ଏସିଆ କପରୁ ଆବେଶ ଖାନ ଆଉଟ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ଦୁବାଇ: ଏସିଆ କପ ସୁପର ୪ରେ ଜିତିବା ପାଇଁ ସଂଘର୍ଷ କରୁଥିବା ଭାରତକୁ ବଡ଼ ଝଟକା ଲାଗିଛି। ଟିମର ଦ୍ରୁତ ବୋଲର ଆବେଶ ଖାନ ଅସୁସ୍ଥତା କାରଣରୁ ଏସିଆ କପରୁ ବାଦ ପଡ଼ିଛନ୍ତି। ସେ ଅସୁସ୍ଥ ଥିବାରୁ ପାକିସ୍ତାନ ବିପକ୍ଷ ପ୍ରଥମ ସୁପର ୪ ମୁକାବିଲା ମଧ୍ୟ ଖେଳି ନଥିଲେ। ଏବେ ତାଙ୍କୁ ଏସିଆ କପରୁ ଆଉଟ ହେବାକୁ ପଡ଼ିଛି। ତାଙ୍କ ସ୍ଥାନରେ ଦୀପକ ଚହରଙ୍କୁ ଟିମ୍‌ ଇଣ୍ଡିଆର ଏସିଆ କପ ସ୍କ୍ୱାଡରେ ସାମିଲ କରାଯାଇଛି। ସେ […]

avesh-khan

  • Published: Tuesday, 06 September 2022
  • , Updated: 06 September 2022, 10:05 PM IST

ଦୁବାଇ: ଏସିଆ କପ ସୁପର ୪ରେ ଜିତିବା ପାଇଁ ସଂଘର୍ଷ କରୁଥିବା ଭାରତକୁ ବଡ଼ ଝଟକା ଲାଗିଛି। ଟିମର ଦ୍ରୁତ ବୋଲର ଆବେଶ ଖାନ ଅସୁସ୍ଥତା କାରଣରୁ ଏସିଆ କପରୁ ବାଦ ପଡ଼ିଛନ୍ତି। ସେ ଅସୁସ୍ଥ ଥିବାରୁ ପାକିସ୍ତାନ ବିପକ୍ଷ ପ୍ରଥମ ସୁପର ୪ ମୁକାବିଲା ମଧ୍ୟ ଖେଳି ନଥିଲେ। ଏବେ ତାଙ୍କୁ ଏସିଆ କପରୁ ଆଉଟ ହେବାକୁ ପଡ଼ିଛି।

ତାଙ୍କ ସ୍ଥାନରେ ଦୀପକ ଚହରଙ୍କୁ ଟିମ୍‌ ଇଣ୍ଡିଆର ଏସିଆ କପ ସ୍କ୍ୱାଡରେ ସାମିଲ କରାଯାଇଛି। ସେ ଏସିଆ କପ ପାଇଁ ଷ୍ଟାଣ୍ଡବାଏରେ ଥିଲେ। ଏବେ ତାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସାମିଲ କରାଯାଇଛି। ସେ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ପୂର୍ବରୁ ନେଟ୍ସରେ ଢେର ଝାଳ ବୁହାଇଛନ୍ତି।

ବିସିସିଆଇ ସୂତ୍ରରେ କୁହାଯାଇଛି ଯେ ଆବେଶ ଖାନଙ୍କୁ ବର୍ତ୍ତମାନ ପ୍ରବଳ ଜ୍ୱର। ସେ ସିନୁସ ଜନିତ ରୋଗରେ ମଧ୍ୟ ପୀଡ଼ିତ ଅଛନ୍ତି। ତେଣୁ ଏସିଆ କପର ପରବର୍ତ୍ତୀ ମ୍ୟାଚ୍‌ ଗୁଡ଼ିକ ସେ ଖେଳିବା ସମ୍ଭବ ନୁହେଁ। ଦୀପକ ଚହର ପୂର୍ବରୁ ହିଁ ଦୁବାଇରେ ଅଛନ୍ତି। ତେଣୁ ତାଙ୍କୁ ମୁଖ୍ୟ ସ୍କ୍ୱାଡରେ ସାମିଲ କରାଯାଇଛି।

ଦୀପକ ଚହର ଫେବୃଆରୀ ମାସ ଠାରୁ ଆହତ ଯୋଗୁ କ୍ରିକେଟରୁ ଦୂରେଇ ରହିଥିଲେ। କିନ୍ତୁ ଜିମ୍ବାୱେ ବିପକ୍ଷ ସିରିଜରେ ସେ କମବ୍ୟାକ୍ କରିଥିଲେ। ହେଲେ ଏହା ପୂର୍ବରୁ ଏସିଆ କପ ସ୍କ୍ୱାଡ ଘୋଷଣା କରାଯାଇ ସାରିଥିବାରୁ ଦୀପକ ଚହରଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଥିଲା। ତାଙ୍କ ସହ ଅକ୍ଷର ପଟେଲ ଓ ଶ୍ରେୟସ ଆୟର ମଧ୍ୟ ରହିଥିଲେ। କିଛି ଦିନ ତଳେ ରବୀନ୍ଦ୍ର ଜାଡେଜା ଆହତ ସମସ୍ୟା ଯୋଗୁ ଏସିଆ କପରୁ ବାଦ ପଡ଼ିଥିଲେ। ତାଙ୍କ ବଦଳରେ ଅକ୍ଷର ପଟେଲଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଥିଲା।

Related story