ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଲେ ଅକ୍ଷର ପଟେଲ, ହସ ହିଁ ବୟାନ କରୁଛି ସବୁକିଛି

ନୂଆଦିଲ୍ଲୀ: ଆଇପିଏଲର ଠିକ୍‌ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ଏବେ ସୁସ୍ଥ ହୋଇଯାଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ୱାଡକୁ ଫେରିଛନ୍ତି। ତାଙ୍କୁ ଦଳ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଛି। ଅକ୍ଷର ସ୍କ୍ୱାଡରେ ଯୋଗ ଦେଉଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସ୍କ୍ୱାଡରେ ଯୋଗଦେଉଥିବାରୁ ଅକ୍ଷର ବେଶ ଖୁସିଥିବା ଦେଖିବାକୁ ମିଳିଛି। ସେ ଯେଉଁଭଳି ହସହସ ମୁହଁରେ ସବୁ ଖେଳାଳିଙ୍କୁ ଭେଟିଛନ୍ତି, […]

Axar-Patel

Axar-Patel

Hemant Lenka
  • Published: Friday, 23 April 2021
  • Updated: 23 April 2021, 03:06 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲର ଠିକ୍‌ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ଏବେ ସୁସ୍ଥ ହୋଇଯାଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ୱାଡକୁ ଫେରିଛନ୍ତି। ତାଙ୍କୁ ଦଳ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଛି। ଅକ୍ଷର ସ୍କ୍ୱାଡରେ ଯୋଗ ଦେଉଥିବା ବେଳର ଭିଡିଓ ସାମ୍ନାକୁ ଆସିଛି।

ଏହି ଭିଡିଓରେ ସ୍କ୍ୱାଡରେ ଯୋଗଦେଉଥିବାରୁ ଅକ୍ଷର ବେଶ ଖୁସିଥିବା ଦେଖିବାକୁ ମିଳିଛି। ସେ ଯେଉଁଭଳି ହସହସ ମୁହଁରେ ସବୁ ଖେଳାଳିଙ୍କୁ ଭେଟିଛନ୍ତି, ତାହା ହିଁ ବୟାନ କରୁଛି ଯେ ସେ ସ୍କ୍ୱାଡକୁ ଫେରିବାକୁ କେତେ ବ୍ୟାକୁଳ ଥିଲେ।

ଏପ୍ରିଲ ୧ରେ ଅକ୍ଷର କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ କ୍ୱାରେଣ୍ଟାଇନରେ ରହିଥିଲେ। ଏଥିପାଇଁ ସେ ଏଯାଏ ଦିଲ୍ଲୀ ପକ୍ଷରୁ ଗୋଟିଏ ହେଲେ ମ୍ୟାଚ୍‌ ଖେଳିପାରି ନଥିଲେ। କିନ୍ତୁ ଏବେ ସେ ପୂରା ଫିଟ ରହିଛନ୍ତି ଓ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ଟ୍ରେନିଂ ସେକସନରେ ଭାଗ ନେଇଛନ୍ତି।

ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଗୋଟିଏ ଭିଡିଓ ଜାରି କରାଯାଇଛି। ଏଥିରେ ଅକ୍ଷର ପଟେଲ ହୋଟେଲ ଭିତରେ ଖେଳାଳିଙ୍କୁ ଭେଟୁଛନ୍ତି। ଏହି ସମୟରେ ସେ କହୁଛନ୍ତି ଯେ “ଲୋକମାନଙ୍କୁ ଦେଖି ହିଁ ବହୁତ ମଜା ଆସୁଛି।” ଦିଲ୍ଲୀ କ୍ୟାପିଟାଲ୍ସ କହିଛି ଯେ “ଏହି ହସ ହିଁ ବୟାନ କରୁଛି ପୂରା କାହାଣୀ। ପଡ଼ିଆକୁ ଆପଣଙ୍କୁ ସ୍ୱାଗତ।”

ଅକ୍ଷର କରୋନାରେ ଆକ୍ରାନ୍ତ ହୋଇଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ଅସ୍ଥାୟୀ ଭାବେ ବାମହାତୀ ସ୍ପିନର ଶାମ୍ସ ମୁଲାନିଙ୍କୁ ସ୍କ୍ୱାଡରେ ସାମିଲ କରିଥିଲା। ସେ ମୁମ୍ବାଇ ପକ୍ଷରୁ ଘରୋଇ କ୍ରିକେଟରେ ୧୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ତେବେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଏଯାଏ କୌଣସି ମ୍ୟାଚ୍‌ରେ ସୁଯୋଗ ଦେଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story