କ୍ୟାନସର୍ ଲଢ଼େଇରେ ହାରିଗଲେ ଭୁବନେଶ୍ୱରଙ୍କ ପିତା

ନୂଆଦିଲ୍ଲୀ: ଇଂଲଣ୍ଡ ଟୁର୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇନଥିବା ଟିମ୍ ଇଣ୍ଡିଆର ଷ୍ଟାର୍ ପେସ୍ ବୋଲର ଭୁବନେଶ୍ୱର କୁମାରଙ୍କୁ ଜୀବନର ସବୁଠାରୁ ବଡ଼ ଝଟକା ଲାଗିଛି। ଗୁରୁବାର ଭୁବନେଶ୍ୱର କୁମାରଙ୍କ ପିତାଙ୍କର ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରଙ୍କ ପିତା କିରନପାଲ୍ ସିଂହ ଦୀର୍ଘ ଦିନ ଧରି କ୍ୟାନସର୍ ଭଳି ମାରାତ୍ମକ ରୋଗ ସହ ଲଢ଼େଇ କରୁଥିଲେ । ହେଲେ ଆଜି ସେ ଏହି ଲଢ଼େଇରେ ହାରି ଯାଇଛନ୍ତି । ମେରଠସ୍ଥିତ ନିଜ ବାସଭବନରେ ଭୁବିଙ୍କ ପିତା […]

bhuvi

bhuvi

Ranjit Kumar Jena
  • Published: Thursday, 20 May 2021
  • Updated: 20 May 2021, 06:41 PM IST

ନୂଆଦିଲ୍ଲୀ: ଇଂଲଣ୍ଡ ଟୁର୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇନଥିବା ଟିମ୍ ଇଣ୍ଡିଆର ଷ୍ଟାର୍ ପେସ୍ ବୋଲର ଭୁବନେଶ୍ୱର କୁମାରଙ୍କୁ ଜୀବନର ସବୁଠାରୁ ବଡ଼ ଝଟକା ଲାଗିଛି। ଗୁରୁବାର ଭୁବନେଶ୍ୱର କୁମାରଙ୍କ ପିତାଙ୍କର ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରଙ୍କ ପିତା କିରନପାଲ୍ ସିଂହ ଦୀର୍ଘ ଦିନ ଧରି କ୍ୟାନସର୍ ଭଳି ମାରାତ୍ମକ ରୋଗ ସହ ଲଢ଼େଇ କରୁଥିଲେ । ହେଲେ ଆଜି ସେ ଏହି ଲଢ଼େଇରେ ହାରି ଯାଇଛନ୍ତି । ମେରଠସ୍ଥିତ ନିଜ ବାସଭବନରେ ଭୁବିଙ୍କ ପିତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଭୁବି ଗତ କିଛି ଦିନ ଧରି ନିଜ ଘରେ ଥିଲେ ଏବଂ ନିଜ ପିତାଙ୍କର ଯତ୍ନ ନେଉଥିଲେ । ଭୁବିଙ୍କ ପିତା ଉତ୍ତର ପ୍ରଦେଶ ପୁଲିସରେ କାମ କରୁଥିଲେ । ଭୁବିଙ୍କ ପିତା କିରନପାଲ୍ ସିଂହଙ୍କୁ କ୍ୟାନସର୍ ହୋଇଥିଲା । ତାଙ୍କର ଚିକିତ୍ସା ଦିଲ୍ଲୀର ଏମ୍ସ ଓ ନୋଏଡାର ହସ୍ପିଟାଲରେ ମଧ୍ୟ ଚାଲିଥିଲା । ଏପରିକି ବିଦେଶୀ ଡାକ୍ତର ମଧ୍ୟ ତାଙ୍କର ଚିକିତ୍ସା କରୁଥିଲେ । କିରନପାଲଙ୍କୁ ଲିଭରରେ ସମସ୍ୟା ଥିଲା । ନିକଟରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଜବାବ ଦେଇଥିଲେ, ଯାହା ପରେ ତାଙ୍କ ମେରଠ ଅଣାଯାଇଥିଲା । ଘରେ ତାଙ୍କ ପରିବାର ଲୋକେ ସେବା କରୁଥିଲେ ।

୨୦୧୫ରେ ଭୁବିଙ୍କ ପିତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । ସେତେବେଳେ ଭୁବି ଶ୍ରୀଲଙ୍କା ଗସ୍ତରେ ଥିଲେ । ଜମିବାଡ଼ିକୁ ନେଇ ଏହି ଧମକ ମିଳିଥିଲା । ଏହା ପରେ ମେରଠର ଡିଆଇଜି ଭୁବନେଶ୍ୱରଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିଥିଲେ । ନିକଟରେ ମହିଳା କ୍ରିକେଟର୍ ବେଦା କ୍ରିଷ୍ଣମୂର୍ତ୍ତି ଓ ପ୍ରିୟା ପୁନିଆ ନିଜ ନିଜର ମା’ଙ୍କୁ ହରାଇଛନ୍ତି । ଉଭୟ ବେଦା ଓ ପ୍ରିୟାଙ୍କ ମା’ କରୋନାରେ ଆକ୍ରାନ୍ତ ଥିଲେ । ଏବେ ଭୁବିଙ୍କ ଉପରୁ ମଧ୍ୟ ବାପାଙ୍କ ଛତ୍ରଛାୟା ଉଠିଯାଇଛି ।

ସୂଚନାଯୋଗ୍ୟ, ଇଂଲଣ୍ଡ ଗସ୍ତ ପାଇଁ ଭୁବିଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିନାହିଁ । ତେବେ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ ପାଇଁ ତାଙ୍କୁ ଚୟନ କରାଯିବ କି ନାହିଁ, ତାହା ଶୀଘ୍ର ଜଣାପଡ଼ିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos