ପରଲୋକରେ ବିସିସିଆଇର ଅଫିସିଆଲ୍ ସ୍କୋରର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଫିସିଆଲ୍ ସ୍କୋରର କେକେ ତିୱାରୀଙ୍କର କରୋନାରେ ମୃତ୍ୟୁ ହୋଇଛି । ତିୱାରୀ ଗତ କିଛି ଦିନ ଧରି ଝାଝରସ୍ଥିତ ଏମ୍ସରେ ଭର୍ତ୍ତି ଥିଲେ ଏବଂ ଭେଣ୍ଟିଲେଟରରେ ଥିଲେ । କିନ୍ତୁ ଶନିବାର ତାଙ୍କର ଦେହାନ୍ତ ହୋଇଛି । ଦିଲ୍ଲୀର କ୍ରୀଡ଼ା ସାମ୍ବାଦିକ ସଂଘ (ଡିଏସଜେଏ)ର ସମ୍ପାଦକ ରାଜେନ୍ଦ୍ର ସଜବାନଙ୍କ କହିବା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ତିୱାରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ଏବଂ ଏହାକୁ ନେଇ ତାଙ୍କ ପରିବାର […]

KK-Tiwary

KK-Tiwary

Ranjit Kumar Jena
  • Published: Saturday, 08 May 2021
  • Updated: 09 May 2021, 12:02 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଫିସିଆଲ୍ ସ୍କୋରର କେକେ ତିୱାରୀଙ୍କର କରୋନାରେ ମୃତ୍ୟୁ ହୋଇଛି । ତିୱାରୀ ଗତ କିଛି ଦିନ ଧରି ଝାଝରସ୍ଥିତ ଏମ୍ସରେ ଭର୍ତ୍ତି ଥିଲେ ଏବଂ ଭେଣ୍ଟିଲେଟରରେ ଥିଲେ । କିନ୍ତୁ ଶନିବାର ତାଙ୍କର ଦେହାନ୍ତ ହୋଇଛି ।

ଦିଲ୍ଲୀର କ୍ରୀଡ଼ା ସାମ୍ବାଦିକ ସଂଘ (ଡିଏସଜେଏ)ର ସମ୍ପାଦକ ରାଜେନ୍ଦ୍ର ସଜବାନଙ୍କ କହିବା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ତିୱାରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ଏବଂ ଏହାକୁ ନେଇ ତାଙ୍କ ପରିବାର ଲୋକେ ଓ ଦିଲ୍ଲୀର କ୍ରୀଡ଼ା ସମ୍ପ୍ରଦାୟରେ ଖୁବ୍ ଉତ୍ସାହ ଦେଖା ଦେଇଥିଲା । କିନ୍ତୁ ଶନିବାର ଅଚାନକ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା ଏବଂ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସଜବାନ କହିଛନ୍ତି, ତିୱାରୀଙ୍କ ପରିବାରରେ ପତ୍ନୀ, ଦୁଇ ଝିଅ ଓ ଜଣେ ପୁଅ ଅଛନ୍ତି । ତାଙ୍କ ବଡ଼ ଝିଅ ଓକିଲାତି ପାଠ ପଢ଼ିଛନ୍ତି । ସାନ ଝିଅ ଦ୍ୱାଦଶ ପଢ଼ିବା ପରେ ଇଞ୍ଜିନିୟରିଂର ପ୍ରସ୍ତୁତ କରୁଛନ୍ତି । ତାଙ୍କର ସାନ ପୁଅ ଏବେ ସପ୍ତମ ଶ୍ରେଣୀରେ ପଢ଼ୁଛି । ଦିଲ୍ଲୀର ସ୍ଥାନୀୟ କ୍ରୀଡ଼ା ଅଧିକାରୀ, ଦିଲ୍ଲୀ କ୍ରୀଡ଼ା ସାମ୍ବାଦିକ ସଂଘ ଓ କ୍ରୀଡ଼ା ସାମ୍ବାଦିକ ତିୱାରୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

ଡିଏସଜେ ପକ୍ଷରୁ ଏକ ବିବୃତ୍ତି ଜାରି କରି ସଜବାନ୍ କହିଛନ୍ତି, ତିୱାରଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦ ଖବର । କ୍ରୀଡ଼ା ସାମ୍ବାଦିକଙ୍କ ପ୍ରିୟ ତିୱାରୀଙ୍କୁ ଆମେ କେବେ ଭୁଲିପାରିବୁନି । ଲାଗୁଛି ଯେମିତି କେହି ଜଣେ ନିଜ ଲୋକ ଚାଲିଗଲେ । ଆପଣ ସର୍ବଦା ଆମ ହୃଦୟରେ ରହିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos