କ୍ରିକେଟକୁ ଅଲବିଦା କହିଲେ ଅଲରାଉଣ୍ଡର୍‌ ବେହରାଡିନ୍‌

ଜୋହାନ୍ସବର୍ଗ: କ୍ରିକେଟର ସବୁ ପ୍ରକାରର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଫରହାନ ବେହରାଡିନ। ସେ ଟ୍ୱିଟ ଯୋଗେ କ୍ରିକେଟକୁ ଅଲବିଦା କହିଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ୫୯ଟି ଦିନିକିଆ ଖେଳି ସେ ୩୦.୬୯ ହାରରେ ୧୦୭୪ ରନ କରିଥିଲେ। ଦେଶ ପାଇଁ ୩୮ଟି ଟି-୨୦ ଖେଳି ସେ ୫୧୮ ରନ ମଧ୍ୟ କରିଛନ୍ତି। ୩୯ ବର୍ଷୀୟ ବେହରାଡିନ ଦିନିକିଆରେ ୧୪ଟି ଓ ଟି-୨୦ରେ ୩ଟି ୱିକେଟ ଦଖଲ କରିଛନ୍ତି। ପୂର୍ବରୁ ନିୟମିତ ଦକ୍ଷିଣ […]

south-africa

  • Published: Tuesday, 27 December 2022
  • , Updated: 27 December 2022, 05:34 PM IST

ଜୋହାନ୍ସବର୍ଗ: କ୍ରିକେଟର ସବୁ ପ୍ରକାରର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଫରହାନ ବେହରାଡିନ। ସେ ଟ୍ୱିଟ ଯୋଗେ କ୍ରିକେଟକୁ ଅଲବିଦା କହିଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ୫୯ଟି ଦିନିକିଆ ଖେଳି ସେ ୩୦.୬୯ ହାରରେ ୧୦୭୪ ରନ କରିଥିଲେ।

ଦେଶ ପାଇଁ ୩୮ଟି ଟି-୨୦ ଖେଳି ସେ ୫୧୮ ରନ ମଧ୍ୟ କରିଛନ୍ତି। ୩୯ ବର୍ଷୀୟ ବେହରାଡିନ ଦିନିକିଆରେ ୧୪ଟି ଓ ଟି-୨୦ରେ ୩ଟି ୱିକେଟ ଦଖଲ କରିଛନ୍ତି। ପୂର୍ବରୁ ନିୟମିତ ଦକ୍ଷିଣ ଆଫ୍ରିକା ଦଳର ସଦସ୍ୟ ରହି ଆସୁଥିବା ବେହରାଡିନ ବିଗତ କିଛି ବର୍ଷ ହେଲା ଆଉ ଜାତୀୟ ଦଳରେ ନଜର ଆସୁ ନଥିଲେ।

ଏବେ ତାଙ୍କୁ ୩୯ ବର୍ଷୟ ବୟସ ହୋଇଯାଇଥିବାରୁ ଜାତୀୟ ଦଳକୁ ଫେରିବାର ବାଟ ଏକ ପ୍ରକାରର ବନ୍ଦ ହୋଇ ଯାଇଥିଲା। ତେଣୁ ସେ ଗୋଟିଏ ଲମ୍ବା ଚିଠି ଲେଖି କ୍ରିକେଟକୁ ବାଏବାଏ କହିଛନ୍ତି। ସେ ନିଜର ଅବସର ଘୋଷଣା କରି ୪ଟି ବିଶ୍ୱକପ ଖେଳିଥିବାରୁ ନିଜକୁ ସୌଭାଗ୍ୟ ମଣିଛନ୍ତି। ଏଥିସହ ପରିବାର, ବନ୍ଧୁ ଓ କୋଚମାନଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।


ଏହାବାଦରେ ସେ ତାଙ୍କ ଟିମ ଟାଇଟନ୍ସକୁ ମଧ୍ୟ ଖେଳିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ୧୮ ବର୍ଷର ଯାତ୍ରା ଶେଷ ହୋଇଛି। ସବୁ ଫର୍ମାଟରେ ୫୬୦ ପ୍ରୋ ଗେମ୍ସ, ଦେଶ ପାଇଁ ୯୭ ମ୍ୟାଚ ଓ ୧୭ଟି ଟ୍ରଫି ଜିତିବା ସୌଭାଗ୍ୟର ବିଷୟ। ଅବସର ସମ୍ପର୍କରେ ଘୋଷଣା ଆଦୌ ସହଜ ନଥିଲା। ତଥାପି ବିଦାୟ ନେବାର ସମୟ ଆସି ଯାଇଥିବାରୁ ସେ କ୍ରିକେଟକୁ ବାଧ୍ୟ ହୋଇ ଅଲବିଦା କହିଥିବା ଟ୍ୱିଟ କରିଛନ୍ତି।

Related story