ସର୍ବାଧିକ ବେସ୍‌ ପ୍ରାଇସ ତାଲିକାରେ ଷ୍ଟୋକ୍ସ, କୁରାନ ଓ ୱିଲିୟମସନ

ମୁମ୍ବାଇ: ଆସନ୍ତା ୨୩ ତାରିଖରେ ୨୦୨୩ ଆଇପିଏଲ ପାଇଁ ମନି ଅକ୍ସନ ଅନୁଷ୍ଠିତ ହେବ। ଏହାପୂର୍ବରୁ ୧୦ଟି ଯାକ ଦଳ ସହ ଆଇପିଏଲ କର୍ତ୍ତୃପକ୍ଷ ନିଲାମରେ ସାମିଲ ହେବାକୁ ଥିବା ଖେଳାଳି ଓ ସେମାନଙ୍କ ବେସ୍‌ ପ୍ରାଇସ ସମ୍ପର୍କିତ ତାଲିକା ଶେୟାର କରିଛନ୍ତି। ଏହି ତାଲିକା ଅନୁସାରେ ସର୍ବାଧିକ ବେସ୍‌ ପ୍ରାଇସ ବା ୨ କୋଟି ଟଙ୍କା ବ୍ରାକେଟରେ କୌଣସି ଭାରତୀୟ ଖେଳାଳିଙ୍କ ନାଁ ନାହିଁ। ଟି-୨୦ ବିଶ୍ୱକପରେ ମ୍ୟାନ ଅଫ ଦି ସିରିଜ ଜିତିଥିବା ସାମ […]

curran

  • Published: Saturday, 03 December 2022
  • , Updated: 03 December 2022, 11:03 AM IST

ମୁମ୍ବାଇ: ଆସନ୍ତା ୨୩ ତାରିଖରେ ୨୦୨୩ ଆଇପିଏଲ ପାଇଁ ମନି ଅକ୍ସନ ଅନୁଷ୍ଠିତ ହେବ। ଏହାପୂର୍ବରୁ ୧୦ଟି ଯାକ ଦଳ ସହ ଆଇପିଏଲ କର୍ତ୍ତୃପକ୍ଷ ନିଲାମରେ ସାମିଲ ହେବାକୁ ଥିବା ଖେଳାଳି ଓ ସେମାନଙ୍କ ବେସ୍‌ ପ୍ରାଇସ ସମ୍ପର୍କିତ ତାଲିକା ଶେୟାର କରିଛନ୍ତି।

ଏହି ତାଲିକା ଅନୁସାରେ ସର୍ବାଧିକ ବେସ୍‌ ପ୍ରାଇସ ବା ୨ କୋଟି ଟଙ୍କା ବ୍ରାକେଟରେ କୌଣସି ଭାରତୀୟ ଖେଳାଳିଙ୍କ ନାଁ ନାହିଁ। ଟି-୨୦ ବିଶ୍ୱକପରେ ମ୍ୟାନ ଅଫ ଦି ସିରିଜ ଜିତିଥିବା ସାମ କୁରାନ, ବେନ ଷ୍ଟୋକ୍ସ ଓ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ ନିଜ ନିଜର ବେସ ପ୍ରାଇସ ୨ କୋଟି ଟଙ୍କା ଲେଖାଏ ରଖିଛନ୍ତି। ଏହାବାଦ ନିକୋଲ୍ସ ପୁରନ ଓ ଅଷ୍ଟ୍ରେଲିଆର କାମେରୁନ ଗ୍ରୀନଙ୍କ ବେସ ପ୍ରାଇସ ମଧ୍ୟ ୨ କୋଟି ରହିଛି।

ମିନି ଅକ୍ସନରେ ସର୍ବାଧିକ ୮୭ ଜଣ ଖେଳାଳି କିଣା ହୋଇପାରିବେ। ଏମାନଙ୍କ ମଧ୍ୟରେ ୩୦ ଜଣ ବିଦେଶୀ ଖେଳାଳି ରହିପାରନ୍ତି। ତେବେ କେଉଁ ଦଳ କେତେ ଜଣଙ୍କୁ କିଣୁଛନ୍ତି, ସେକଥା ୨୩ ତାରିଖ କୋଚି ଠାରେ ଅନୁଷ୍ଠିତ ଅକ୍ସନ ବେଳେ ଜଣାପଡ଼ିବ।

ନିଲାମ ପ୍ରକ୍ରିୟାରେ ମୋଟ ୯୯୧ ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରେ ୭୧୪ ଜଣ ଭାରତୀୟ ଓ ୨୭୭ ଜଣ ବିଦେଶୀ ଖେଳାଳି ଅଛନ୍ତି। ୭୧୪ ଜଣ ଭାରତୀୟଙ୍କ ମଧ୍ୟରେ ୧୯ ଜଣ ଅନ୍ତର୍ଜାତୀୟ କ୍ରିକେଟ ଖେଳି ସାରିଛନ୍ତି ଓ ୯୧ ଜଣ ଅନକ୍ୟାପଡ ଖେଳାଳି, ଯେଉଁମାନେ ପୂର୍ବରୁ ଆଇପିଏଲ ଖେଳିଛନ୍ତି ସେମାନଙ୍କ ନାଁ ରହିଛି।

୨୭୭ ଜଣ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ସର୍ବାଧିକ ୫୭ ଜଣ ଅଷ୍ଟ୍ରେଲିଆର ରହିଥିବା ବେଳେ ୫୨ ଜଣ ଦକ୍ଷିଣ ଆଫ୍ରିକାର ଓ ୩୩ ଜଣ ୱେଷ୍ଟଇଣ୍ଡିଜ ଖେଳାଳି ଅଛନ୍ତି। ମୋଟ ୨୧ ଜଣ ଖେଳାଳି ନିଜର ବେସ୍‌ ପ୍ରାଇସ ୨ କୋଟି ଟଙ୍କା ଲେଖାଏ ରଖିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୌଣସି ଭାରତୀୟ ଖେଳାଳି ପ୍ରଥମଥର ପାଇଁ ୨ କୋଟି ଟଙ୍କାର ବେସ୍‌ ପ୍ରାଇସ ବ୍ରାକେଟରେ ନାହାନ୍ତି।

୧୯ ଜଣ କ୍ୟାପଡ ଖେଳାଳିଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ, ଈଶାନ୍ତ ଶର୍ମା ଓ ମୟଙ୍କ ଅଗ୍ରୱାଲଙ୍କ ନାଁ ରହିଛି। ରାହାଣେଙ୍କୁ କେକେଆର ଗତବର୍ଷ ୧ କୋଟି ଟଙ୍କାରେ କିଣିଥିଲା। ହେଲେ ଏଥର ତାଙ୍କ ବେସ୍‌ ପ୍ରାଇସ ୫୦ ଲକ୍ଷ ଟଙ୍କା ରହିଛି। ୨୦୨୨ରେ ଅନସୋଲ୍ଡ ଥିବା ଈଶାନ୍ତ ଶର୍ମାଙ୍କ ବେସ ପ୍ରାଇସ ୭୫ ଲକ୍ଷ ଟଙ୍କା ଥିବା ବେଳେ ମୟଙ୍କ ଅଗ୍ରୱାଲ ନିଜର ଦାମ ୧ କୋଟି ଟଙ୍କା ରଖିଛନ୍ତି।

୨୦୨୨ରେ ପଞ୍ଜାବ ତାଙ୍କୁ ୧୪ କୋଟି ଟଙ୍କାରେ ରିଟେନ କରିବା ସହ ଅଧିନାୟକ ପଦ ଦେଇଥିଲା। ହେଲେ ସେ ଆଖିଦୃଶିଆ ପ୍ରଦର୍ଶନ କରି ନ ପାରିବାରୁ, ତାଙ୍କୁ ଦଳ ରିଲିଜ କରିଦେଇଛି। ଜୟଦେବ ଉନାଦକତଙ୍କ ବେସ୍‌ ପ୍ରାଇସ ମଧ୍ୟ ୫୦ ଲକ୍ଷ ରହିଛି।

ବେସ୍‌ ପ୍ରାଇସ ୨ କୋଟି- ନାଥନ କୁଲ୍ଟରନାଇଲ, କାମେରୁନ ଗ୍ରୀନ, ଡ୍ରାଭିସ ହେଡ, କ୍ରିସ ଲିନ, ଟମ ବାଣ୍ଟନ, ସାମ କୁରାନ, କ୍ରିସ ଜୋର୍ଡାନ, ଟାୟମଲ ମିଲ୍ସ, ଜାମି ଓଭରଟନ, କ୍ରେଗ ଓଭରଟନ, ଆଦିଲ ରଶିଦ, ଫିଲ ସଲ୍ଟ, ବେନ ଷ୍ଟୋକ୍ସ, ଆଡାମ ମିଲନେ, ଜିମ୍ମି ନିଶୀମ, କେନ ୱିଲିୟମସନ, ରିଲି ରୁସୋ, ରସି ଭାନ ଡେର ଡୁସେନ, ଆଞ୍ଜେଲୋ ମାଥ୍ୟୁସ, ନିକୋଲ୍ସ ପୂରନ ଓ ଜାସନ ହୋଲ୍ଡର।

ବେସ୍‌ ପ୍ରାଇସ ୧.୫ କୋଟି: ସେନ ଆବୋଟ, ରିଲେ ମେରେଡିଥ, ଝାଇ ରିଚାର୍ଡସନ, ଆଡାମ ଜାମ୍ପା, ସାକିବ ଅଲ ହାସନ, ହ୍ୟାରୀ ବ୍ରୁକ୍ସ, ୱିଲ ଜ୍ୟାକ୍ସ, ଡାୱିଡ ମଲାନ, ଜେସନ ରୟ, ଶେରଫନ ରଥରଫର୍ଡ।

ବେସ ପ୍ରାଇସ ୧ କୋଟି: ମୟଙ୍କ ଅଗ୍ରୱାଲ, କେଦାର ଯାଦବ, ମନୀଷ ପାଣ୍ଡେ, ମହମ୍ମଦ ନବି, ମୁଜିବ ଉର ରହମନ, ମୋଜିସ ହେନରିକ୍ସ, ଆଣ୍ଡ୍ର୍ୟୁ ଟାଏ, ଜୋ ରୁଟ, ଲୁକ ଉଡ, ମିଚେଲ ବ୍ରେସୱେଲ, ମାର୍କ ଚାମ୍ପମାନ, ମାର୍ଟିନ ଗପ୍ଟିଲ, କାୟଲ ଜାମିସନ, ମ୍ୟାଟ ହେନରୀ, ଟମ ଲାଥମ, ଡାରେଲ ମିଚେଲ, ହେନିରିଚ କ୍ଲାସେନ, ତ୍ରାବାଇଜ ଶାମସି, କୁସଲ ପେରେରା, ରୋଷ୍ଟନ ଚେଜ୍‌, ରାଖୀମ କର୍ଣ୍ଣୱେଲ, ଶାଈ ହୋପ, ଅକେଲା ହୁସେନ ଓ ଡାଭିସ ଭିସା।

Related story