଆଲର୍ଡିକେ ମଧ୍ୟ ଆଫଗାନିସ୍ତାନରେ ବର୍ତ୍ତମାନ ମହିଳାଙ୍କ ସହ ଘଟୁଥିବା ଘଟଣାକୁ ନେଇ ଚିନ୍ତିତ ବୋଲି ସ୍ୱୀକାର କରିଛନ୍ତି। ଏଥିସହ ମାର୍ଚ୍ଚ ମାସରେ ହେବାକୁ ଥିବା ବୋର୍ଡ ବୈଠକରେ ଏ ପ୍ରସଙ୍ଗ ଉଠିବ ବୋଲି ସେ କହିଛନ୍ତି।

ଆଫଗାନିସ୍ତାନ ଆଇସିସିର ଏକମାତ୍ର ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର, ଯାହାର ମହିଳା ଟିମ ନାହାନ୍ତି। ସେହିପରି ଶନିବାର ଆରମ୍ଭ ହେବାକୁ ଥିବା ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପରେ ମଧ୍ୟ ଆଫଗାନିସ୍ତାନ ଭାଗ ନେଇନି।

Related story