ଦିନିକିଆରୁ ସନ୍ନ୍ୟାସ ନେଲେ ବେନ୍‌ ଷ୍ଟୋକ୍ସ

ନୂଆଦିଲ୍ଲୀ: ଦିନିକିଆରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଇଂଲଣ୍ଡର ଷ୍ଟାର୍‌ କ୍ରିକେଟର୍‌ ତଥା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ। ୩୧ ବର୍ଷ ବୟସରେ ସେ ଦିନିକିଆ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି କ୍ରିକେଟ୍‌ ପ୍ରେମୀଙ୍କୁ ଚକିତ କରିଛି। ତେବେ ସେ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଖେଳିବେ। ସୋମବାର ଟ୍ୱିଟ୍ କରି ଷ୍ଟୋକ୍ସ ଦିନିକିଆରୁ ଅବସର ନେବା କଥା ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ଯେ ଏହି ନିଷ୍ପତ୍ତି ନେବା ତାଙ୍କ […]

ben-stokes

Madhupriya Mistry
  • Published: Monday, 18 July 2022
  • , Updated: 18 July 2022, 06:17 PM IST

ନୂଆଦିଲ୍ଲୀ: ଦିନିକିଆରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଇଂଲଣ୍ଡର ଷ୍ଟାର୍‌ କ୍ରିକେଟର୍‌ ତଥା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ। ୩୧ ବର୍ଷ ବୟସରେ ସେ ଦିନିକିଆ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି କ୍ରିକେଟ୍‌ ପ୍ରେମୀଙ୍କୁ ଚକିତ କରିଛି। ତେବେ ସେ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଖେଳିବେ।

ସୋମବାର ଟ୍ୱିଟ୍ କରି ଷ୍ଟୋକ୍ସ ଦିନିକିଆରୁ ଅବସର ନେବା କଥା ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ଯେ ଏହି ନିଷ୍ପତ୍ତି ନେବା ତାଙ୍କ ପାଇଁ ଅତ୍ୟନ୍ତ କଠିନ ଥିଲା। ସେ ଟେଷ୍ଟ ମ୍ୟାଚ୍‌ ଉପରେ ଅଧିକ ଗୁରୁତ୍ଵ ଦେବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି।

ଷ୍ଟୋକ୍ସ ୨୦୧୯ ଦିନିକିଆ ବିଶ୍ଵ କପରେ ଇଂଲଣ୍ଡକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୧ରେ ଆର୍ୟଲ୍ୟାଣ୍ଡ ବିପକ୍ଷରେ ସେ ଇଂଲଣ୍ଡ ପାଇଁ ଦିନିକିଆରେ ଡେବ୍ୟୁ କରିଥିଲେ। ସେ ଇଂଲଣ୍ଡ ପାଇଁ ୧୦୪ ଟି ଦିନିକିଆ ଖେଳି ୨୯୧୯ ରନ୍‌ କରିଛନ୍ତି। ଯେଉଁଥିରେ ତିନୋଟି ଶତକ ଓ ୨୧ଟି ଅର୍ଦ୍ଧଶତକ ସାମିଲ ଅଛି।

ଇଂଲଣ୍ଡ ଓ ସାଉଥ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଠାରୁ ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ। ଏହାର ପ୍ରଥମ ମ୍ୟାଚ୍‌ ଡରହାମ୍‌ରେ ଖେଳାଯିବ। ଷ୍ଟୋକ୍ସ ନିଜ ହୋମ୍‌ ଗ୍ରାଉଣ୍ଡରୁ ହିଁ ଦିନିକିଆ କ୍ରିକେଟ୍‌କୁ ଅଲବିଦା କହିବେ।

 

 

View this post on Instagram

 

A post shared by Ben Stokes (@stokesy)

Related story