ବାବର ଆଜମଙ୍କୁ ‘ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍‌’ ସମ୍ମାନ

ଦୁବାଇ: ପାକିସ୍ତାନର ଅଧିନାୟକ ତଥା ଷ୍ଟାର ବ୍ୟାଟସମ୍ୟାନ ବାବର ଆଜମ ଜିତିଛନ୍ତି ଆଇସିସି ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍‌ ସମ୍ମାନ। ୨୦୨୧ ବର୍ଷରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଆଇସିସି ଏପରି ସମ୍ମାନରେ ସମ୍ମାନୀତ କରିଛି। ଏହି ପୁରସ୍କାର ଜିତିବା ଦୌଡ଼ରେ ବାଂଲାଦେଶର ସାକିବ ଅଲ ହାସ, ଦକ୍ଷିଣ ଆଫ୍ରିକାର ଜାନେମନ ମଲାନ ଓ ଆୟର୍ଲ୍ୟାଣ୍ଡର ଓପନର ପଲ ଷ୍ଟ୍ରିଲିଂ ଥିଲେ। ହେଲେ ସମସ୍ତଙ୍କୁ ପଛରେ ପକାଇ ବାବର ପୁରସ୍କାର ହାତେଇଛନ୍ତି। ୨୦୨୧ ବର୍ଷରେ […]

Babar

Hemant Lenka
  • Published: Monday, 24 January 2022
  • , Updated: 24 January 2022, 01:20 PM IST

ଦୁବାଇ: ପାକିସ୍ତାନର ଅଧିନାୟକ ତଥା ଷ୍ଟାର ବ୍ୟାଟସମ୍ୟାନ ବାବର ଆଜମ ଜିତିଛନ୍ତି ଆଇସିସି ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍‌ ସମ୍ମାନ। ୨୦୨୧ ବର୍ଷରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଆଇସିସି ଏପରି ସମ୍ମାନରେ ସମ୍ମାନୀତ କରିଛି। ଏହି ପୁରସ୍କାର ଜିତିବା ଦୌଡ଼ରେ ବାଂଲାଦେଶର ସାକିବ ଅଲ ହାସ, ଦକ୍ଷିଣ ଆଫ୍ରିକାର ଜାନେମନ ମଲାନ ଓ ଆୟର୍ଲ୍ୟାଣ୍ଡର ଓପନର ପଲ ଷ୍ଟ୍ରିଲିଂ ଥିଲେ। ହେଲେ ସମସ୍ତଙ୍କୁ ପଛରେ ପକାଇ ବାବର ପୁରସ୍କାର ହାତେଇଛନ୍ତି।

୨୦୨୧ ବର୍ଷରେ ବାବର ମାତ୍ର ୬ଟି ଦିନିକିଆରେ ୪୦୫ ରନ୍‌ ହାସଲ କରିଥିଲେ। ତାଙ୍କ ବ୍ୟାଟିଂ ହାର ୬୭.୫୦ ଥିଲା। ୨୭ ବର୍ଷୀୟ ବାବରଙ୍କ ଦମରେ ଚଳିତ ବର୍ଷ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ଦିନିକିଆ ସିରିଜ୍‌ରେ ୨-୧ରେ ହରାଇଥିଲା। ଏହି ସିରିଜ୍‌ରେ ବାବର ୩ଟି ମ୍ୟାଚ୍‌ରେ ୨୨୮ ରନ୍‌ କରିଥିଲେ।

ସେହିପରି ପାକିସ୍ତାନ ଜିତିଥିବା ଦୁଇଟି ଯାକ ମ୍ୟାଚ୍‌ରେ ସେ ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ବାବର ଶତକୀୟ ଇନିଂସ ଖେଳିବାରୁ ପାକିସ୍ତାନ ୨୭୪ ରନର ଟାର୍ଗେଟ ଚେଜ୍ କରି ପାରିଥିଲା। ସେହିପରି ତୃତୀୟ ଦିନିକିଆରେ ସେ ୮୨ ବଲ୍‌ରେ ୯୪ ରନ୍‌ର ଇନିଂସ୍‌ ଖେଳିଥିଲେ। ଏହି ଇନିଂସ୍‌ ବଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୨୦ ରନ୍‌ କରିପାରିଥିଲା।

ଇଂଲଣ୍ଡ ୩-୦ରେ ପାକିସ୍ତାନକୁ ହରାଇଥିଲେ ମଧ୍ୟ ବାବର ଏକମାତ୍ର ଯୋଦ୍ଧା ଭାବେ ଲଢ଼େଇ କରିଥିଲେ। ସେ ୩ଟି ମ୍ୟାଚ୍‌ରେ ୧୭୭ ରନ୍‌ କରିଥିଲେ। ହେଲେ ଅନ୍ୟ କୌଣସି ପାକିସ୍ତାନୀ ବ୍ୟାଟର୍ସ ତାଙ୍କୁ ଉପଯୁକ୍ତ ସହଯୋଗ କରି ନଥିଲେ। ଏହି ସିରିଜ୍‌ରେ ପାକିସ୍ତାନର କୌଣସି ବ୍ୟାଟର୍‌ ୩ଟି ମ୍ୟାଚ୍‌ରେ ୧୦୦ ରନ୍‌ ବି ପାର କରି ପାରି ନଥିଲେ।

୨୦୨୧ ବର୍ଷରେ ବାବରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନ ଅଡ଼ୁଆରେ ପଡ଼ିଥିଲା। ହେଲେ ବାବର ଦମଦାର ବ୍ୟାଟିଂ କରି ଇମାମ ଉଲ ହକଙ୍କ ସହ ୯୨ ରନ୍‌ର ଭାଗିଦାରୀ କରିଥିଲେ। ପ୍ରଥମେ ସେ ୭୨ ବଲରେ ୫୦ ରନ୍‌ କରିଥିଲେ। ଏହାପରେ ଆଉ ୩୨ ବଲ୍‌ରେ ଶତକ ଅର୍ଜନ ହାସଲ କରି ନିଜ ଯାଦୁ ଦେଖାଇଥିଲେ। ଏହା ୨୦୨୧ରେ ତାଙ୍କର ଦ୍ୱିତୀୟ ଶତକ ଥିଲା। ଏହି ମ୍ୟାଚ୍‌ରେ ସେ ସେ ୧୫୮ ରନ୍‌ର ଇନିଂସ୍‌ ଖେଳିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଆଇସିସି ‘ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍‌’ ପୁରସ୍କାର ମିଳିଛି।


ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ବରିଷ୍ଠ ଅମ୍ପାୟାର ମାରାଇସ ଏରାସମସଙ୍କୁ ଆଇସିସି ଅମ୍ପାୟାର ଅଫ ଦି ଇୟର ପୁରସ୍କାର ମିଳିଛି। ସେ ତୃତୀୟ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି। ୨୦୧୬ ଓ ୨୦୧୭ରେ ତାଙ୍କୁ ଆଇସିସିର ଏହି ବଡ଼ ପୁରସ୍କାର ମିଳିଥିଲା।

Related story