ମେଣ୍ଡିସ ଓ ଶଣକାଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତକୁ ୨୦୭ ରନର ଟାର୍ଗେଟ

ପୁଣେ: ଓପନର କୁଶଲ ମେଣ୍ଡିସଙ୍କ ୩୧ ବଲରେ ୫୨ ଓ ଅଧିନାୟକ ଦସୁନ ଶଣକାଙ୍କ ୨୨ ବଲରେ ଅପରାଜିତ ୫୬ ରନ ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୬ ରନ କରିଛି। ଫଳରେ ଦ୍ୱିତୀୟ ଟି-୨୦ ସହ ଆଗୁଆ ସିରିଜ୍‌ ଜିତିବା ପାଇଁ ଭାରତକୁ ୨୦୭ ରନର ଟାର୍ଗେଟ ମିଳିଛି। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ମାତ୍ର ୨ ଓଭର ବୋଲିଂ କରିଥିବା […]

srilanka

  • Published: Thursday, 05 January 2023
  • , Updated: 05 January 2023, 08:56 PM IST

ପୁଣେ: ଓପନର କୁଶଲ ମେଣ୍ଡିସଙ୍କ ୩୧ ବଲରେ ୫୨ ଓ ଅଧିନାୟକ ଦସୁନ ଶଣକାଙ୍କ ୨୨ ବଲରେ ଅପରାଜିତ ୫୬ ରନ ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୬ ରନ କରିଛି। ଫଳରେ ଦ୍ୱିତୀୟ ଟି-୨୦ ସହ ଆଗୁଆ ସିରିଜ୍‌ ଜିତିବା ପାଇଁ ଭାରତକୁ ୨୦୭ ରନର ଟାର୍ଗେଟ ମିଳିଛି।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ମାତ୍ର ୨ ଓଭର ବୋଲିଂ କରିଥିବା ବେଳେ ୩୭ ରନ ଖର୍ଚ୍ଚ କରିଛନ୍ତି। ଉମ୍ରାନ ମଲିକ ୩ଟି ୱିକେଟ ନେଇଥିଲେ ବି ୪୮ ରନ ଦେଇଛନ୍ତି। ଗତମ୍ୟାଚ୍‌ର ହିରୋ ଶିବମ ମାଭି ମଧ୍ୟ ଆଜି କିଛି ଖାସ କରିପାରି ନାହାନ୍ତି। ସେ ୪ ଓଭରରେ ୫୬ ରନ ଦେଇଛନ୍ତି। ଏହି ୩ ବୋଲର ମିଳିତ ଭାବେ ୧୦ ଓଭର ବୋଲିଂ କରି ୧୩୮ ରନ ଖର୍ଚ୍ଚ କରିଛନ୍ତି। ବାକି ୧୦ ଓଭରରେ ଶ୍ରୀଲଙ୍କା ୬୮ ରନ କରିଛି।

ପୁଣେରେ ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ତ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ଓପନର କୁଶଲ ମେଣ୍ତିସ ବିସ୍ଫୋରଣ ବ୍ୟାଟିଂ କରିଥିଲେ। ତାଙ୍କୁ ପଥୁନ ନଶାଙ୍କ ଭରପୂର ସହଯୋଗ କରିଥିଲେ। ପ୍ରଥମ ୱିକେଟ ପାଇଁ ଉଭୟ ୮ ଓଭରରେ ୮୦ ରନ ସଂଗ୍ରହ କରିଥିଲେ। ମେଣ୍ତିସ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏତିକି ବେଳେ ୟୁଜି ଚହଲ ୩୧ ବଲରେ ୫୨ ରନ କରିଥିବା ମେଣ୍ଡିସଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଏହାର ପରବର୍ତ୍ତୀ ଓଭରରେ ଉମ୍ରାନ ମଲିକ ୨ ରନ କରିଥିବା ଭାନୁକା ରାଜପକ୍ଷଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ୧୧.୩ ଓଭରେ ପଥୁନ(୩୩) ଅକ୍ଷର ପଟେଲଙ୍କ ଶିକାର ବନିଥିଲେ। ଧନଞ୍ଜୟ ଡି’ସିଲଭା ମଧ୍ୟ କେବଳ ୩ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ବି ଅକ୍ଷର ନେଇଥିଲେ।

୧୬ତମ ଓଭରରେ ଉମ୍ରାନ କ୍ରମାଗତ ୨ଟି ବଲରେ ଚରିଥା ଅସଲଙ୍କା(୧୯ ବଲରେ ୩୭) ଓ ୱାନିନ୍ଦୁ ହସରଙ୍ଗା(୦)ଙ୍କୁ ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ହେଲେ ଅଧିନାୟକ ଶଣକା ଭାରତର ସବୁ ଆଶାରେ ପାଣି ପକାଇ ଦେଇଥିଲେ।

ସେ କେବଳ କାଉଣ୍ଟର ଆଟାକ କରି ନଥିଲେ ବରଂ ଭାରତର ପ୍ରତିଟି ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ଏଥିସହ ମାତ୍ର ୨୧ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଉମ୍ରାନ, ଅର୍ଶଦୀପ ଓ ଶିବମ ମାଭି କେହି ବି ତାଙ୍କୁ ଅଡ଼ୁଆରେ ପକାଇ ପାରି ନଥିଲେ। ସେ ୧୮ତମ ଓଭରେ ଉମ୍ରାନଙ୍କ ଠାରୁ ୨୧, ୧୯ତମ ଓଭରରେ ଅର୍ଶଦୀପଙ୍କ ଠାରୁ ୧୮ ରନ ଓ ଶେଷ ଓଭରରେ ମାଭିଙ୍କ ଠାରୁ ୨୦ ରନ ଆଦାୟ କରିଥିଲେ। ଶେଷ ଓଭରରେ ସେ ମାଭିଙ୍କୁ ୩ଟି ଛକା ମଧ୍ୟ ମାରିଥିଲେ।

ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ଯୋଗୁ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୬ ରନ କରିଛି। ଶଣକା ୨୨ ବଲର ସାମ୍ନା କରି ୬ଟି ଛକା ଓ ୨ଟି ଚୌକା ବଳରେ ଅପରାଜିତ ୫୬ ରନ କରିଛନ୍ତି। ତାଙ୍କ ସହ ଶେଷ ଯାଏ ଚାମିକା କରୁଣାରତ୍ନେ ୧୦ ବଲରେ ୧୧ ରନ କରି ଅପରାଜିତ ରହିଥିଲେ।

ଶ୍ରୀଲଙ୍କା ଶେଷ ୫ ଓଭରେ ୭୭ ରନ ହାସଲ କରିଛି। ଶ୍ରୀଲଙ୍କା ପ୍ରଥମ ୪ ଓଭରରେ ୪୭ ରନ କରିଥିବା ବେଳେ ଚହଲ ଓ ଅକ୍ଷର ଭାରତ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। ଉଭୟ ମିଳିତ ଭାବେ ୮ ଓଭର ବୋଲିଂ କରି ୫୪ ରନ ଦେବା ସହ ୩ଟି ୱିକେଟ ହାସଲ କରିଥିଲେ। ହେଲେ ୩ ଯୁବ ଦ୍ରୁତ ବୋଲର ମହଙ୍ଗା ସାବ୍ୟସ୍ତ ହେବାରୁ ଶ୍ରୀଲଙ୍କା ବିଶାଳ ୨୦୬ କରିବାକୁ ସକ୍ଷମ ହୋଇଛି।

Related story